ବ୍ରହ୍ମଗିରି ୨୩।୦୮: ଟ୍ରକ ଚାପାରେ ଛାତ୍ରଙ୍କ ମୃତ୍ୟୁ । ମୃତକ ଗଜପତି ଜିଲ୍ଲା ଅବାସିଂ ଗାଁରୁ ଅଜୁ ଭୂୟାଁ ବୋଲି ଜଣାପଡିଛି । ମାମୁଁଙ୍କ ସହ ବାଇକରେ ଅଜୁ ଗଜପତିରୁ ପୁରୀ ଆସିଥିଲେ ।
ଖବର ଅନୁଯାୟୀ, ଅଜୁ ପୁରୀ ଏସ୍ସିଏସ୍ କଲେଜକୁ ନିଜ ମାମୁଁଙ୍କ ସହିତ ବାଇକ ଯୋଗେ ଗଜପତିରୁ ଆସୁଥିଲେ । ହେଲ ବ୍ରହ୍ମଗିରି ବଜାରରେ ଏକ ଦଶଚକିଆ ଟ୍ରକ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଛାତ୍ର ଅଜୁ ଭୂୟାଁଙ୍କ ମୃତ୍ୟୁ ଘୋଷଣା କରିଥିଲେ ।