ଖେଳ ଦେଶ ବିଦେଶ

ମାତ୍ର ୧ ଓ୍ୱିକେଟ୍ ଦୂରରେ ରହିଗଲେ ଜାଡେଜା ! ନହେଲେ କରିଥାନ୍ତେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ ୦୭/୦୩: ଭାରତ ଶ୍ରୀଲଙ୍କାକୁ ପ୍ରଥମ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ କରିଛି । ଭାରତ ଭ୍ରମଣକାରୀ ଦଳକୁ ୨୨୨ ରନ୍ ଓ ଗୋଟିଏ ଇନିଂସରେ ମାତ୍ ଦେଇଛି । ଦଳର ବିଜୟରେ ରବୀନ୍ଦ୍ର ଜାଡେଜାଙ୍କ ବଡ ଯୋଗଦାନ ଥିଲା । ସେ ପ୍ରଥମ ଇନିଂସରେ ୧୭୫ ରନ୍ କରିଥିବା ବେଳେ ମୋଟ୍ ୯ଟି ଓ୍ୱିକେଟ୍ ନେଇଥିଲେ ।

ତେବେ ଏକ ବଡ ରେକର୍ଡ ପ୍ରତିଷ୍ଠା କରିବାଠୁ ଜାଡେଜା ଗୋଟିଏ ଓ୍ୱିକେଟ୍ ଦୂରରେ ରହିଯାଇଥିଲେ । ଯଦି ସେ ଗୋଟିଏ ଓ୍ୱିକେଟ୍ ନେଇଥାନ୍ତେ ତେବେ ୧୫୦ରୁ ଅଧିକ ରନ୍ ଓ ୧୦ ଓ୍ୱିକେଟ୍ ନେଇଥିବା ବିଶ୍ୱର ପ୍ରଥମ ଖେଳାଳି ହୋଇପାରିଥାନ୍ତେ । ଏବେସୁଦ୍ଧା କେହି ଖେଳାଳି ଟେଷ୍ଟରେ ୧୫୦ରୁ ଅଧିକ ରନ୍ ଓ ୧୦ ଓ୍ୱିକେଟ୍ ନେଇ ନାହାଁନ୍ତି ।

ପୂର୍ବରୁ କେବଳ ଆଲନ ଡେଭିଡସନ, ଇଆନ ବାଥମ, ଇମ୍ରାନ ଖାନ୍ ଓ ଶାକିବ ଅଲ ହାସନ ଏହି ରେକର୍ଡର ପାଖାପଖି ପହଁଚିଥିଲେ । ଡେଭିଡସନ ୧୯୬୦ରେ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୧୨୪ ରନ୍ କରିବା ସହ ୧୧ ଓ୍ୱିକେଟ୍ ନେଇଥିଲେ ।

ସେହିପରି ଇଆନ ବାଥମ ଭାରତ ବିପକ୍ଷରେ ୧୩ ଓ୍ୱିକେଟ୍ ନେବା ସହ ୧୧୪ ରନ୍ କରିଥିଲେ । ୧୯୮୩ରେ ଇମ୍ରାନ ଖାନ ୧୧ ଓ୍ୱିକେଟ୍ ନେବା ସହ ୧୧୧ ରନ୍ କରିଥିଲେ । ସେହିପରି ଶାକିବ ଅଲ ହସନ ୨୦୧୪ରେ ୧୪୩ ରନ୍ କରି ଦଶ ଓ୍ୱିକେଟ୍ ନେଇଥିଲେ । କିନ୍ତୁ କେହି ବ୍ୟାଟର ୧୫୦ ରନ୍ କରି ୧୦ କିମ୍ବା ଅଧିକ ଓ୍ୱିକେଟ୍ ନେଇ ନାହାଁନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ