ଅପରାଧ ରାଜ୍ୟ

ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ, ଜଣଙ୍କୁ ଅଟକ ରଖିଛି ପୋଲିସ

ସାନଖେମୁଣ୍ଡି ୧୫।୦୭ : ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବନ୍ଧାଗୁଡ଼ା ପଞ୍ଚାୟତ ଅନନ୍ତନଗର ସ୍ଥିତ ଏକ ତୋଟାରୁ ଏହି ମୃତଦେହ ଠାବ ହୋଇଛି । ମୃତକ ବନ୍ଧାଗୁଡ଼ା ଗାଁର ତ୍ରିନାଥ ପାତ୍ର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଅନନ୍ତନଗର ସ୍ଥିତ ଏକ ତୋଟାରେ ମୃତଦେହ ଜବତ ହୋଇଥିବା ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ମୃତଦେହକୁ ଉଦ୍ଧାର କରିଥିଲା । ଜବତ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ଏହାସହ ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ସେହିପରି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଖୋଲତାଡ଼ କରୁଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।