ଅପରାଧ ରାଜ୍ୟ

ମାଓବାଦୀଙ୍କ ମାରଣାସ୍ତ୍ର, ବିସ୍ଫୋରକ ଜବତ: ୭୫ପ୍ରକାର ସାମଗ୍ରୀ ଜବତ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ସୁରକ୍ଷା କର୍ମୀଙ୍କ ଉପରେ ହମ୍‌ଲା କରିବାକୁ ମାଓବାଦୀ ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିସ୍ଫୋରକ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।

ଏସ୍‌ପି ନୀତୀଶ ୱାଧୱାନୀଙ୍କ ସୂଚନା ଅନୁସାରେ, ଗୋଟିଏ ଏସ୍‌ବିଏମ୍‌ଏଲ୍‌ ବନ୍ଧୁକ, ରାଇଫଲ ମାଉଣ୍ଟ ଟେଲିସ୍କୋପ୍‌, ଗୋଟିଏ ଦେଶୀ ବନ୍ଧୁକ, ତିନୋଟି ଲେଖାଏଁ ୭କିଲୋ, ୫କିଲୋ ଏବଂ ୩କିଲୋ ଓଜନର ଟିଫିନ ବୋମା, ଷ୍ଟିଲ ବକ୍ସରେ ଗୋଟିଏ ଅଢ଼େଇ କିଲୋ ଓଜନର ବୋମା, ଦେଢ଼ କିଲୋ ଓଜନର ଗୋଟିଏ ବୋମା, କ୍ଲେମର ବୋମା, କୋଡେକ୍ସ ତାର ବୋମା, ଏଚ୍‌ଇ ଗ୍ରେନେଡ, ଡେଟୋନେଟର, ବିଦ୍ୟୁତ ଡେଟୋନେଟର, କ୍ୟାମେର ଫ୍ଲାସ୍‌ ଆଦି ଜବତ କରାଯାଇଛି। ସମୁଦାୟ ୭୫ପ୍ରକାର ସାମଗ୍ରୀ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।