ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ କଇଲାରୀ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଡୁଥିବା ଜଣେ ନାବାଳିକା ହେଲେ ମାଁ ।ସୂଚନାଯୋଗ୍ୟ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାଇଗାଁ ଗ୍ରାମରେ କିଛିଦିନ ପୂର୍ବେ ସରକାରୀ ଆଶ୍ରମ ସ୍କୁଲ ପାଶ୍ରରେ ଜଣେ ନିଜ ନବଜାତ ଶିଶୁପୁତ୍ରକୁ ଲଟାବୁଦା ଥିବା ନିର୍ଜନ ସ୍ଥାନରେ ଛାଡ଼ି ଚାଲିଯାଇଥିଲା । ସ୍କୁଲ ପାର୍ଶ୍ୱରେ ଥିବା ଲଟାବୁଦା ମଧ୍ୟରୁ ଶିଶୁଟିର କାନ୍ଦିବା ଶୁଣି ବାଇଗାଁର ଜଣେ ମହିଳା ଚମ୍ପା ତନ୍ତି ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲା । ଏହି ସମୟ ମଧ୍ୟରେ ଶିଶୁଟିକୁ ପିମ୍ପୁଡ଼ି ବେଡି ଦେଇଥିଲେ । ଶିଶୁପୁତ୍ରର ଶରୀରର କେତେକ ସ୍ଥାନରେ କ୍ଷତ ମଧ୍ୟ ହୋଇଥିଲା । ମହିଳା ଚମ୍ପା ତନ୍ତି ଲଟାବୁଦା ମଧ୍ୟରୁ ଶିଶୁଟିକୁ ଯତ୍ନର ସହ କାଢ଼ି ନିଜ ଘରକୁ ନେଇ ସଫା ସୁତୁରା ରଖିଥିଲା ।

ବାଇଗାଁ ନିକଟ ଦାଢ଼ିଆଗୁଡ଼ା ଗ୍ରାମରେ ନିଜ ସମ୍ପର୍କୀୟ ଘରେ ରଖି ସେ ଶିଶୁଟିର ଯତ୍ନ ନେଇଥିଲା। ଏବିଷୟରେ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଶିଶୁକୁ ପ୍ରାଥମିକ ଚିକିତ୍ସ।ପାଇଁ ଡାବୁଗାଁ ମେଡିକାଲ ଆଣିଥିଲେ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ନବ ଜାତ ଶିଶୁର ମାଁ କଇଲାରୀ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଡୁଥିବା ଜଣେ ନାବାଳିକା ବୋଲି ଜଣାପଡ଼ିଛି । ସେହି ହଷ୍ଟେଲରେ ରହିବା ସମୟରେ ଏଭଳି କିଛି ଘଟିଥିବାରୁ ଏହାକୁ ଦବାଇଦେବ ପାଇଁ ଉଦ୍ୟମମଧ୍ୟ କରାଯାଇଥିଲା ବୋଲି ସ୍କୁଲ କମେଟି ସଭ୍ୟମାନେ ନିଜ ମାତାମତ ଦେଇଥିଲେ ଏବଂ ହଟାତ ଏହି ନବମ ଶ୍ରେଣୀ ଛାତ୍ରୀକୁ ହାତଗଡ଼ ଫୁଲିବାରୁ ମାସେ ପୂର୍ବେ ନିଜ ଘର ବାଇଗାଁ କୁ ପଟାଇ ଦେଇଥିବ ସୂଚନାଦେଲେ କମେଟି ସଭ୍ୟ ଏବଂ ଗ୍ରାମବାସୀ ଏହା ପରେ ବାଇଗାଁ ଗ୍ରାମରେ ନିଜ ଘରେ ରହୁଥିଲେ ଛାତ୍ରୀ । ଛୁଆ ଜନ୍ମ ହେବାପରେ ନବଜାତ ଶିଶୁକୁ ଏଭଳି ଛାଡି ଚାଲି ଯାଇଥିଲେ ନାବାଳିକା ମାଁ।ଏବିଷୟରେ ଅଧିକ ସୂଚନାପାଇଁ ଆମ ପ୍ରତିନିଧି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଯୋଗାଯୋଗ ହାଇପାରିନ ଥିଲା ଖାଲି ଏତିକି ନୁହେଁ ବ୍ଲକର ଆଶ୍ରମ ବିଦ୍ୟାଳୟ ଦାୟିତ୍ୱରେ ଥିବା ମଙ୍ଗଳ ଅଧିକାରୀ ବା WEO ଙ୍କୁ ମଧ୍ୟ ଫୋନ କରାଯାଇଥିଲା କିନ୍ତୁ ଯୋଗାଯୋଗ ହଇ ପାରିନଥିଲା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟିହେଉଛି ଏଭଳି ଘଟଣା ପାଇଁ ଦାୟୀକିଏ ???। ରିପୋର୍ଟ ନବରଙ୍ଗପୁର ଡ଼ାବୁଗାଁ ରୁ ଦିବାକର କନ୍ଧ ଗୌଡ଼ ଙ୍କ ରିପୋର୍ଟ

