ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମହୁମାଛିଙ୍କଦ୍ୱାରା ହାତୀଙ୍କ କବଳରୁ ଫସଲ ରକ୍ଷା କରିବାରେ ସଫଳ ହେଲେ ମହାରାଷ୍ଟ୍ରର କାଜୁଚାଷୀ

ମୁମ୍ବାଇ: କେତେକ ଅସଫଳ ପ୍ରୟାସ ପରେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲା ଅନ୍ତର୍ଗତ ଦୋଦାମାର୍ଗର ୩୬ ବର୍ଷିୟ କାଜୁଚାଷୀ ଧନେଶ ପରାଶର ମହୁମାଛିଙ୍କଦ୍ୱାରା ବଣୁଆ ହାତୀଙ୍କ ଦାଉରୁ ଫସଲ ରକ୍ଷା କରିବାର ଉପାୟ ପାଇଛନ୍ତି।

ସ୍ଥଳଭାଗର ବୃହତ୍ତମ ଜନ୍ତୁ ହାତୀ ମହୁମାଛି ଭଳି ନଗଣ୍ୟ କୀଟକୁ ଖୁବ୍‌ ଭୟ କରେ। ତେଣୁ, ଗୋଟିଏ ରାତିରେ ବର୍ଷକର ଫସଲ ଉଜାଡ଼ି ଦେଉଥିବା ହାତୀମାନଙ୍କୁ ଘଉଡ଼ାଇ କୃଷକମାନଙ୍କୁ ଏହି ଟିକି ପତଙ୍ଗଟି ସାହାଯ୍ୟ କରୁଛି।

ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ପଡ଼ୋଶୀ କର୍ଣ୍ଣାଟକରୁ ପଲେ ହାତୀ ଦୋତାମାର୍ଗ-ସାଓ୍ଵନ୍ତବାଡ଼ି ସଂରକ୍ଷିତ ବନ ରେଞ୍ଜ୍‌ ଚାଲି ଆସି ବ୍ୟାପକ କ୍ଷତି କରିଥିଲେ। ସ୍ଥାନୀୟ ଲୋକେ ବାଜା ବଜାଇ, ଚିତ୍କାର କରି, ବାଣ ଫୁଟାଇ ଲଙ୍କା ଦଉଡ଼ି ବାନ୍ଧି, ନିଆଁ ମଶାଲ ବୁଲାଇ ନୟାନ୍ତ ହେଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା। କିନ୍ତୁ, ଏବେ ତିଲ୍ଲାରି ବନଭୂମି ଅଞ୍ଚଳରେ ଥିବା ୨୦୦ ହେକ୍ଟର୍‌ ଜମିର ଫସଲକୁ ସୁରକ୍ଷା ଦେଉଛି ମହୁଫେଣାର ବାଡ଼।

ବାଡ଼ରେ ମହୁଫେଣା ବିକଶିତ କରିବା କୌଶଳ ଆରମ୍ଭ ହୋଇଥିଲା ଆଫ୍ରିକାରେ। ସେଠାରେ ଫଲସ ଜମି ଚାରିପଟେ ମହୁଫେଣା ବାକ୍ସମାନ ବସାଇ କୃଷକମାନେ ହାତୀଙ୍କ ଦାଉରୁ ଫସଲ ରକ୍ଷା କରୁଥିଲେ। ଏହା ବ୍ୟତିରେକେ, ମହୁମାଛି ଯୋଗୁଁ ପରାଗଯୋଗ ଘଟି ସେମାନଙ୍କ ଫସଲ ମଧ୍ୟ ସ୍ୱାଭାବିକ ଠାରୁ ୩୦% ଅଧିକ ହୋଇଥିଲା। ତା’ସହ ମିଳିଥିଲା ଖାଣ୍ଟିମହୁ ଓ ମହୁଫେଣାର ମହମ।

ଥରେ କାଜୁ ବଗିଚାରେ ବଉଳ ଧରିଥିବା ବେଳେ ହାତୀମାନେ ଆସି ପରାଶରଙ୍କ କାଜୁ ଗଛ ସବୁକୁ ଭାଙ୍ଗିରୁଜି ଛାରଖାର କରି ଦେଇଥିଲେ। ସେ ହତାଶ ହୋଇଯାଇଥିଲେ। ପରେ ପରେ ସେ ମହୁମାଛି କୌଶଳ ବିଷୟରେ ଜାଣି ୨୦୧୯ ଅକ୍ଟୋବରରେ ୨୦ଟି ମହୁମାଛି ବାକ୍ସ ଆଣି ଫସଲ ଜମି ଚାରିପଟେ ବସାଇଥିଲେ। ସେବେଠାରୁ ହାତୀମାନେ ଫସଲ ଜମି ପାଖ ଦେଇ ଯାଉଥିଲେ ମଧ୍ୟ କେବେ ବାଡ଼ ଟପୁ ନାହାନ୍ତି। ପରାଗଯୋଗ ଯୋଗୁଁ ପରାଶର ଅଧିକ ଅମଳ ପାଇବା ସହ ମହୁ ମଧ୍ୟ ପାଉଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି