ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଗଣା ଭଏସ୍ କଲ୍‌, ବାବୁମାନଙ୍କୁ ଟେଲିଫୋନ ଭତ୍ତା ମିଳୁଛି ମାସକୁ ୫୦୦୦

ଭୁବନେଶ୍ବର : ରାଜ୍ୟ ବିକାଶ କିମ୍ବା ଜନମଙ୍ଗଳ ବା ନିଯୁକ୍ତି କଥା ଉଠିଲେ ଟଙ୍କା ଖର୍ଚ୍ଚର ବାହାନା ନୂଆ କଥା ନୁହେଁ। ହେଲେ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବରୁ ଊର୍ଧ୍ବ ପାହ୍ୟାର ଅଧିକାରୀଙ୍କୁ ପ୍ରତି ମାସରେ ଦିଆଯାଉଥିବା ଟେଲିଫୋନ ଭତ୍ତା ଦେଖିଲେ ଯେ କେହି ବିସ୍ମିତ ହେବ। ଶାସନ ବ୍ୟବସ୍ଥାରେ ଅଧିକାରୀମାନେ କିଭଳି ନିଜର ଦବ୍‌ଦବା ଜାହିର କରିଛନ୍ତି, ତାହା ଏଥିରୁ ସ୍ପଷ୍ଟ ଜଣାପଡ଼େ।
ରାଷ୍ଟ୍ରାୟତ୍ତ ବିଏସ୍ଏନ୍ଏଲ୍ କମ୍ପାନି କଥା ବିଚାରକୁ ନେଲେ, ମାତ୍ର ୬୬୬ ଟଙ୍କା ମୋବାଇଲ ରିଚାର୍ଜରେ ୧୦୫ ଦିନ ପାଇଁ ଅନଲିମିଟିଟେଡ କଲ୍‌ ସହିତ ପ୍ରତିଦିନ ୨ ଜିବିର ଡାଟାର ପାଉଛନ୍ତି ଗ୍ରାହକ। ଅନ୍ୟ କମ୍ପାନିର ମୋବାଇଲ ରିଚାର୍ଜରେ ପାଖାପାଖି ଏହିଭଳି ସୁବିଧା ମିଳିପାରୁଛି। ମୋବାଇଲ କମ୍ପାନିଙ୍କ ମଧ୍ୟରେ ଥିବା କଡ଼ା ମୁକାବିଲା ଯୋଗୁଁ ବର୍ତ୍ତମାନ ସମୟରେ ଏଭଳି କୌଣସି କମ୍ପାନି ନାହାନ୍ତି ଯିଏ ଭଏସ କଲ ପାଇଁ ଟଙ୍କା ନେଉଛି। ପୂର୍ବଭଳି ରାଜ୍ୟ ବାହାରକୁ ଫୋନ ବା ଏସଟିଡି ପାଇଁ ମଧ୍ୟ ଅର୍ଥ ଦେବାକୁ ପଡ଼ୁନାହିଁ। ବର୍ତ୍ତମାନ ଯାହା ଖର୍ଚ୍ଚ ଇଣ୍ଟରନେଟ୍ ବା ଡାଟା ପାଇଁ ହେଉଛି।

ଦେଶ ଏଭଳି ସ୍ଥିତିରେ ପହଞ୍ଚିଛି ଯେଉଁଠି ଆଉ ଭଏସ କଲ ସହିତ ଡାଟା ମାଗଣା ଦେବା ପାଇଁ କମ୍ପାନି ନିଜ ତରଫରୁ ଘୋଷଣା କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ରାଜ୍ୟ ସରକାର ପୁରୁଣା ଦିନ ଭଳି ଅତିରିକ୍ତ ସଚିବ କିମ୍ବା ଉପର ପାହ୍ୟାର ଅଧିକାରୀଙ୍କ କାର୍ଯ୍ୟାଳୟ କାର୍ଯ୍ୟ ପାଇଁ ଟେଲିଫୋନରେ କଥା ହେବା ଲାଗି ପ୍ରତି ମାସ ୫ ହଜାର ଟଙ୍କା ଦେଉଛନ୍ତି। ରାଜ୍ୟର ସମସ୍ତ ଆଇଏଏସ, ଆଇପିଏସ, ବନ ଅଧିକାରୀ ଏବଂ ୨୮୦ ଜଣ ବରିଷ୍ଠ ଓଏଏସ ପାହ୍ୟାର ଅଧିକାରୀ ଏହି ସୁବିଧା ପାଉଛନ୍ତି। ପ୍ରଯୁକ୍ତି ପ୍ରତିଯୋଗିତାର ଲାଭ ନଉଠାଇ ବର୍ଷାଧିକ ସମୟ ହେଲା ରାଜ୍ୟ ସରକାର କାହିଁକି ଟେଲିଫୋନ ଭତ୍ତା ବାବଦରେ ଏତେ ଟଙ୍କା ଦେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୯୦ ଦଶକରେ ମୋବାଇଲ ଭାରତୀୟ ବଜାରକୁ ଆସିଥିଲା। ୨୦୦୪ ମସିହାରେ ମୋବାଇଲରେ ଇନକମିଙ୍ଗ କଲ ମାଗଣା ହେଲା। ସେତେବେଳେ କାର୍ଯ୍ୟର ଆବଶ୍ୟକତା ଦୃଷ୍ଟିରୁ ଉଭୟ ଲ୍ୟାଣ୍ଡଲାଇନ ଏବଂ ମୋବାଇଲରେ କଥା ହେବା ବ୍ୟୟବହୁଳ ଥିଲା। ତେଣୁ ୧୯୯୩ ମସିହା ବେଳକୁ ସମୟର ଆବଶ୍ୟକତା ଦୃଷ୍ଟିରୁ ସରକାର ମାସକୁ ୫ ହଜାର ଟଙ୍କା ଦେଉଥିଲେ। ମାତ୍ର ଆଜି ଟେଲିଫୋନ ଜଗତରେ ଏତେ ପରିବର୍ତ୍ତନ ପରେ ବି ପୁରୁଣା ଦିନ ଭଳି ଏତେ ଟଙ୍କାର ଟେଲିଫୋନ ଭଡ଼ା କାହିଁକି ଦିଆଯିବ? ଅନ୍ୟ ବିଭାଗରେ ଖର୍ଚ୍ଚ ବଢିବା ଯୋଗୁଁ ଯେଉଁଭଳି ଭତ୍ତା ବଢୁଛି, ଯେଉଁଠି ଖର୍ଚ୍ଚ କମୁଛି ସେଠି ପଦସ୍ଥ ଅଧିକାରୀଙ୍କ ଖର୍ଚ୍ଚ କାଟ କାହିଁକି ହେଉନାହିଁ। ଅନ୍ୟମାନଙ୍କୁ ଖର୍ଚ୍ଚ କାଟର ଉପଦେଶ ଦେଉଥିବା ଅଧିକାରୀ ନିଜ କ୍ଷେତ୍ରରେ କାହିଁକି ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।