ଅପରାଧ ରାଜ୍ୟ

ମାତିଛନ୍ତି ବ୍ୟାଟେରୀ ଚୋର ରାକେଟ୍: ଝାଡ଼ଖଣ୍ଡରୁ ଉଦ୍ଧାର ହେଲା ୩୦ ବ୍ୟାଟେରୀ, ୨ ଅଭିଯୁକ୍ତ ଗିରଫ

ବଡବିଲ ୦୩/୦୮: ଝାଡ଼ଖଣ୍ଡ, ଚାଇଁବସାରୁ ୩୦ଟି ଚୋରି ବ୍ୟାଟେରୀ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ୨ଅଭିଯୁକ୍ତଙ୍କୁ ଗିରଫ୍ କରିଛି ବଡ଼ବିଲ ପୋଲିସ୍ । ସୀମାବର୍ତ୍ତୀ ନାଲଦା ସ୍ଥିତ ବିକାନ ଇଲେକ୍ଟ୍ରିକାଲ୍ସ ଦୋକାନର ତାଲା ଭାଙ୍ଗି ଏସବୁ ବ୍ୟାଟେରୀ ଚୋରି ହୋଇଥିବା ନେଇ ଦୋକାନ ମାଲିକ ଏମ ଡି ଜାଲିନ୍ ବଡ଼ବିଲ ଥାନାରେ ଅଭଯୋଗ କରିଥିଲେ ।

ପୋଲିସ୍ ତତ୍ପରତା ପ୍ରକାଶ କରି ସିସିଟିଭି ଫୁଟେଜ ଆଧାରରେ ଛାନଭିନ୍ ଆରମ୍ଭ କରିଥିଲା । ଫଳରେ ଅଭିଯୁକ୍ତ ସମ୍ପର୍କରେ ପତ୍ତା ଲଗାଇଥିଲା । ତେବେ ଝାଡ଼ଖଣ୍ଡ ଚାଇଁବସାରେ ବ୍ୟାଟେରୀ ଗୁଡ଼ିକୁ ବିକ୍ରୟ କରିବା ପୂର୍ବରୁ ହିଁ ବ୍ୟାଟେରୀ ବୋଝେଇ ଗାଡ଼ି ସହ ଅଭିଯୁକ୍ତ ଦ୍ୱୟଙ୍କୁ ମାଡିବସିଥିଲା ପୋଲିସ୍ । ଗିରଫ ୨ ଅଭିଯୁକ୍ତ ହେଲେ, ବଡ଼ବିଲ ବରକତ ନଗର ଅଞ୍ଚଳର ଏମ ଡି ସାହିଦ୍ ଓ ଏମଡି ତବରେଜ୍ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।