ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ମାତ୍ର ୪୨ ଟଙ୍କାରେ ଆଜୀବନ ପେନସନ୍ ! ଜାଣନ୍ତୁ କିପରି ଉଠାଇବେ ଏହାର ଫାଇଦା

ନୂଆଦିଲ୍ଲୀ ୧୯/୧୧ : ସମସ୍ତେ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି କିନ୍ତୁ ଏଥିପାଇଁ କିଭଳି ପ୍ରସ୍ତୁତି ଦରକାର ତାହା ପ୍ରାୟ ସମସ୍ତଙ୍କୁ ମାଲୁମ ନଥାଏ । ତେବେ ପରିଣତ ବୟସରେ ସୁରକ୍ଷିତ ଜୀବନଯାପନ ପାଇଁ ​‌କୋଟି କୋଟି ଲୋକ ଅଟଳ ପେନସନ ଯୋଜନାକୁ ଆପଣାଇଛନ୍ତି । ଏହି ଯୋଜନାରେ ପ୍ରାୟ ୨.୫୦ କୋଟି ଲୋକ ସାମିଲ ହୋଇଛନ୍ତି । ପେନସନ୍ କୋଷ ନିୟାମକ ଏବଂ ବିକାଶ ପ୍ରାଧୀକରଣ (ପିଏଫଆରଡିଏ) ମୁତାବକ ଅଟଳ ପେନସନ ଯୋଜନାରେ ସାମିଲ ହେବା ଲୋକଙ୍କ ସଂଖ୍ୟା ୨.୫୦ କୋଟି ପାଖାପାଖି ପହଞ୍ଚି ସାରିଲାଣି ।

ସୂଚନା ଅନୁସାରେ ହିତାଧିକାରୀଙ୍କ ସଂଖ୍ୟା ଅକ୍ଟୋବର ଶେଷ ସୁଦ୍ଧା ୩୪.୫୧ ପ୍ରତିଶତ ବୃଦ୍ଧି ପାଇ ୨.୪୫ କୋଟିରେ ପହଞ୍ଚିଗଲାଣି । ଯାହାକି ଗୋଟିଏ ବର୍ଷ ପୂର୍ବେ ଅର୍ଥାତ ଅକ୍ଟୋବର ୨୦୧୯ରେ ୧.୮୨ ଥିଲା । ଅଟଳ ପେନସନ ଯୋଜନାରା ମୂଳ ଲକ୍ଷ୍ୟ ହେଉଛି ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ପ୍ରଦାନ କରିବା । ଏଥିରେ ୬୦ବର୍ଷ ପରେ ନ୍ୟୁନତମ ପେନସନର ଗ୍ୟାରେଣ୍ଟି ଦିଆଯାଏ । ୧୮ ରୁ ୪୦ ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ଚାହିଁଲେ ଏହି ଯୋଜାନରେ ସାମିଲ ହୋଇପାରିବେ ।

ନିବେଶ କରିବେ କିପରି ?

ଆପଣ ଚାହିଁଲେ ମାସକୁ ମାତ୍ର ୪୨ ଟଙ୍କା ଜମା କରି ଏହାର ଆରମ୍ଭ କରିପାରିବେ । ଯଦି ଆପଣ ପ୍ରତି ମାସରେ ୪୨ ଟଙ୍କା ଲେଖାଏଁ ନିବେଶ କରୁଛନ୍ତି ତେବେ ୬୦ ବର୍ଷ ପରେ ଆପଣଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ମିଳିବ । ତେବେ ଯଦି ଆପଣ ପ୍ରତି ମାସରେ ୨୧୦ ଟଙ୍କା ଲେଖାଏଁ ନିବେଶ କରୁଛନ୍ତି ତେବେ ୬୦ ବର୍ଷ ପରେ ଆପଣଙ୍କୁ ପ୍ରତିମାସରେ ୫ ହଜାର ଟଙ୍କା ଲେଖାଏଁ ମିଳିବ ।

ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନକାରୀଙ୍କର ବ୍ୟାଙ୍କରେ ଆକାଉଣ୍ଟ ଥିବା ଆବଶ୍ୟକ । ଯେଉଁଥିରେ ଉପରୋକ୍ତ ନିୟମ ଅନୂଯାୟୀ ନିବେଶ କରିଲେ ପ୍ରତି ମାସରେ ଏକ ହଜାରରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ । ତେବେ ଏହି ଯୋଜନାର ଆଉ ଏକ ଲାଭ ହେଉଛି ଯଦି ଅଂଶଧାରକଙ୍କର କୌଣସି କାରଣକୁ ମୃତ୍ୟୁ ଘଟେ ତେବେ ତାଙ୍କର ପତି/ପତ୍ନୀଙ୍କୁ ମଧ୍ୟ ଏହି ଟଙ୍କା ମିଳିବ । ଦୁଇଜଣଙ୍କ ମୃତ୍ୟୁ ପରେ ପେନସନ କୋଷରେ ଜମା ରାଶି ପରିବାର ଲୋକଙ୍କୁ ମିଳିବ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ