କଳା ଓ ସଂସ୍କୃତି ରାଜ୍ୟ

ମାଟି ତଳୁ ବାହାରିଲା ୧୪ ଶହ ବର୍ଷର ଭାସ୍କର୍ଯ୍ୟ

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ମା‌ଟି ତଳେ ରହିଛି ପ୍ରାୟ ୧୪ ଶହ ବର୍ଷର ଭାସ୍କର୍ଯ୍ୟ। ଶୁକଶାରି ମନ୍ଦିର କଡ଼ରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ) ଦ୍ବାରା ଚାଲିଥିବା ଖନନ ବେଳେ ଏହି ତଥ୍ୟ ପ୍ରମାଣିତ ହୋଇଛି। ଆଜି ମାଟି ତଳୁ ମିଳିଛି ଏକ ମହିଷା ମର୍ଦ୍ଦିନୀ ମୂର୍ତ୍ତି। ଦୁଇଦିନ ପୂର୍ବରୁ ମିଳିଥିଲା ଏକ ଅର୍ଦ୍ଧନାରୀଶ୍ବର ମୂର୍ତ୍ତି। ଆଗକୁ ଖନନ କାର୍ଯ୍ୟ ଜାରି ରହିବ ଓ ମାଟି ତଳୁ ଅଧିକ ମୂର୍ତ୍ତି କାରୁକାର୍ଯ୍ୟ ବାହାରିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଏହି ମୂର୍ତ୍ତିଦ୍ବୟର ନିର୍ମାଣ ଶୈଳୀରୁ ଏହା ଷଷ୍ଠ ଶତାବ୍ଦୀର ବା ପ୍ରାୟ ୧୪ ଶହ ବର୍ଷ ତଳର ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏଠାରୁ ଏକ ବିଷ୍ଣୁ ମୂର୍ତ୍ତି ମଧ୍ୟ ମିଳିଥିଲା।
ଆଜି ମିଳିଥିବା ମହିଷା ମର୍ଦ୍ଦିନୀ ମୂର୍ତ୍ତି ଏକ ମନ୍ଦିରର ଗର୍ଭଗୃହରୁ ବାହାରିଛି। ଗର୍ଭଗୃହରୁ ମିଳିଥିବାରୁ ଏକଦା‌ ଏହି ମୂର୍ତ୍ତି ପୂଜା ପାଉଥିବା ଅନୁମାନ କରାଯାଉଛି। ତେଣୁ ଶୁକଶାରି ମନ୍ଦିର ନିକଟରେ ଏହି ମନ୍ଦିରଟି ମା’ ଦୁର୍ଗାଙ୍କର ବୋଲି ଚର୍ଚ୍ଚା ହେଉଛି। ତେବେ ପୂରା ଖନନ ନହେବା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ଭାବେ କହିବା କାଠିକର ବୋଲି ସ୍ଥାନୀୟ ପୁରୁଖା ଲୋକମାନେ କହିଛନ୍ତି।

ସୂଚନାଥାଉକି, ୨୦୨୧ ଡିସେମ୍ବର ୧୨ତାରିଖରେ ଏଠାରେ ଖନନ କାର୍ଯ୍ୟ ଚାଲୁଥିବା ବେଳେ ଗୋଟିଏ ନୂତନ ମନ୍ଦିର ଉଦ୍ଧାର ହୋଇଥିଲା। ଉକ୍ତ ମନ୍ଦିରଟି ପଶ୍ଚିମ ମୁହାଁ ହୋଇ ରହିଥିଲା। ସେହିପରି ଗତ ୨୦୨୧ ଅକ୍ଟୋବର ୩୦ ତାରିଖରେ ଅନ୍ୟ ଗୋଟିଏ ମନ୍ଦିର ଉଦ୍ଧାର ହୋଇଥିଲା। ପୂର୍ବରୁ ଏକ ଶିବ ଲିଙ୍ଗ ମଧ୍ୟ ଉଦ୍ଧା‌ର କରାଯାଇଥିଲା। ଖନନ ଭିତରେ ଦୁଇଟି ମନ୍ଦିରର ବେସ୍ ବାହରିଥିଲା। ତେଣୁ ବର୍ତ୍ତମାନ ସୁଦ୍ଧା ଏଠାରେ ମାଟିତଳୁ ସମୁଦାୟ ୪ଟି ଭଗ୍ନ ମନ୍ଦିର ବାହାରି ସାରିଲାଣି।

ଏଏସ୍ଆଇ ପ୍ରତ୍ନତତ୍ତ୍ବବିତ୍‌ ପି କେ ନାୟକ କହିଛନ୍ତି, ଏଠାରେ ପ୍ରତିଦିନ ଖନନ ବେଳେ କିଛି ନା କିଛି ପୁରାତନ ମନ୍ଦିରର ଭଗ୍ନ ଅଂଶ ବାହାରୁଛି। ସେହିପରି ପ୍ରତ୍ନତତ୍ତ୍ବବିତ୍‌ ମାନସ କୁମାର ସାହୁ କୁହନ୍ତି ଯେ ଏଠାରେ ସମ୍ପୂର୍ଣ୍ଣ ମନ୍ଦିର ପୋତି ହୋଇ ରହିଛି। ଆହୁରି ଖନନ କରାଗଲେ ଏଠାରୁ ଅନେକ ଭଗ୍ନାବଶେଷ ମିଳିବ ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,