ଖେଳ

ମାନବିକତା ବନାମ ମେଡାଲ, ସମ୍ମାନକୁ ସମାନ ଭାଗ କଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ

ଟୋକିଓ, ୦୫/୦୮ : ମାନବିକତା ବନାମ ମେଡାଲ । ବନ୍ଧୁତ୍ୱର ବିଜୟ । ସମ୍ମାନକୁ ସମାନ ସମାନ କରି ଭାଗ କଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ । ପ୍ରତିଯୋଗିତାର ଖେଳରେ ଦେଲେ ନୂଆ ବାର୍ତ୍ତା । ଲେଖିଲେ ନୂଆ ଇତିହାସ ।

ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ହୃଦୟସ୍ପର୍ଶୀ ଦୃଶ୍ୟ । ଏଟାରେ ପୁରୁଷ ଉଚ୍ଚ ଡିଆଁ ବା ହାଇଜମ୍ପ ପ୍ରତିଯୋଗିତାରେ ଦୁଇ ଖେଳାଳି ପରସ୍ପର ମଧ୍ୟରେ ସ୍ୱର୍ଣ୍ଣ ପଦକ ବାଣ୍ଟିଛନ୍ତି । ଏହି ସବୟରେ ଉଭୟ ଖେଳାଳି ଭାବୁକ ହୋଇ ପରସ୍ପରକୁ ଆଲିଙ୍ଗନ ମଧ୍ୟ କରିଛନ୍ତି ।ଘଟଣାଟି ଅଲିମ୍ପିକ୍ସର ସବୁଠାରୁ ସ୍ମରଣୀୟ ସ୍ମୃତି ହୋଇ ରହିବ ।

ସୂଚନାନୁସାରେ, କତାରର ମୁତାଜ ବରଶିମ୍ ଓ ଇଟାଲିର ଗିଆନମାର୍କୋ ପରସ୍ପର ମଧ୍ୟରେ ପଦକ ବାଣ୍ଟିଛନ୍ତି । ହାଇଜମ୍ପର ଫାଇନାଲରେ ଉଭୟ ସମାନ ସ୍କୋର କରିଥିଲେ । ଏହି କ୍ଷେତ୍ରରେ ସେମାନଙ୍କୁ ଜମ୍ପ ଅଫ୍ ପ୍ରସ୍ତାବ ଦିଆଯାଇଥିଲା । ୩୦ ବର୍ଷୀୟ ବରଶିମ୍ ଓ ୨୯ ବର୍ଷୀୟ ଗିଆନମାର୍କୋ ୨.୩୭ ମିଟର ଜମ୍ପ୍ ସହ ପ୍ରତିଯୋଗୀତା ଶେଷ କରିଥିଲେ । ତେବେ ୨.୩୯ ମିଟର ଜମ୍ପରେ ଉଭୟ ୩-୩ ଥର ବିଫଳ ହୋଇଥିଲେ । ଏହାପରେ ରେଫରୀ ସେମାନଙ୍କୁ ଜମ୍ପ୍ ଅଫ୍ ବିଷୟରେ କହିଥିଲେ ଏବଂ ଏଥିରେ ଯିଏ ବିଜୟୀ ହେବ ସେ ସ୍ୱର୍ଣ୍ଣ ପଦକ ପାଇବ ବୋଲି କହିଥିଲେ ।

ଏହାପରେ କତାରର ବରଶିମ୍ ରେଫରିଙ୍କୁ କଣ ଦୁଇଟି ସ୍ୱର୍ଣ୍ଣ ପାଇହେବ କି ବୋଲି ପଚାରିଥିଲେ । ଏଥିରେ ରେଫରୀ ହଁ କହିଥିଲେ । ଫଳରେ ସ୍ୱର୍ଣ୍ଣ ପଦକ ଉଭୟଙ୍କ ମଧ୍ୟରେ ବଣ୍ଟାଯାଇଥିଲା । ବରଶିମ୍ କହିଛନ୍ତି ଯେ, ଟାମ୍ବରୀ ମୋର ଜଣେ ଶ୍ରେଷ୍ଠ ବନ୍ଧୁ । କେବଳ ଖେଳ ଟ୍ରାକରେ ନୁହେଁ, ବାହାରେ ମଧ୍ୟ । ଆମେ ସାଙ୍ଗ ହୋଇ କାମ କରୁ । ଏବେ ଆମ ସ୍ୱପ୍ନ ପୂରଣ କରିବୁ । ଆମେ ପରସ୍ପରକୁ ଚାହିଁ ପ୍ରତିଯୋଗିତାର ଆଉ ଆବଶ୍ୟକତା ନଥିବା ବୁଝିଗଲୁ । ଏହା କ୍ରୀଡାବିତଙ୍କ ଆତ୍ମବଳ । ଆମେ ଏହି ବାର୍ତ୍ତା ଏଠାରେ ଦେଉଛୁ । ଏପରି ଉଭୟ ମାନବିକତାର ଉଦାହରଣ ମଧ୍ୟ ଦେଇଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ