ଦେଶ ବିଦେଶ ମନୋରଞ୍ଜନ

ମହେଶ ଭଟ୍ଟ ଚାହୁଁ ନାହାଁନ୍ତି ଆଲିୟା କରନ୍ତୁ ବିବାହ, କାରଣ ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ ୧୯/୦୩: ପ୍ରତ୍ୟେକ ବାପା ନିଜ ଝିଅ ପାଇଁ ବହୁତ ପଜେସିଭ୍ ହୋଇଥାନ୍ତି । ଆଲିୟା ଭଟ୍ଟଙ୍କ ବାପା ମହେଶ ଭଟ୍ଟଙ୍କ ସହ ମଧ୍ୟ ଏହିପରି ହୋଇଛି । ମହେଶ ଭଟ୍ଟ ତାଙ୍କ ଝିଅ ଆଲିୟାକୁ ନେଇ ଅଧିକ ପଜେସିଭ ଅଛନ୍ତି । ଏକ ଇଣ୍ଟରଭ୍ୟୁରେ ଆଲିୟା ଭଟ୍ଟ କହିଛନ୍ତି, ମହେଶ ଭଟ୍ଟ ତାଙ୍କୁ ବିବାହ କରେଇବାକୁ ଚାହୁଁନାହାଁନ୍ତି । ଏହା ବ୍ୟତୀତ ଥରେ ମହେଶ ଭଟ୍ଟ ଧମକ ଦେଇ କହିଥିଲେ, ସେ ଶାହିନ୍ ଏବଂ ଆଲିୟାଙ୍କୁ ବାଥରୁମରେ ବନ୍ଦ କରିଦେବେ ଏବଂ ତାଙ୍କ ଆଖିରୁ ଦୂରେଇଯିବାକୁ ଦେବେ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି, “ମୋ ବାପା ଆମକୁ କହିଥିଲେ ତୁମେମାନେ କୌଣସି ସ୍ଥାନକୁ ଯାଇ ପାରିବ ନାହିଁ, ମୁଁ ତୁମ ସମସ୍ତଙ୍କୁ ରୁମରେ ବନ୍ଦ କରିଦେବି । ଏହା ସତ୍ୟ ଯେ ସେ ଆମ ଦୁହିଁଙ୍କୁ ବିବାହ କରେଇବାକୁ ଚାହାଁନ୍ତି ନାହିଁ । ସେ ଏ କଥାକୁ ଏମିତି କହୁ ନାହାଁନ୍ତି, ବାସ୍ତବରେ ମଧ୍ୟ ଏହା କରିଦେବେ। ସେ ବହୁତ ପଜେସିଭ୍ ଏବଂ ଆମକୁ ବିବାହ କରିବାକୁ ମନା କରନ୍ତି । “

ଯେତେବେଳେ ଆଲିୟା କେବଳ ଦୁଇଟି ଫିଲ୍ମରେ ଅଭିନୟ କରିଥିଲେ, ସେତେବେଳେ ଅର୍ଜୁନ କପୁରଙ୍କ ସହ ତାଙ୍କ କିସିଙ୍ଗ ସିନ୍ କୁ ନେଇ ଏକ ଇଣ୍ଟରଭ୍ୟୁରେ ଅଭିନେତ୍ରୀ କହିଥିଲେ ସେ କେବଳ ଅଭିନୟ କରୁଛନ୍ତି । ବାପା କହିଛନ୍ତି, ଯଦି ତୁମେ ବାସ୍ତବ ଜୀବନରେ ମୋ ସାମ୍ନାରେ କାହାକୁ କିସ୍ କର, ତେବେ ମୁଁ ତୁମକୁ ଚାପୁଡ଼ା ମାରିବି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ