ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମାନବାଧିକାର କମିସନଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ‘ସରକାରୀ ଅଫିସ୍‌ରେ ୬ ମାସ ମଧ୍ୟରେ କ୍ରେଚ୍‌ ତିଆରି କର’

ଭୁବନେଶ୍ୱର : ସରକାରୀ ସଂସ୍ଥାରେ ୫୦ ବା ତଦୂର୍ଧ୍ଵ ମହିଳା କର୍ମଚାରୀ କାର୍ଯ୍ୟରତ ଥିଲେ, ସେଠାରେ ଶିଶୁମାନଙ୍କ ପାଇଁ କ୍ରେଚ୍‌ ବ୍ୟବସ୍ଥା କରିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ହେଲେ ଅଧିକାଂଶ ସରକାରୀ ଅଫିସ୍‌ରେ ଏହି ସୁବିଧା ନାହିଁ। ଏହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ୍‌ (ଓଏଚ୍‌ଆର୍‌ସି)। ଆଜି କମିସନ୍‌ର ଅଧ୍ୟକ୍ଷ ଜଷ୍ଟିସ୍‌ ବିଜୟକୃଷ୍ଣ ପଟେଲ, ସଦସ୍ୟ ଜଷ୍ଟିସ୍‌ ରଘୁବୀର ଦାଶ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଆସନ୍ତା ୬ ମାସ ମଧ୍ୟରେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କ୍ରେଚ୍‌ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୟ କୁମାର ପଣ୍ଡା, ଗୋଲେଖ ପ୍ରସାଦ ନାୟକ, ଶୁଭାଶିଷ ପଣ୍ଡା, ପ୍ରକାଶ ଚନ୍ଦ୍ର ଦାସ ଓ ବିଶ୍ବପ୍ରିୟ କାନୁନ୍‌ଗୋ ପ୍ରମୁଖ ଆଇନଜୀବୀମାନଙ୍କ ପକ୍ଷରୁ ଆଗତ ଏକ ପିଟିସନ୍‌ର ଶୁଣାଣି କରି କମିସନ ଏହି ରାୟ ଶୁଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ସଂଶୋଧିତ ମାତୃତ୍ୱ ସୁବିଧା ଆଇନ (ମାଟର୍‌ନିଟି ବେନିଫିଟ୍‌ ଲ’) ଧାରା ୧୧(କ) ଅନୁସାରେ, ଯଦି କୌଣସି ଅଫିସ୍‌ରେ ୫୦ରୁ ଊର୍ଦ୍ଧ୍ବ ମହିଳା କର୍ମଚାରୀ କାମ କରୁଛନ୍ତି, ତେବେ ସେମାନଙ୍କ ଶିଶୁମାନଙ୍କର ଯତ୍ନ ନେବା ପାଇଁ ଅଫିସ୍‌ରେ କ୍ରେଚ୍‌ ସୁବିଧା ଉପଲବ୍ଧ କରାଯିବ। ଏଭଳି ଆଇନଗତ ବ୍ୟବସ୍ଥା ସତ୍ତ୍ୱେ ଲୋକସେବା ଭବନଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଶହଶହ ମହିଳା କର୍ମଚାରୀ କାମ କରୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କ୍ରେଚ୍‌ର ସୁବିଧା କରାଯାଇନାହିଁ। ଏହାକୁ ଭିତ୍ତି କରି ଉପରୋକ୍ତ ଆବେଦନକାରୀମାନେ ଗତ ୨୦୧୯ ଅକ୍ଟୋବରରେ ଓଏଚ୍‌ଆରସିଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କମିସନ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗକୁ ନୋଟିସ୍ କରିଥିଲେ। ଏହି ପ୍ରସଙ୍ଗରେ ସରକାର କି’ ବ୍ୟବସ୍ଥା କରିଛନ୍ତି, ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ୨୦୨୧ ମସିହା ନଭେମ୍ବର ମାସରେ କମିସନଙ୍କୁ ଉତ୍ତର ଦେଇଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ ବିଭିନ୍ନ ସଂସ୍ଥାକୁ ବିଭାଗ ପକ୍ଷରୁ ଗତ ୨୦୨୦ ମସିହା ଜୁଲାଇ ୨୨ ତାରିଖରେ ଚିଠି ଲେଖାଯିବା ସହ ଆଇନ ଅନୁସାରେ କ୍ରେଚ୍‌ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। କିନ୍ତୁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବାରୁ କମିସନ୍‌ ଏହାକୁ ଗୁରୁତ୍ବର ସହ ନେଇ ଆଜି ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ