ଦେଶ ବିଦେଶ ମନୋରଞ୍ଜନ

ମା’ଙ୍କ ସହ ଫଟୋ ସେଆର କଲେ ସଲମାନ ଖାନ୍‌, କହିଲେ- ‘ମା’ଙ୍କ କୋଳ … ସ୍ବର୍ଗ’

ନୂଆଦିଲ୍ଲୀ ୦୯।୦୨: ବଲିଉଡ ଅଭିନେତା ସଲମାନ ଖାନ ଇଣ୍ଡଷ୍ଟ୍ରିର ଭାଇଜାନ ଭାବେ ବେଶ୍‌ ଜଣାଶୁଣା। ସଲମାନ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି। ସଲମାନ ତାଙ୍କ ବାପା ମାଆଙ୍କର ଅତି ନିକଟତର ରହିଥାନ୍ତି । ତାଙ୍କ ପିତା ସଲିମ ଖାନଙ୍କ ଦ୍ୱିତୀୟ ପତ୍ନୀ ହେଲେନଙ୍କ ସହ ସଲମାନଙ୍କର ମଧ୍ୟ ବହୁତ ଭଲ ସମ୍ପର୍କ ରହିଛି। ବର୍ତ୍ତମାନ ସେ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏଥିରୁ ସମୟ ବାହାର କରି ସେ ନିଜ ପରିବାର ସମୟ ବିତାଇବାକୁ ପସନ୍ଦ କରିଛନ୍ତି । ନିକଟରେ ସଲ୍ଲୁ ମା’ ସଲମା ଖାନଙ୍କ ସହ ଏକ ଫଟୋ ସେଆର କରିଛନ୍ତି। ଫଟୋରେ ସେ ମା’ଙ୍କ କୋଳରେ ଶୋଇଥିବାର ନଜର ଆସିଛନ୍ତି।

ଫଟୋଟିରେ ସେ ସବୁଜ ରଙ୍ଗର ଟି-ସାର୍ଟରେ ନଜର ଆସିବା ବେଳେ ତାଙ୍କ ମା ସଲମା ନୀଳ ରଙ୍ଗର ଚେକ୍ କୁର୍ତ୍ତା ପିନ୍ଧିଛନ୍ତି। ଏହି ସମୟରେ, ମା’ ଏବଂ ପୁଅର ମୁହଁରେ ଏକ ସୁନ୍ଦର ହସ ଦେଖିବାକୁ ମିଳୁଛି । ଏହି ଫଟୋ ସହିତ ସଲମାନ ସୁନ୍ଦର କ୍ୟାପସନ ଲେଖିଛନ୍ତି, ‘ମା’ଙ୍କ କୋଳ … ସ୍ବର୍ଗ। ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ସଲମାନଙ୍କ ଏହି ଫଟୋଟି ଅଳ୍ପ କିଛି ଘଣ୍ଟା ମଧ୍ୟରେ ୧୭ ଲକ୍ଷ ୮ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

ସଲମାନ ଖାନ ଖାନଙ୍କୁ ଫିଲ୍ମ ‘ଅନ୍ତିମ୍‌’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ସଲମାନ ବର୍ତ୍ତମାନ ‘ଟାଇଗର ୩’ ପାଇଁ ଶଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସଲମାନ ଖାନଙ୍କ ସହ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ