ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଓ ଅଧ୍ୟୁଷିତ ଗାଁ ସାପମୁଣ୍ଡର କାହାଣୀ: ‘ଯବାନ ଜଗିଛନ୍ତି ବୋଲି ଶାନ୍ତିରେ ଶୋଉଛୁ’

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ମାଓପ୍ରବଣ ବ୍ଲକ୍‌ ଭିତରେ ରହିଛି ଖପ୍ରାଖୋଲ। ଏଠାରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ବର୍ଷତମାମ ସକ୍ରିୟ ରହିଛନ୍ତି ମାଓବାଦୀ। ଗନ୍ଧମାର୍ଦ୍ଦନର ପାଦଦେଶରେ ମାଓ ଅଧ୍ୟୁଷିତ ଗାଁ ‘ସାପମୁଣ୍ଡ’। ନାଁ ଯେମିତି, ଗାଁକୁ ରାସ୍ତା ବି ସେମିତି। ଅର୍ଥାତ୍‌, ଖପ୍ରାଖୋଲରୁ ୧୪ କିଲୋମିଟର ଅଙ୍କାବଙ୍କା ରାସ୍ତା ଏବଂ ଘଞ୍ଚଜଙ୍ଗଲ ଦେଇ ଗଲେ ରହିଛି ଏହି ଗାଁ। ଏହି ମାଓପ୍ରବଣ ଗଁାର ଲୋକମାନେ କିଭଳି ସ୍ଥିତିରେ ଅଛନ୍ତି, ତାହାର ସ୍ଥିତି ପରଖିଥିଲା ‘ସମ୍ବାଦ’। ଯବାନ ଜଗିଛନ୍ତି ବୋଲି ଆମେ ଟିକେ ଶାନ୍ତିରେ ଶୋଉଛୁ ବୋଲି ଗଁାଲୋକେ କହିଥିଲେ।

ସାପମୁଣ୍ଡକୁ ଚାରିପଟୁ ଘେରି ରହିଛି ଗନ୍ଧମାର୍ଦ୍ଦନ ପାହାଡ଼। କେବଳ ସଙ୍କୁରିଆ ରାସ୍ତାଟିଏ ଏହାକୁ ସଂଯୋଗ କରୁଛି। ସହରୀ ମାହୋଲ୍‌ରୁ ଗ୍ରାମବାସୀ ବେଶ୍‌ ହସଖୁସିରେ ଅଛନ୍ତି। କିଛିଦିନ ତଳେ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ଘଟିଥିଲା। ଏବେ ପାହାଡ଼ରେ ମାଓ ଚଳପ୍ରଚଳ ବଢ଼ିଛି। ସୁରକ୍ଷାକର୍ମୀଙ୍କ କମ୍ବିଂ ବି ତ୍ବରାନ୍ବିତ ହୋଇଛି। ଏସବୁ ଉଷ୍ଣତା ଭିତରେ ବି ସାପମୁଣ୍ଡବାସୀ ଏକ ପ୍ରକାର ସ୍ବାଭାବିକ ଜୀବନ ଅତିବାହିତ କରୁଛନ୍ତି। ଦେଢ଼ଶହ ବର୍ଷର ଅଧିକ ସମୟ ହେବ ଗଢ଼ି ଉଠିଥିବା ଏହି ଗାଁର ଚାରିପଟେ ରାତି ହେଲେ ସିଆର୍‌ପିଏଫ୍‌ ଏବଂ ଏସ୍‌ଓଜି ଯବାନ ମୁତୟନ ରହୁଛନ୍ତି। ଗ୍ରାମବାସୀ କହନ୍ତି, ଯବାନ ଜଗିଛନ୍ତି ବୋଲି ଶାନ୍ତିରେ ଆମେ ଶୋଉଛୁ। ପୂର୍ବରୁ ଗାଁକୁ ମାଓବାଦୀ ଆସି ସଭାସମିତି କରୁଥିଲେ। କିନ୍ତୁ ସେମାନେ କେବେ ଗ୍ରାମବାସୀଙ୍କ କିଛି କ୍ଷତି ଘଟାଇ ନାହାନ୍ତି। ତେଣୁ ସେମାନଙ୍କୁ ମାଓ ଭୟ ବି ଘାରୁନି। କିନ୍ତୁ ଭୟ ହେଲା ବନ୍ୟଜନ୍ତୁ। କାରଣ ସବୁବେଳେ ଗାଁ ପାଖାପାଖି ବାଘ, ହାତୀ, ଭାଲୁ ଆଦି ଚଳପ୍ରଚଳ କରୁଛନ୍ତି। ଅନ୍ୟପକ୍ଷରେ, ଗଁାର ସବୁଠୁ ବଡ଼ସମସ୍ୟା ହେଉଛି ରାସ୍ତାଘାଟ। ବାରମ୍ବାର ବ୍ଲକ ଅଫିସ ଦୌଡ଼ୁଥିଲେ ହେଁ ରାସ୍ତାର ଅବସ୍ଥା ସୁଧୁରୁ ନ ନଥିବା ଗଁା ଲୋକେ ଅଭିଯୋଗ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।