ରାଜ୍ୟ ସ୍ପେଶାଲ ରିପୋର୍ଟ

ମହେନ୍ଦ୍ରଗିରିରେ ଶିବରାତ୍ରି, ପାଦଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପାରଳାଖେମୁଣ୍ଡି : ଭାରତର ସପ୍ତପର୍ବତ ମଧ୍ୟରେ ଅନ୍ୟତମ ପବିତ୍ର ପର୍ବତ ହେଉଛି ମହେନ୍ଦ୍ରଗିରି। ଏଠାରେ ତିନିଟି ପ୍ରାଚୀନ ଶୈବ ମନ୍ଦିର ଅବସ୍ଥିତ। କଳିଙ୍ଗନଗରରେ ଗଙ୍ଗମାନେ ରାଜତ୍ବ କରୁଥିବା ବେଳେ ଗୋକର୍ଣ୍ଣେଶ୍ଵର ବା କୁନ୍ତୀ ମନ୍ଦିର ଏବଂ ଯୁଧିଷ୍ଠିର ମନ୍ଦିର ନିର୍ମାଣ ହୋଇଥିଲା। ଅନ୍ୟତମ ଭୀମ ମନ୍ଦିରଟି ତତ୍‌ ପୂର୍ବରୁ ଚତୁର୍ଥ  ଶତାବ୍ଦୀରେ ନିର୍ମିତ ହୋଇଥିବା କୁହାଯାଏ। କିନ୍ତୁ ପୁରାଣ ମତରେ ଏଠାକାର ଗୋକର୍ଣ୍ଣେଶ୍ଵର ମନ୍ଦିର ସହ ଅନ୍ୟ ଦୁଇଟି ମନ୍ଦିର ପ୍ରତିଷ୍ଠିତ ଥିଲା।  ପାଣ୍ଡବ  ସେମାନଙ୍କ ବନବାସ ସମୟରେ ମହେନ୍ଦ୍ରଗିରିରେ କିଛି ବର୍ଷ ଅବସ୍ଥାନ କରିଥିବାରୁ ସେମାନଙ୍କ ସ୍ମୃତିରେ ସେହି ମନ୍ଦିର ଗୁଡିକର ନାମ ଭୀମ, ଯୁଧିଷ୍ଠିର ଓ କୁନ୍ତୀ ରଖାଯାଇଛି।

ଏକ ପୌରାଣିକ ଆଖ୍ୟାନ ଅନୁସାରେ ଅର୍ଜୁନ ପିତୃଶ୍ରାଦ୍ଧ ନିମନ୍ତେ ମହେନ୍ଦ୍ରଗିରିରେ ଗଣ୍ଡା ଶିକାର କରିବା ବେଳେ ଭୁଲବଶତଃ ଏକ ନୀଳଗାଈକୁ ଶରବିଦ୍ଧ କରିବାରୁ ତାହାର ମୃତ୍ୟୁ ହୋଇଥିଲା। ନୀଳଗାଈର ଗୋଟିଏ କର୍ଣ୍ଣ ଛିଡି ଯେଉଁ ସ୍ଥାନରେ ପଡିଥିଲା ସେଠାରେ ଗୋକର୍ଣ୍ଣେଶ୍ଵର ନାମିତ ଶିବଲିଙ୍ଗ ପ୍ରତିଷ୍ଠା ଲାଭ କଲେ। ବିଷ୍ଣୁ ପୁରାଣର ଏକ ଆଖ୍ୟାନ ଅନୁସାରେ ବିଷ୍ଣୁ ଗୟାସୁରକୁ ସଂହାର କରିବା ବେଳେ ସେ ଏକ ବର ମାଗିଥିଲା। ସେହି ବର ଅନୁସାରେ ଗୟାସୁରର ମୃତ୍ୟୁ ପରେ ତାର ମୃତ ଶରୀର ପୃଥିବୀ ବକ୍ଷରେ ଏଭଳି ପଡ଼ିରହିଲା ଯେ ତାର ମୁଣ୍ଡ ଆଧୁନିକ ବିହାରର ଗୟାରେ, ନାଭି ସ୍ଥଳ ଯାଜପୁରର ଗୟାରେ ଓ ପାଦ ମହେନ୍ଦ୍ରଗିରିକୁ ସ୍ପର୍ଶ କରିଥିଲା।  ବିଷ୍ଣୁଙ୍କ ବର ଅନୁସାରେ ଉକ୍ତ ୩ ସ୍ଥାନରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ମହାପୁଣ୍ୟ ହେବା ସହ ପିତୃପୁରୁଷଙ୍କ ସନ୍ତୁଷ୍ଟି ବିଧାନ ହୋଇଥାଏ। ସେହି ଦିନ ଠାରୁ ମହେନ୍ଦ୍ରଗିରି ପାଦଗୟା ଭାବରେ ପ୍ରସିଦ୍ଧ ଲାଭ କରିଅଛି।

ପ୍ରତିବର୍ଷ ମହାଶିବରାତ୍ରିର ପୂର୍ବ ସନ୍ଧ୍ୟାରେ ମହେନ୍ଦ୍ରଗିରିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସମବେତ ହୁଅନ୍ତି। ସେମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହିତ ଗୋକର୍ଣ୍ଣେଶ୍ଵରଙ୍କୁ ଦର୍ଶନ କରି ପରମ ତୃପ୍ତି ଲାଭ କରନ୍ତି। ଏହା ବ୍ୟତୀତ ମହେନ୍ଦ୍ରଗିରିର ପ୍ରାକୃତିକ ପରିବେଶ ଓ ସୁଶୀତଳ ସମୀରଣ ସେମାନଙ୍କୁ ମୁଗ୍ଧ କରିଥାଏ। ମହେନ୍ଦ୍ରଗିରିରୁ ପୂର୍ବ ସମୁଦ୍ର ଯେତିକି ମନୋରମ ଦେଖାଯାଏ ତତୋଧିକ ମନୋରମ ଦିଶେ ସୂର୍ଯ୍ୟ ଉଦୟର ଦୃଶ୍ୟ।  ସମୁଦ୍ର ବଳୟରୁ ସୂର୍ଯ୍ୟଦେବ ଏକ ରକ୍ତିମ ଗୋଲକ ପରି ପୃଥିବୀ ଉପରକୁ ଲମ୍ପ ପ୍ରଦାନ କରୁଥିବା ଭଳି ଏକ ଐନ୍ଦ୍ରଜାଲିକ ଦୃଶ୍ୟ ଦର୍ଶକଙ୍କୁ ବିସ୍ମିତ କରେ।

ଜାତି,ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ମହେନ୍ଦ୍ରଗିରିରେ ଲୋକେ ସମବେତ ହୁଅନ୍ତି। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୧୯୯୦ ମସିହା ଠାରୁ ଶିବରାତ୍ରିକାଳୀନ ଯାତ୍ରା ସମାବେଶକୁ ସୁନିୟନ୍ତ୍ରିତ କରି ଆସୁଛନ୍ତି।  ଇତିମଧ୍ୟରେ ପକ୍କ୍କା ରାସ୍ତା ମହେନ୍ଦ୍ର ଶିଖରକୁ ନିର୍ମିତ ହୋଇ ସାରିଛି। ଚଳିତ ବର୍ଷ ଶିବରାତ୍ରିରେ ଅତ୍ୟଧିକ ଜନସମାବେଶ ହେବାର ସମ୍ଭାବନା ରହିଛି। ଏଣୁ, ଗଜପତି ଜିଲ୍ଲା ପ୍ରଶାସନ ସେଥିପ୍ରତି ଯଥେଷ୍ଟ ସଚେତନ ହେବା ସହ ଆଇନଶୃଙ୍ଖଳା ସମେତ ପାନୀୟଜଳ ବ୍ୟବସ୍ଥା, ଆଲୋକୀକରଣ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ବ୍ୟାପକ ବ୍ୟବସ୍ଥା କରଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।