ଖେଳ ଦେଶ ବିଦେଶ ରାଜ୍ୟ

ମହିଳା ହକି ଟିମ୍‌ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ : ଲଢ଼ୁଆ ପ୍ରଦର୍ଶନ ପାଇଁ ସାବାସି ଦେଲେ

ଭୁବନେଶ୍ୱର: ମହିଳା ହକି ଟିମ୍‌ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍‌ସିଂରେ ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ୍‌ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଧା ମନୋବଳ ଦୃଢ଼ କରିବାକୁ ନବୀନ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛି ମହିଳା ହକି ଟିମ୍ । ଦଳରେ ଦୁଇଜଣ ଓଡ଼ିଆ ଖେଳାଳି ଅଛନ୍ତି । ଉପଅଧିନାୟିକା ତଥା ଡିଫେଣ୍ଡର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ସାବାସି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଯୋଗ୍ୟ, ବ୍ରୋଞ୍ଚ ପଦକ ନେଇ ଆଜି ଖେଳାଯାଇଥିବା ଗ୍ରେଟ ବ୍ରିଟେନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଛି ଭାରତୀୟ ମହିଳା ହକି ଦଳ । କଡ଼ା ଟକ୍କର ଦେଇ ୪-୩ ଗୋଲରେ ପରାଜୟ ବରଣ କରିଛି ମହିଳା ଦଳ । ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । ଦ୍ୱତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତୀୟ ଦଳ । ଗୁରୁଜିତ କୌର ଲଗାତାର ୨ଟି ଗୋଲ ସ୍କୋ କରିଥିବା ବେଳେ ବନ୍ଦନା କଟାରିଆଙ୍କ ଆଉ ୧ ଗୋଲ କରି ମ୍ୟାଚ୍‌ରେ ଆଗୁଆ ରହିଥିଲେ । କିନ୍ତୁ ପୁଣି ଗ୍ରେଟ ବ୍ରିଟେନ ଆଉ ୨ଟି ଗୋଲ କରିବା ସହ ମ୍ୟାଚ୍‌ରେ ଆଗୁଆ ରହିଥିଲା । ଏବଂ ଶେଷ ପର୍ଯ୍ୟନ୍ତ ସମାନ ସ୍କୋର ବଜାୟୀ ରଖିବା ସହ ବିଜୟୀ ହୋଇଥିଲା ଗ୍ରେଟ ବ୍ରିଟେନ୍ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ