ଦେଶ ବିଦେଶ ମନୋରଞ୍ଜନ

ମାର୍ଚ୍ଚରେ ବିବାହ କରିବେ ଅଲୀ ଫଜଲ୍-ରିଚା ଚଢା! ଜାଣନ୍ତୁ କଣ କହିଲେ ଅଭିନେତା

ମୁମ୍ବାଇ: ବଲିଉଡ୍ ଅଭିନେତା ଅଲୀ ଫଜଲ୍ ଓ ରିଚା ଚଡ୍ଢା ଲମ୍ବା ସମୟରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ଦୁହେଁ ୨୦୨୦ ଏପ୍ରିଲ୍ ମାସରେ ବିବାହ କରିବାର ଯୋଜନା ଥିଲା କିନ୍ତୁ କରୋନା ମହାମାରୀ କାରଣରୁ ବିବାହ ଘୁଞ୍ଚାଇବାକୁ ପଡ଼ିଲା । ତେବେ ଆଗାମୀ ବର୍ଷ ଅର୍ଥାତ୍ ୨୦୨୨ରେ ରିଚା-ଅଲୀଫଜଲ୍ ବିବାହ କରିବେ ବୋଲି ରିପୋର୍ଟରୁ ଖୁଲାସା ହୋଇଛି । ଦୁହେଁ ମାର୍ଚ୍ଚ ମାସରେ ହାତକୁ ଦି ହାତ ହେବେ ବୋଲି ଖବର ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ଲଭ ବାର୍ଡ ରିଚା ଓ ଅଲୀ ୨୦୨୨ ଏପ୍ରିଲ୍ ମାସରେ ଶୁଟିଂରେ ବ୍ୟସ୍ତ ରହିବେ ତେଣୁ ତା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ମାସରେ ବିବାହ କରିବେ । ପରିବାର ଓ କିଛି ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଲଭ୍ ବାର୍ଡ ।
ତେବେ ଏହି ରିପୋର୍ଟରେ ଅଲୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆମେ ଦୁହେଁ ବିବାହ ପାଇଁ ଖୁବ୍ ଉତ୍ସୁକ ଅଛୁ, ହେଲେ ଏଥିପାଇଁ ଟିକେ ସମୟ ଲାଗିବ । ପ୍ରଥମେ ଲକଡାଉନ୍ ଓ ଚଳିତ ବର୍ଷ ପୁଣି ଲକଡାଉନ୍ , ତେଣୁ ବିଳମ୍ବ ହୋଇଗଲା । ଏହାପରେ ଯେତେବେଳେ ସବୁକିଛି ଖୋଲିଲା ଶୁଟିଂ ଅନୁମତି ମିଳିଲା ଆମେ ଦୁହେଁ ବ୍ୟସ୍ତତ ରହିଗଲୁ । ବିବାହ ପାଇଁ ସମୟ ନଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ