ଦେଶ ବିଦେଶ

ମାରାନ ଠିକ୍ କହିନାହାନ୍ତି: ତେଜସ୍ବୀ

ପାଟନା: ତାମିଲନାଡ଼ୁର ଡିଏମ୍‌କେ ନେତା ଦୟାନିଧି ମାରାନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁକୁ ଆସୁଥିବା ଉତ୍ତରପ୍ରଦେଶ ଓ ବିହାରର ହିନ୍ଦୀଭାଷୀମାନେ ନିର୍ମାଣ କାର୍ଯ୍ୟ ଓ ଶୌଚାଳୟ ସଫା ଇତ୍ୟାଦି କାମ କରନ୍ତି। ତେବେ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆ‌ରଜେଡି ନେତା ତେଜସ୍ବୀ ଯାଦବ। ମାରାନଙ୍କ ମନ୍ତବ୍ୟକୁ ସେ ଘୋର ନିନ୍ଦା କରିଛନ୍ତି। ତାଙ୍କ ସହିତ ଆମେ ଏକମତ ନୁହେଁ ବୋଲି କହିଛନ୍ତି। ବିହାର ଓ ୟୁପିର ଶ୍ରମିକମାନଙ୍କର ଚାହିଦା ସାରା ଦେଶରେ ରହିଛି। ଯଦି ସେମାନେ ଅନ୍ୟ ସ୍ଥାନକୁ ଯିବା ବନ୍ଦ କରିଦେବେ‌ ତାହେଲେ ରାଜ୍ୟଗୁଡ଼ିକ ଠପ୍‌ ହୋଇଯିବ। ଅନ୍ୟ ରାଜ୍ୟର ନେତାମାନେ, ଯେଉଁ ଦଳର ହୁଅନ୍ତୁ ନା କାହିଁକି ଏଭଳି ବୟାନ ଦେବାରୁ ବିରତ ରୁହନ୍ତୁ। ଭାରତ ଗୋଟିଏ। ଆମେ ଅନ୍ୟ ରାଜ୍ୟର ଲୋକଙ୍କୁ ସମ୍ମାନ ଦେଉ। ତେଣୁ ସେମାନଙ୍କ ଠାରୁ ମଧ୍ୟ ସମ୍ମାନ ଆଶା କରୁଛି ବୋଲି ତେଜସ୍ବୀ କହିଛନ୍ତି।

ମାରାନଙ୍କ କ୍ଲିପ୍ ସେୟାର କରି ବିଜେପି ନେତାମାନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏ ସମ୍ପର୍କରେ ତାଙ୍କ ମତାମତ ପଚାରିଛନ୍ତି। ସଂସଦରେ ଉତ୍ତର ଭାରତର ରାଜ୍ୟଗୁଡ଼ିକ ବିଷୟରେ ଡିଏମ୍‌କେ ସାଂସଦ ସେନ୍ଥିଲ କୁମାରଙ୍କ ଆପତ୍ତିଜନକ ମନ୍ତବ୍ୟ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ରେବାନ୍ତ ରେଡ୍ଡୀଙ୍କ (ତେଲେଙ୍ଗାନା ଡିଏନ୍‌ଏ ବିହାର ଡିଏନ୍‌ଏଠାରୁ ଭଲ) ମନ୍ତବ୍ୟ ପରେ ଏବେ ପୁଣି ଡିଏମ୍‌କେ ନେତା ଦୟାନିଧି ମାରାନ ବୟାନ ଉତ୍ତର-ଦକ୍ଷିଣ ବିତର୍କକୁ ଆଗକୁ ନେଇଛି। ବିହାର ଓ ଉତ୍ତରପ୍ରଦେଶର ପ୍ରମୁଖ ରାଜନୈତିକ ଦଳ ଜେଡିୟୁ, ଆର୍‌ଜେଡି ଓ ସମାଜବାଦୀ ପାର୍ଟିକୁ ନେଇ ଗଠିତ ବିରୋଧୀ ଇଣ୍ଡିଆ ମେଣ୍ଟରେ ଡିଏମ୍‌କେ ସାମିଲ ରହିଛି। ନୀତୀଶ କୁମାର ଏବଂ ଲାଲୁ ଯାଦବ ହିନ୍ଦୀଭାଷୀ ଲୋକଙ୍କ ଉପରେ ସେମାନଙ୍କ ମେଣ୍ଟ ସହଯୋଗୀଙ୍କ ମତାମତ ସହ ସହମତ କି? ହିନ୍ଦୀଭାଷୀ ଲୋକଙ୍କ ପ୍ରତି ଡିଏମ୍‌କେ ଓ ଇଣ୍ଡିଆ ବ୍ଲକ୍‌ର ଏତେ ଘୃଣା କାହିଁକି ତାହା ସେମାନେ ସ୍ପଷ୍ଟ କରନ୍ତୁ ବୋଲି ବିହାର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଟ୍ୱିଟ୍ କରି ପଚାରିଛନ୍ତି।

ରିପୋର୍ଟ ଅନୁଯାୟୀ, ହିନ୍ଦୀ ଉପରେ ଦୟାନିଧି ମାରାନଙ୍କ ମନ୍ତବ୍ୟ ଇଂରାଜୀ ଶିଖିଥିବା ଏବଂ କେବଳ ହିନ୍ଦୀ ଶିଖିଥିବା ଲୋକଙ୍କ ତୁଳନା ଉପରେ ଆଧାରିତ ଥିଲା। ମାରାନ କହିଥିଲେ ଯେ ଯେଉଁମାନେ ଇଂରାଜୀ ଶିଖନ୍ତି ସେମାନେ ଆଇଟିରେ ଭଲ ଚାକିରି ପାଆନ୍ତି, କିନ୍ତୁ ଯେଉଁମାନେ କେବଳ ହିନ୍ଦୀ ଶିଖନ୍ତି, ଯେପରି ୟୁପି ଓ ବିହାରର ଲୋକମାନେ, ରାସ୍ତା ଓ ଶୌଚାଳୟ ସଫା କାମ କରନ୍ତି। ତେଲେଙ୍ଗାନାରେ କଂଗ୍ରେସ ଏବଂ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଉତ୍ତର-ଦକ୍ଷିଣ ବିତର୍କ ଆରମ୍ଭ ହୋଇଥିଲା। ଭୋଟ୍ ଢାଞ୍ଚାକୁ ନେଇ ଅନେକ ମନ୍ତବ୍ୟ ଦିଆଯାଇଥିଲା ଏବଂ ଡିଏମ୍‌କେର ସେନ୍ଥିଲ କୁମାର ଏହି ପରିପ୍ରେକ୍ଷୀରେ ଉତ୍ତରଭାରତର ରାଜ୍ୟଗୁଡ଼ିକ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ