ଅପରାଧ ରାଜ୍ୟ

ମହୁଡ଼ା ଡବଲ୍‌ ମର୍ଡ଼ର୍‌: ମୃତକଙ୍କ ହେବ ଡିଏନ୍‌ଏ ଟେଷ୍ଟ୍‌

ବ୍ରହ୍ମପୁର/ଦିଗପହଣ୍ଡି/କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଘଟିଥିବା ଡବଲ୍‌ ମର୍ଡ଼ର୍‌ ଘଟଣା ଜିଲ୍ଲାବ୍ୟାପୀ ଆଲୋଡ଼ନ ଖେଳାଇ ଦେଇଥିଲା। ଏହି ଘଟଣାରେ ମୃତ୍ୟୁ ଘଟିଥିବା ଦୁଇ ସାଙ୍ଗ ଲାଠି ଗାଁ କୁମ୍ଭାରସାହିର ଶିବରାମ ଗୌଡ଼ ଓ ପାଢ଼ୀସାହିର ଲିଟୁ ଓରଫ୍‌ ବିଘ୍ନରାଜ ପୁରୋହିତଙ୍କ ମୃତଦେହ ପରିବାର ବର୍ଗ ଚିହ୍ନଟ କରିଛନ୍ତି। କିନ୍ତୁ ଉଭୟଙ୍କ ମୃତଦେହ ପୋଡ଼ି ଯାଇଥିବା ଓ ଚେହେରା ଚିହ୍ନଟ ହେଉ ନଥିବାରୁ ଆଇନଗତ ଦୃଷ୍ଟିରୁ ପ୍ରମାଣିତ କରିବା ପାଇଁ ଉଭୟଙ୍କ ଡିଏନ୍ଏ ପରୀକ୍ଷା ହେବ ବୋଲି ବ୍ରହ୍ମପୁର ଏସ୍‌.ପି ଡା. ଶରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ସେହିପରି ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିସାରିଛି। ଖୁବଶୀଘ୍ର ସେମାନେ ଧରାପଡ଼ିବେ ବୋଲି ସେ କହିଛନ୍ତି।

କୁକୁଡ଼ାଖଣ୍ଡି ବ୍ଲକ୍‌ ଲାଠି ଗାଁର ଶିବରାମ ତାଙ୍କର ସାଙ୍ଗ ଲିଟୁ ସହିତ ଗତମାସ ୨୮ତାରିଖ ସନ୍ଧ୍ୟାରେ ମହୁଡ଼ା ଗାଁକୁ ଯାଇଥିଲେ। ବିଳମ୍ବିତ ରାତିରେ କୌଣସି ଏକ କାରଣକୁ କେନ୍ଦ୍ର କରି ଉଭୟ ଯୁବକଙ୍କ ସହିତ କିଛି ଲୋକଙ୍କ ଝଗଡ଼ା ହୋଇଥିଲା। ଏହାପରେ ସେମାନେ ଉଭୟ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ ମହୁଡ଼ା ଗାଁ ବାହାରେ ଥିବା ଏକ ପରିତ୍ୟକ୍ତ ପୋଖରୀ ପାର୍ଶ୍ବରେ ପେଟ୍ରୋଲ ଢାଳି ମୃତଦେହ ପୋଡ଼ିବାକୁ ଉଦ୍ୟମ କରାଯାଇଥିଲା। ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଗାଁର ଏକ ପୋଖରୀ ନିକଟରେ ଦୁଇ ଜଣଙ୍କ ଶବ ଜଳୁଥିବା ଦେଖି ପୁଲିସ ନିଆଁ ଲିଭାଇଥିଲା। ବିଭିନ୍ନ ଲୋକଙ୍କୁ ପଚରାଉଚରା ପରେ ଭୋର୍‌ରେ ପୁଲିସ ଶିବରାମଙ୍କ ଘର ଠିକଣା ପାଇଥିଲା। ଶିବରାମଙ୍କ ପତ୍ନୀ ମୃତଦେହ ଚିହ୍ନଟ କରିଥିଲେ। ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ଏହି ମାମଲାରେ ୧୫ଜଣଙ୍କୁ ଅଟକ ରଖିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମହୁଡ଼ା ଗ୍ରାମବାସୀ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇ ପ୍ରକୃତ ହତ୍ୟାକାରୀଙ୍କୁ ଧରିବାକୁ ଦାବି କରି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଛାଡ଼ିବାକୁ ଅନୁରୋଧ କରିଥିଲେ। ଏଣୁ ପୁଲିସ ସେହି ୧୫ଜଣଙ୍କୁ ଛାଡ଼ି ଦେଇଥିଲା। ଏବେ ପୁଲିସ ପ୍ରକୃତ ହତ୍ୟାକାରୀଙ୍କୁ ଚିହ୍ନଟ କରି ସାରିଛି। ସେମାନେ ଖୁବଶୀଘ୍ର ଧରାପଡ଼ିବେ ବୋଲି ପୁଲିସ କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।