ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଟିରେ ମିଶିଲା ମାଫିଆଙ୍କ ବିଳାସପୂର୍ଣ୍ଣ କୋଠା: ବୁଲିଲା ବୁଲ୍‌ଡୋଜର

ସଇନ୍ତଳା: ଗଞ୍ଜେଇ ମାଫିଆ ବିରୋଧ‌ରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସଇନ୍ତଳା ବ୍ଲକ୍‌ ଫପସି ଛକସ୍ଥିତ ଗଞ୍ଜେଇ ମାଫିଆ ଘନଶ୍ୟାମ ଜେନାର ବିରାଟ କୋଠାକୁ ବୁଧବାର ବୁଲ୍‌ଡୋଜର ଲଗାଇ ମାଟିରେ ମିଶାଇ ଦିଆଯାଇଛି। ଗତ ଜୁନ୍‌ ମାସ ୩ ତାରିଖ ରାତିରେ ଟିଟିଲାଗଡ଼, ବଙ୍ଗୋମୁଣ୍ତା ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ମିଳିତ ଭାବେ ଚଢ଼ଉ କରି ଫପସି ଗ୍ରାମରୁ ୬ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଘନଶ୍ୟାମ ଜେନାର ଘରୁ ଜବତ କରିଥିଲେ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬୩ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା।

ତଦନ୍ତରୁ ଜଣାପଡ଼ିଥିଲା ଯେ, ଘନଶ୍ୟାମର ବାପା ସନ୍ତୋଷ ଜେନା ବଡ଼ମାଳ ଗୋଳାବାରୁଦ କାରଖାନା ନିର୍ମାଣ ହେବା ପରେ ବ୍ରହ୍ମପୁର ଅଞ୍ଚଳରୁ ଚାଲିଆସି କାରଖାନାର ଗେଟ୍‌ ନିକଟରେ ସରକାରୀ ଜମିକୁ କବ୍‌ଜା କରି ଘର ନିର୍ମାଣ କରିବା ସହ ସେଠାରେ କବାଡ଼ିଖାନା କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ୫ ବର୍ଷ ହେଲା ଘନଶ୍ୟାମ ଉକ୍ତ ଜାଗାକୁ ଗଞ୍ଜେଇ କାରବାର ପାଇଁ ବ୍ୟବହାର କରୁଥିଲା। ସେହିଭଳି ସରକାରୀ ଜମି ଉପରେ ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ଏକ ବିରାଟ ବିଳାସପୂର୍ଣ୍ଣ କୋଠା ନିର୍ମାଣ କରିଥିଲା। ସରକାରୀ ଜମିରେ ଘର ନିର୍ମାଣ କରି ବେଆଇନ ଗଞ୍ଜେଇ ତଥା ନିଶା ବେପାର କରୁଥିବା ଯୋଗୁଁ ପ୍ରଶାସନ ତରଫରୁ ଘର ଭାଙ୍ଗିବା ପାଇଁ ନିର୍ଦେଶ ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ଗତ ୧୧.୭.୨୦୨୩ ଦିନ ସଂପୃକ୍ତ ଘରକୁ ମାସେ ମଧ୍ୟରେ ଖାଲି
କରିବାକୁ ନୋଟିସ ଜାରି କରାଯାଇଥିଲା। ଗୁରୁବାର ବଲାଙ୍ଗୀର ଏସ୍‌ପି ଖିଲାରୀ ଋଷିକେଶଙ୍କ ନିର୍ଦେଶକ୍ରମେ ସଇନ୍ତଳା ତହସିଲଦାର ତଥା ମାଜିଷ୍ଟ୍ରେଟ ମନସଫିଲ କେରକେଟାଙ୍କ ଉପସ୍ଥିତିରେ ପୁଲିସ ପ୍ରଶାସନ ଜେସିବି ମେସିନ ଲଗାଇ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି। ଘର ମଧ୍ୟରେ ଥିବା ଆସବାବପତ୍ର ବାହାର କରି ଅନ୍ୟତ୍ର ନେବାକୁ ଗତ ଦୁଇଦିନ ହେଲା ପ୍ରଶାସନ ତରଫରୁ ସେମାନଙ୍କୁ ଜଣାଇ ଦିଆଯାଇଥିଲା। ନିଶା ତଥା ଗଞ୍ଜେଇ ବେପାରୀଙ୍କ ଉପରେ ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅପରାଧୀ ତଥା ନିଶା ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।