ଅପରାଧ ଦେଶ ବିଦେଶ

ମାଙ୍ଗାଲୁରୁ ଅଟୋରିକ୍ସା ବ୍ଲାଷ୍ଟ୍ ଘଟଣା; ବିସ୍ଫୋରଣକାରୀକୁ ଚିହ୍ନଟ କଲା ପୋଲିସ, ଆଇଏସଆଇ ଲିଙ୍କ୍‌ରେ ଥିଲା ଅଭିଯୁକ୍ତ ମହମ୍ମଦ ସରିକ୍

ବେଙ୍ଗାଳୁରୁ: ମାଙ୍ଗାଲୁରୁ ବ୍ଲାଷ୍ଟ୍ ଘଟଣାର ପର୍ଦ୍ଦାଫଶ କରିଛି ପୋଲିସ । ଅଟୋରିକ୍ସାରୁ ଆଧାର କାର୍ଡ, ମୋବାଇଲ ସିମ୍ ଓ ପ୍ରେସର କୁକର ମିଳିବା ପରେ ବିସ୍ଫୋରଣରେ ଆତଙ୍କବାଦୀଙ୍କ ଲିଙ୍କ୍ ଥିବା କହିଛି ପୋଲିସ୍ । ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ମାଧ୍ୟମରେ ଚଳନ୍ତା ଅଟୋରିକ୍ସାରେ ଆଇଡି ବ୍ଲାଷ୍ଟ କରାଯାଇଥିଲା । ପୋଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତ ଯୁବକକୁ ଚିହ୍ନଟ କରିଛି ।

ଶନିବାର ମାଙ୍ଗାଲୁରୁ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଅଟୋରେ ନିଆଁ ଲାଗିଯିବା ସହିତ ଧୂଆଁ ବାହାରିଥିଲା। ଏଥିରେ ଡ୍ରାଇଭର ସମେତ ଯାତ୍ରୀ ବି ଆହତ ହୋଇଥିଲେ । ଘଟଣାରେ ଫୋରେନ୍ସିକ ସାଇନ୍ସ ଲାବ ଟିମ୍ ତଦନ୍ତ କରଥିଲା । ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍ ଥିବା କର୍ଣ୍ଣାଟକ ଡିଜିପି ସ୍ପଷ୍ଟ କରିଥିଲେ । ଅଟୋରିକ୍ସାରୁ ଆଧାର କାର୍ଡ, ମୋବାଇଲ ସିମ୍, ପ୍ରେସର କୁକର ଓ ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ମିଳିବା ପରେ ବିସ୍ଫୋରଣରେ ସମ୍ପୃକ୍ତି ଥିବା ଯୁବକଙ୍କୁ ଚିହ୍ନଟ କରିଛି ପୋଲିସ । ତୀର୍ଥହଲ୍ଲୀ ଅଞ୍ଚଳରେ ରହୁଥିବା ୨୪ବର୍ଷିୟ ମହମ୍ମଦ ସରିକ୍ ବ୍ଲାଷ୍ଟ୍ ଯୋଜନା କରିଥିଲା । ମହମ୍ମଦ ସରିକ୍ ପୂର୍ବରୁ ଆତଙ୍କବାଦୀ ସଂଗଠନ ଆଇଏସଆଇ ସହିତ ଲିଙ୍କ୍ ରେ ଥିବା ପୋଲିସ ସ୍ପଷ୍ଟ କରିଛି ।

ପୋଲିସ ଅଧିକାରୀଙ୍କ କହିବା ଆନୁଯାୟୀ, ଅଟୋରିକ୍ସା ବ୍ଲାଷ୍ଟରେ ଆଇଇଡି ବ୍ୟବହାର କରାଯାଇଛି । ହେଲେ ଏଥିରେ ଆମୋନିଆ ନାଇଟ୍ରେଟ୍ ବ୍ୟବହାର ହୋଇଛି କି ନାହିଁ ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଫରେନ୍ସିକ୍ ରିପୋର୍ଟ ଆସିଲା ପରେ ଜଣା ପଡ଼ିବ । ଏହି ଘଟଣାରେ କେବଳ ମହମ୍ମଦ ସରିକ୍ ଙ୍କୁ ଛାଡ଼ି ଆଉ କିଏ କିଏ ସାମିଲ ଅଛନ୍ତି ପୋଲିସ ତଦନ୍ତ କରୁଛି । ବ୍ଲାଷ୍ଟର ଏନଆଇଏ ତଦନ୍ତ ହେବ ବୋଲି ଜଣାପଡ଼ିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ