ଦେଶ ବିଦେଶ

ମାଟି ଅପେକ୍ଷା ପାଣିରେ ରହିବା ଶସ୍ତା: ‘ବିଳାସମୟ ଜାହାଜ’ରେ ରହିବାକୁ ସର୍ବସ୍ବ ବିକିଦେଲେ ଦମ୍ପତି

ଟାଲାହାସି: ସ୍ଥଳଭାଗଠାରୁ ଜଳଭାଗରେ ରହିବା ଶସ୍ତା ବୋଲି କହି ଆମେରିକାର ଫ୍ଲୋରିଡା ପ୍ରଦେଶର ଏକ ଦମ୍ପତି ୩ ବର୍ଷ ହେବ ସମସ୍ତ ସମ୍ପତ୍ତି ବିକ୍ରୟ କରି ବିଳାସମୟ ଜାହାଜ ବା ‘କ୍ରୁଜ୍‌’ରେ ବାସ କରୁଥିବା କଥା ‘ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ଜଳପଥରେ ବିଶ୍ବ ପରିକ୍ରମା କରିବା ଲାଗି ଜନ୍‌ ଓ ମେଲୋଡି ହେନିସି ନାମକ ସେ ଦମ୍ପତି ୨୦୨୦ରେ ଘରଦ୍ବାରା, ବ୍ୟବସାୟ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୟ କରି ଦେଇଛନ୍ତି।

ଆମେରିକା ଭ୍ରମଣ କରିବା ଲାଗି ସେ ଦମ୍ପତି ‌ଗୋଟାଏ ‘ମୋଟର୍‌ ହୋମ୍‌’ ବା ‘ଗାଡ଼ିଘର’ କିଣିଥିଲେ। କିନ୍ତୁ, ସେ ‘ଗାଡ଼ିଘର’କୁ ଚଳାଇ ଚଳାଇ ‌ଶ୍ରୀଯୁକ୍ତ ହେନିସି କ୍ଳାନ୍ତ ହୋଇପଡ଼ିବାରୁ ସମୁଦ୍ର ପଥରେ ଭ୍ରମଣ କରିବାକୁ ଦୁହେଁ ସ୍ଥିର କଲେ। ସେହି ସମୟରେ ଦୁହେଁ ‘ଫେସ୍‌ବୁକ୍‌’ରେ ‘ରୟାଲ୍‌ କ୍ୟାରିବିୟାନ୍‌’ର ୨୭୪ ଦିନିଆ ଭ୍ରମଣ ବିଜ୍ଞାପନ ଦେଖି ତା’ର ସୁଯୋଗ ନେଲେ।

Image Courtesy of Facebook

ସେଥିରେ ତୁରନ୍ତ ନାମ ପଞ୍ଜୀକରଣ କରାଇ ଦୁହେଁ ସମଗ୍ର ବିଶ୍ବ ପରିକ୍ରମା କରିସାରିଲେଣି। ଏଯାବତ୍‌ ସେମାନେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ୍‌ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଅଧିକାଂଶ ସ୍ଥାନ ଭ୍ରମଣ କରି ସମ୍ପ୍ରତି ଡୋମିନିକା ଦ୍ବୀପ ଆଡ଼କୁ ଅଗ୍ରସର ହେଉଛନ୍ତି। ସେମାନଙ୍କ ମତରେ ଏବେ ଜୀବନଯାପନ ପାଇଁ କମ୍‌ ଖର୍ଚ୍ଚ ପଡୁଛି।

‘ସ୍କାଏ ନିଉଜ୍‌’କୁ ଶ୍ରୀଯୁକ୍ତ ହେନିସି କହିଛନ୍ତି, ଏବେ ଆମ ପାଖକୁ କେବଳ ଟେଲିଫୋନ୍‌ ବିଲ୍‌, ଜାହାଜଯାତ୍ରା ବାବଦ ବିଲ୍‌ ଓ ସ୍ଥଳଭାଗକୁ ଉଠିଲେ ଅଳ୍ପ ପରିମାଣର ‘କ୍ରେଡିଟ୍‌ କାର୍ଡ’ ବିଲ୍‌ ଆସୁଛି। ହିସାବ କରି ଦେଖିଲେ, ସ୍ଥଳଭାଗରେ ରହିବା ବେଳେ ଯେତେ ଖର୍ଚ୍ଚ କରିବାକୁ ପଡୁଥିଲା ଏବେ ତା’ର ଅଧା ଖର୍ଚ୍ଚ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ