ଅପରାଧ ରାଜ୍ୟ

ମାତିଛନ୍ତି ଚୋର, ଦଣ୍ଡକାଳୀ ମନ୍ଦିରରେ ବୁଲାଇଲେ କଳାକନା

ସାନଖେମୁଣ୍ଡି ୦୯/୦୯: ପୋଲିସର ନିଦ ହଜାଇଲେଣି ଚୋର ଗ୍ୟାଙ୍ଗ । ପୂର୍ବରୁ ଘର ଏବେ ମନ୍ଦିର, ଅର୍ଥାତ ମନ୍ଦିର ଉପରେ ପଡିଛି ଚୋରଙ୍କ ଲୋଲୁପ ଦୃଷ୍ଟି । ପ୍ରତିଦିନ ଗଂଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଚୋରି ହେବାର ଖବର ସାମ୍ନା କୁ ଆସୁଛି।ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମରଝୋଳ ମା’ ଦଣ୍ଡ କାଳୀ ମନ୍ଦିରରୁ କିଛି ଦୁର୍ବୁତ୍ତ ଲୁଟ କରି ଚମ୍ପଟ ମାରିଥିବା ଦେଖିବାକୁ ମିଳିଛି ।

ଗତକାଲି ମଧ୍ୟ ରାତ୍ରିରେ କିଛି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମା କାଳୀଙ୍କ ବେକରୁ ଦୁଇଟି ମଙ୍ଗଳ ସୂତ୍ର ଏବଂ ଦାନ ହୁଣ୍ଡୀ ଭାଙ୍ଗି ଚମ୍ପଟ ମାରିଛନ୍ତି । ତେବେ ଚୋରି କରି ମନ୍ଦିର ପରିସର ରେ ଥିବା ସିସି କ୍ୟାମେରାର ଦୁଇଟି ହାର୍ଡଡିସ୍କ ଗୋଟାଏ ମନ୍ଦିର ଭିତରୁ ଏବଂ ଅନ୍ୟଟି ମନ୍ଦିର କାର୍ଯ୍ୟାଳୟରୁ ସିସି କ୍ୟାମେରାର ସମସ୍ତ ଯୋଗାଯୋଗ ଠପ କରି ହାର୍ଡଡିସ୍କ ନେଇଯାଇଛନ୍ତି ।

ତା ସହ ମନ୍ଦିର କାର୍ଯ୍ୟାଳୟରେ ଲାଗିଥିବା ୫୫ ଇଞ୍ଚ ବିଶିଷ୍ଟ ଏଲଇଡିଟିଭିକୁ ଭାଙ୍ଗି ସମ୍ପୂର୍ଣ ନଷ୍ଟ କରିଦେଇଛନ୍ତି ଦୁର୍ବୃତ୍ତ । ଦୁଇଟି ସୁନା ମଙ୍ଗଳ ସୂତ୍ର, ଦାନ ହୁଣ୍ଡୀରୁ ଟଙ୍କା, ମନ୍ଦିରର ଇଲେକ୍ଟ୍ରିକାଲ ସାମଗ୍ରୀ ମଧ୍ୟ ଚୋରି ହୋଇଛି ଯାହାର ମୂଲ୍ୟ ହାରାହାରି ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ହବ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।