ଅପରାଧ ରାଜ୍ୟ

ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ତଳେ ପଡିଛି ଭଙ୍ଗା ଚୁଡି !

ତେଲକୋଇ, ୨୪/୦୭: ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗାଁ ସ୍କୁଲ ନିକଟରେ । ମୃତକ ହେଲେ ବାରକୋଟ ଥାନା ଅନ୍ତର୍ଗତ ବଂପରଡା ଗାଁର ବୁଟା ନାଏକ।

ସୂଚନା ଅନୁଯାୟୀ ଗତ ବୁଧବାର ଦିନ ବୁଟା ନାଏକଙ୍କ ଶୁଶୁର ମଣିଆ ନାଏକ ଜ୍ବାଇଁଙ୍କୁ ଘରକୁ ଡାକିଥିଲେ। ମଣିଆ ନାଏକଙ୍କ ଘର ମଗରମହାଣ ଗାଁରେ ହୋଇଥିବା ବେଳେ ସେ ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗାଁରେ ଘରଜ୍ବାଇଁ ହିସାବରେ ରହିଆସୁଥିଲେ। ବୁଟା ନାଏକ ମଣିଆ ନାଏକଙ୍କ ଝିଅ କୌଶଲ୍ୟା ନାଏକଙ୍କୁ ଦୁଇବର୍ଷ ହେବ ପ୍ରେମ ବିବାହ କରିଥିଲେ। ତାଙ୍କର ସାତ ମାସର ଶିଶୁପୁତ୍ର ରହିଛି।

ତେବେ କୌଶଲ୍ୟା ନାଏକଙ୍କ ଅନ୍ୟ ଯୁବକଙ୍କ ସହିତ ଅନୈତିକ ସମ୍ପର୍କ ଥିବା ଲୋକେ ଚର୍ଚ୍ଚା ହେଉଥିବା ବେଳେ ଏନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା। ତେବେ ଏନେଇ ଶଶୁର ଘର ଲୋକ ବୁଟା ନାଏକଙ୍କୁ ଡାକି ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ବୁଟା ନାଏକଙ୍କ ଶରୀର ରେ କ୍ଷତ ଚିହ୍ନ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।ବୁଟା ନାଏକଙ୍କ ମୃତ୍ୟୁ ପରେ ଶ୍ୱଶୁର ଘର ଲୋକେ ଫେରାର ଥିବା ଜଣାପଡିଛି। ଝୁଲନ୍ତା ଶବ ନିକଟରେ ସ୍ତ୍ରୀ ଲୋକଙ୍କ ଭଙ୍ଗା ଚୁଡି ମଧ୍ୟ ପଡିଛି। ଯାହା ହତ୍ୟା ସନ୍ଦେହକୁ ଆହୁରି ଦୃଢିଭୂତ କରୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।