ଖେଳ

ମାଦ୍ରିଦ ଓପନ୍‌ ମାଷ୍ଟର୍ସ କ୍ବାର୍ଟରରେ ବୋପାନ୍ନା

ମାଦ୍ରିଦ: ଭାରତୀୟ ଟେନିସ୍‌ ତାରକା ରୋହନ ବୋପାନ୍ନା ଏବଂ ତାଙ୍କ କାନାଡ଼ା ସାଥୀ ଡେନିସ ସାପୋଭାଲୋଭ ଏଠାରେ ଚାଲିଥିବା ମାଦ୍ରିଦ ଓପନ୍‌ ମାଷ୍ଟର୍ସ ୧୦୦୦ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଯୁଗଳ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଏହି ଭାରତ-କାନାଡ଼ା ଯୋଡ଼ି ସିଧାସଳଖ ୬-୩, ୬-୪ ସେଟ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ସ୍ଥାନୀୟ ଯୋଡ଼ି ଜୁଆନ ସେବାସ୍ତିଆନ୍‌ କା‌ବଲ ଓ ‌ରୋବର୍ଟ ଫାରାଙ୍କୁ ପରାସ୍ତ କରିଥିଲେ। ‌ବୋପାନ୍ନାଙ୍କ ଏହା ଚଳିତ ବର୍ଷର ପ୍ରଥମ କ୍ବାର୍ଟର ଫାଇନାଲ୍‌ ପ୍ରବେଶ। ଏହି ଯୋଡ଼ି କ୍ବାର୍ଟର ଫାଇନାଲ୍‌ରେ ଜର୍ମାନି ଯୋଡ଼ି ଆଲେକ୍‌ଜାଣ୍ଡର ଭେରଭ ଓ ଟିମ୍‌ ପୁଏଜ୍‌ଙ୍କୁ ଭେଟିବେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ