ରାଜ୍ୟ

ମାଗଣା ବସ୍‌ ସେବା ଆରମ୍ଭ: ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତାକୁ ଗଡ଼ିଲା ୫୯ଟି ବସ୍

ଭୁବନେଶ୍ବର/କଟକ: ବାଲେଶ୍ବର ଜିଲ୍ଲାର ବାହାନଗା ରେଳ ଦୁର୍ଘଟଣା ପରେ କୋଲକାତାକୁ ରେଳଯାତ୍ରା ପ୍ରଭାବିତ ହେବା ପରେ ରାଜ୍ୟ ସରକାର ପୁରୀ, ଭୁବନେଶ୍ବର ଓ କଟକରୁ ଦୈନିକ ମାଗଣା ବସ୍‌ ସେବା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତି ସାଢେ ୧୧ଟା ସୁଦ୍ଧା ପୁରୀରୁ ୨୦ଟି ବସ୍, ଭୁବନେଶ୍ୱରରୁ ୨୩ ଏବଂ କଟକରୁ ୧୬ ଏପରି ମୋଟ୍ ୫୯ଟି ବସ୍ ମାଗଣା ସେବା ଭାବରେ କୋଲକାତା ଅଭିମୁଖେ ଯାତ୍ରା କରିଛି। ଏଥିମଧ୍ୟରେ ରାଜ୍ୟ ସରକାରୀ ଓଏସଆରଟିସି ବସ୍ ମଧ୍ୟ ଅନ୍ତର୍ଭୁକ୍ତ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକତା ଯିବା ପାଇଁ ବସ୍‌ରେ ଭଡ଼ା ପଡ଼ିବ ନାହିଁ। ଲୋକଙ୍କୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ଏହାକୁ କାର୍ଯ୍ୟକାରୀ କରାଯାଇଛି। ବାଲେଶ୍ୱର ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବାକୁ ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପରେ ଏ ବାବଦରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଅଧିକ ସୂଚନା ଦେଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୪୮ ଘଣ୍ଟା ପାଇଁ ଏହି ସେବା ଯୋଗାଇ ଦେବାକୁ ଯୋଜନା ହୋଇଛି। କାରଣ ବାଲେଶ୍ବର ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବା ଆଶା କରାଯାଉଛି। ଯଦି ନ ହୁଏ ତେବେ ଏହି ମାଗଣା ବସ୍‌ ସେବାର ଅବଧି ବଢ଼ାଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ପ୍ରତ୍ୟେକ ଦିନ କୋଲକାତା ଯାଉଥିବା ବସ୍‌ ସମେତ ଷ୍ଟେଟ୍‌ କ୍ୟାରେଜ୍‌ ପରମିଟ୍‌ ଥିବା ପ୍ରତ୍ୟେକ ବସ୍‌ ଏହି ତିନିଟି ସହରର ମୁଖ୍ୟ ବସ୍‌ଷ୍ଟାଣ୍ଡରୁ କୋଲକାତା ବସ୍‌ ଚଳାଚଳ କରିପାରିବେ। ଏହା ବାଦ୍‌ କୋଲକାତା ଯାଉଥିବା ଓଏସ୍‌ଆର୍‌ଟିସି ବସ୍‌ ମଧ୍ୟ ମାଗଣାରେ ଯାତ୍ରୀ ପରିବହନ କରିବ। ଯେଉଁମାନେ ପୂର୍ବରୁ ଟିକେଟ୍‌ କରି ସାରିଛନ୍ତି ସେମାନଙ୍କର ଏହି ଦେୟ ଫେରସ୍ତ କରିବାକୁ ଯୋଜନା ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।