ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମାଆ ଛେଳି ଚରାନ୍ତି, ସିଭିଲ୍‌ ସର୍ଭିସ ପାଇଲେ ପୁଅ

ସବୁଠୁ କଠିନ ପରୀକ୍ଷା ମଧ୍ୟରେ ରହିଛି ୟୁପିଏସ୍‌ସି ବା ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା। ଅଧ୍ୟବଶାୟ ଏବଂ କଠିନ ପରିଶ୍ରମ ଦ୍ବାରା ଏଥିରେ କୃତିତ୍ବ ହୁଅନ୍ତି ଶିକ୍ଷାର୍ଥୀ। ଜ୍ଞାନ ସହ ଧୈର୍ଯ୍ୟର ପରୀକ୍ଷା ନିଏ ଏହି ପରୀକ୍ଷା। ବାରମ୍ବାର ସମସ୍ୟା ଏବଂ ବିଫଳତାକୁ ସାମ୍ନା କରିବା ପରେ ମିଳେ ଏଥିରେ ସଫଳତା। ସେମିତି କିଛି କଠିନ ପରିସ୍ଥିତି ଦେଇ ସଫଳ ହୋଇଛନ୍ତି ବିହାରର ବିଶାଲ କୁମାର । ୟୁପିଏସ୍‌ସିରେ ୪୮୪ ରାଙ୍କ ହୋଲ୍ଡର ବିଶାଲ୍‌।
ବିହାର ମୁଜଫରପୁରରେ ବିଶାଲଙ୍କ ଜନ୍ମ। ୧୩ବର୍ଷ ହେବ ବାପାଙ୍କ ଦେହାନ୍ତ ହୋଇଯାଇଛି। ମା, ଭାଇ ଏବଂ ଜଣେ ଭଉଣୀକୁ ନେଇ ବିଶାଲଙ୍କ ପରିବାର। ଛେଳି ଚରାଇ ମାଆ ଯାହା ରୋଜଗାର କରନ୍ତି ସେଥିରେ ପରିବାର ପ୍ରତିପୋଷଣ ହୁଏ।
ବିହାରରେ ଥିବା ବିଶାଲଙ୍କର ବାସଗୃହ ହିଁ ବୟାନ କରେ କେତେ ସଂଘର୍ଷମୟ ହୋଇଥିବ ତାଙ୍କ ଜୀବନ। ମୁଜଫରପୁରରେ ଥିବା ବିଶାଲଙ୍କ ବାସ ଭବନ କହିଲେ ଗୋଟିଏ ଘର। ସେଇଠି ରୋଷେଇ ହୁଏ ଏବଂ ସେଇଠି ଶୁଅନ୍ତି ପରିବାର। ପିଲାଦିନୁ ଜଣେ ମେଧାବୀ ଛାତ୍ର ଥିଲେ ବିଶାଲ। ମାଟ୍ରିକ୍‌ରେ ଟପ୍‌ କରିଥିଲେ ସେ। ୨୦୧୩ରେ ଆଇଆଇଟି କାନପୁରରେ ଶିକ୍ଷା ଲାଭ କଲେ । ତାପରେ ଏକ ବେସରକାରୀ କମ୍ପାନୀରେ ସେ ଚାକିରି କଲେ । କିନ୍ତୁ ଇଚ୍ଛାଥିଲା କିଛି ବଡ ଉପଲବ୍ଧିର । ଚାକିରି ସହ ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ପରୀକ୍ଷାର କିଛି ଦନ ଥିଲା ସେ ଚାକିରି ଛାଡି ପଠା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାର ନିଷ୍ପତ୍ତି ନେଲେ ଏବଂ ଚାକିରି ଛାଡି ସେ ୟୁପିଏସ୍‌ସି ପ୍ରସ୍ତୁତି ରେ ଲାଗିଲେ। ଏହି ସମୟରେ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଉଥିଲେ ତାଙ୍କ ଶିକ୍ଷକ ଗୌରୀ ଶଙ୍କର। ତାଙ୍କ ସ୍କୁଲ୍‌ର ଏହି ଶିକ୍ଷକଙ୍କର ଭରଷା ଥିଲା ବିଶାଲ କିଛି ବଡ କରିବେ। ୟୁପିଏସ୍‌ସିରେ କ୍ବାଲିଫାଏ ହେବେ। ଏହି ବିଶ୍ବାସ ବି ତିବା ବିସାଲଙ୍କ ବଳ। ଶେଷରେ ସମସ୍ତ ବାଧା ବିଘ୍ନକୁ ଡେଇଁ ରାଙ୍କ ହୋଲ୍ଡର ହୋଇପାରିଛନ୍ତି ବିଶାଲ। ସୃଷ୍ଟି କରିଛନ୍ତି ନୂତନ ଉଦାହରଣ। ପରିଶ୍ରମ ଆଗରେ ହାର୍‌ ମାନେ ଅଭାବ, ତାର ଜ୍ବଳନ୍ତ ଉଦାହରଣ ବିଶାଲ୍‌।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି