ରାଜ୍ୟ

ମାଓ ଭୟରେ ଅଟକିଛି ଦୁର୍ଗମ ଅଞ୍ଚଳର ଲାଇଫ୍‌ ଲାଇନ୍‌, ୪ ଗୁରୁତ୍ୱପୂର୍ଣ୍ଣ ସଡ଼କ କାମ ଅଧା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ୍‌ ମଧ୍ୟରୁ ୧୧ଟି ବ୍ଲକ୍‌ରେ ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି। ଦୁର୍ଗମ ଅଞ୍ଚଳର ଲାଇଫ୍‌ ଲାଇନ୍ କୁହାଯାଉଥିବା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ରାସ୍ତା କାମ ମାଓବାଦୀଙ୍କ ଭୟରେ ଅଟକି ରହିଛି। ମାଓଭୟ ଅଞ୍ଚଳର ବିକାଶରେ ବାଧକ ସାଜିଥିବାବେଳେ ମାଓବାଦୀ ଦମନରେ ଜିଲ୍ଲା ପୁଲିସ ଓ ସୁରକ୍ଷା ବାହିନୀର ଅସହାୟତା ସ୍ପଷ୍ଟ ବାରି ହୋଇପଡ଼ୁଛି।

ମାଓ ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ପିଚୁ ରାସ୍ତା ମରୀଚିକା ପାଲଟିଥିବାବେଳେ ପିଏମ୍‌ଜିଏସ୍‌ୱାଇ ରାସ୍ତା ସେମାନଙ୍କ ପାଇଁ ସ୍ବପ୍ନ ହୋଇଛି। ଭବାନୀପାଟଣା ସମେତ ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକ୍‌ର ଅନେକ ଦୁର୍ଗମ ଅଞ୍ଚଳକୁ ଗମନାଗମନ ସୁବିଧା ପାଇଁ ୨୦୧୨-୧୩ ମସିହାରୁ ବିଭିନ୍ନ ପର୍ଯ୍ୟାୟରେ ୪ଟି ପ୍ରମୁଖ ପିଚୁରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭବାନୀପାଟଣା ବ୍ଲକ୍‌ର ଯୁଗସାଇପାଟଣା ଠାରୁ ଟିଟିଝୋଲା ୧୭ କିମି ରାସ୍ତା ନିର୍ମାଣ ପାଇଁ ଓଆର୍‌-୧୫-୨୦୧ ରେ ୭୦୭.୧ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ୧୨ କିମି ରାସ୍ତା ନିର୍ମାଣ ପାଇଁ ୩୨୦.୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବଳକା ୫ କିଲୋମିଟର ରାସ୍ତା ନିର୍ମାଣ ସମୟରେ ମାଓବାଦୀ ଉପଦ୍ରବ ଯୋଗୁଁ ଠିକା ସଂସ୍ଥା କାର୍ଯ୍ୟ ବନ୍ଦ କରିଦେଇଛି। ମାଓବାଦୀଙ୍କ ଦ୍ବାରା ଠିକା ସଂସ୍ଥାକୁ ବାରମ୍ବାର ଧମକ ଦେବା ଓ ସଡ଼କ ନିର୍ମାଣ ସମୟରେ ଜେସିବି, ଟ୍ରାକ୍ଟର, ରୋଡ଼ ରୋଲର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ପୋଡ଼ିଦେବା ଘଟଣା ପରେ କାମ ବନ୍ଦ କରିଛି। ୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ତିନି ଥର ଟେଣ୍ଡର ପ୍ରକ୍ରିୟା ହୋଇଛି। ଶେଷରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତିଲ କରାଯାଇଛି।

Livemint

ସେହିଭଳି ୨୦୧୨-୧୩ ମସିହାରେ ମକ୍କାଗୁଡ଼ାଠାରୁ ପଣ୍ଡାପଦର ୧୪ କିମି ରାସ୍ତା ନିର୍ମାଣ ପାଇଁ ୫୨୯.୧୧ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ହୋଇଥିବା ବେଳେ ୦.୨ କିମି ରାସ୍ତା ନିର୍ମାଣ ପାଇଁ ୭୨.୯୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମାଓବାଦୀଙ୍କ ଭୟ ଯୋଗୁଁ ଆଜି ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇପଡ଼ିରହିଛି। ୨୦୧୬-୧୭ ମସିହାରେ ଆରମ୍ଭ ହୋଇଥିବା ଗୁଣ୍ଡୁରୀଠାରୁ କଦମ ପର୍ଯ୍ୟନ୍ତ ୧୩.୨୦ କିଲୋମିଟର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୧୧୭୪.୦୪ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା। ଏହି ସଡ଼କ ଯୋଜନାରେ ୧.୮୦ କିମି ନିର୍ମାଣ କାର୍ଯ୍ୟ ପାଇଁ ୧୦୮.୦୩ ଲକ୍ଷ ଟଙ୍କା ବ୍ୟୟ ପରେ ମାଓବାଦୀଙ୍କ ବାରମ୍ବାର ହସ୍ତକ୍ଷେପ ଯୋଗୁଁ ଆଜି ପର୍ଯ୍ୟନ୍ତ ରାସ୍ତା ପୁନଃ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ପଡ଼ିରହିଛି।

୨୦୧୬-୧୭ ଆର୍ଥିକ ବର୍ଷରେ ଶଗଡ଼ା ଠାରୁ ଲିଲିଙ୍ଗପଦର ୩୦.୫ କିମି ରାସ୍ତା ନିର୍ମାଣ ପାଇଁ ୧୪୭୮.୩୭ ଲକ୍ଷ ଟଙ୍କା ମଞ୍ଜୁର ହୋଇ ୧୭୪.୦୪ ଟଙ୍କା ଖର୍ଚ୍ଚରେ ୯.୨ କିମି ରାସ୍ତା ନିର୍ମାଣ ପରେ ମାଓବାଦୀ ଭୟ ଯୋଗୁଁ ଅବଶିଷ୍ଟ କାମ ହୋଇପାରିନାହିଁ। ଏହି ୪ଟି ବହୁ ଗୁରୁତ୍ୱପୂର୍ଣ୍ଣ ସଡ଼କ ପଥ ଦୁର୍ଗମ ଅଞ୍ଚଳର ଶତାଧିକ ଗ୍ରାମ ପାଇଁ ଲାଇଫ୍‌ ଲାଇନ୍‌ ସାଜିଥିବା ବେଳେ ପୁଲିସ ଓ ପ୍ରଶାସନ ରାସ୍ତା ନିର୍ମାଣ କାର୍ଯ୍ୟ ନିମନ୍ତେ ସୁରକ୍ଷା ଯୋଗାଇ ପାରୁ ନଥିବା ଯୋଗୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ପ୍ରୟାସରେ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣ ନିମନ୍ତେ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।