ରାଜ୍ୟ

ମାଓବାଦୀ ପଲିଟ୍‌ବ୍ୟୁରୋ ସଦସ୍ୟ ଆନନ୍ଦଙ୍କ ମୃତ୍ୟୁ: ଦୁଇମାସ ଶୋକ ପାଳିବେ ନକ୍ସଲ

ମାଲକାନଗିରି: ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ପଲିଟ୍‌ ବ୍ୟୁରୋ ବରିଷ୍ଠ ସଦସ୍ୟ ଆନନ୍ଦ ଓରଫ କଟକମ୍ ସୁଦର୍ଶନଙ୍କ ୬୯ବର୍ଷ ବୟସରେ ମୃତ୍ୟୁ ହୋଇଛି। ମଧୁମେହ, ରକ୍ତଚାପ ସମେତ ଅନ୍ୟ ରୋଗରେ ଆନନ୍ଦ ପୀଡ଼ିତ ଥିଲେ। ଚିକିତ୍ସା ଅଭାବ ଯୋଗୁ ଗତ ୩୧ତାରିଖ ମଧ୍ୟାହ୍ନ ୧୨ଟା ୨୦ ମିନଟ୍‌ରେ ହୃଦଘାତରେ ମୃତ୍ୟୁବରଣ କରିଥିବା ମାଓବାଦୀ ସୂଚନା ଦେଇଛନ୍ତି। ସଂଗଠନ ପକ୍ଷରୁ ଦଣ୍ଡକାରଣ୍ୟ ଜଙ୍ଗଲରେ ତାଙ୍କର ଶେଷକୃତ୍ୟ କରାଯାଇଛି। ସଂଗଠନ ପାଇଁ ବଡ଼ କ୍ଷତି ହୋଇଥିବାରୁ ଜୁନ୍‌ ୫ରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ଦୁଇ ମାସ ଧରି ସାରାଦେଶରେ ଶୋକ ପାଳନ କରାଯିବ ବୋଲି କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବେଲମାପଲ୍ଲୀ ସହରରେ ଏକ ଶ୍ରମିକ ପରିବାରରେ ଆନନ୍ଦଙ୍କ ଜନ୍ମ। ୫୦ବର୍ଷ ଧରି ସଂଗଠନରେ ସକ୍ରିୟ ରହି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ର ଭଳି ଅନେକ ରାଜ୍ୟରେ ସଂଗଠନର ନେତୃତ୍ବ ନେଇଥିଲେ। ୧୯୭୪ ମସିହାରେ ସଂଗଠନରେ ଯୋଗଦେଇ ଛାତ୍ର ସଂଗଠନକୁ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସଂଗଠନକୁ ବିସ୍ତାର କରିବାରେ ବଡ଼ ଯୋଗଦାନ ଯୋଗୁ ୧୯୯୫ ମସିହା‌ରେ ଉତ୍ତର ତେଲେଙ୍ଗାନା ସ୍ୱତନ୍ତ୍ର ଜୋନାଲ କମିଟି ସଚିବ ଦାୟିତ୍ବ ମିଳିଥିଲା। ସେହିବର୍ଷ ହିଁ ସର୍ବଭାରୀତୟ ସ୍ବତନ୍ତ୍ର ଅଧିବେଶନରେ କେନ୍ଦ୍ରୀୟ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୧ ମସିହାରେ ମାଓବାଦୀ ସଂଗଠନର ପଲିଟ୍‌ ବ୍ୟୁରୋ ସଦସ୍ୟ ମନୋନୀତ ହୋଇଥିଲେ। ୨୦୧୭ ମସିହା ପର୍ଯ୍ୟନ୍ତ ଆଞ୍ଚଳିକ ବ୍ୟୁରୋ ସଚିବ ଦାୟିତ୍ବ ନିର୍ବାହ କରି ସ୍ବେଚ୍ଛାକୃତ ଭାବେ ପଦବି ଛାଡ଼ିଥିଲେ। କେବଳ ପଲିଟ୍‌ ବ୍ୟୁରୋ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।