ନୂଆଦିଲ୍ଲୀ,୧୪/୦୩: ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବଡ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ । ବାଂଲାଦେଶ ପାକିସ୍ତାନକୁ ମାତ୍ ଦେଇଛି । ଦଳ ୯ ରନରେ ବିଜୟ ହାସଲ କରିଛି । ଏହାସହ ପାକିସ୍ତାନୀ ଖେଳାଳି ସିଦରା ଅମୀନଙ୍କ ଶତକ ବେକାର ଯାଇଛି ।
ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ । ଦଳ ନିର୍ଦ୍ଧାରିତ ଓଭରରେ ୨୩୪ ରନ୍ କରିଥିଲା । ଫରଗନା ହକ୍ ୭୧ ରନ୍ କରିଥିଲେ । ଅଧିନାୟକ ନିଗର ସୁଲତାନା ୪୬, ଶରମୀନ ଅଖତର ୪୪ ରନ୍ କରିଥିଲେ । ଏହାସହ ଦଳ ପାକିସ୍ତାନକୁ ୨୩୫ ରନ୍ର ଟାର୍ଗେଟ୍ ଦେଇଥିଲା ।
ଟାର୍ଗେଟକୁ ପିଛା କରି ଓହ୍ଲାଇଥିବା ପାକିସ୍ତାନ ୯୧ ରନରେ ପ୍ରଥମ ଓ୍ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ସିଦରା ଅମୀନ ୧୦୪ ରନ୍ କରିଥିଲେ । ଓପନର ନାହିଦା ଖାନ୍ ୪୩ ରନ୍ କରିଥିଲେ । କିନ୍ତୁ ଦଳ ବିଜୟଠୁ ୯ ରନ୍ ଦୂରରେ ରହିଯାଇଥିଲା । ବାଂଲାଦେଶ ପକ୍ଷରୁ ରୁମାନା ଅହମ୍ମଦ ୨ଟି ଓ ଫାହିମା ଖାତୁନ ୩ ଓ୍ୱିକେଟ୍ ନେଇଥିଲେ ।
ଏହା ପାକିସ୍ତାନର ଚଳିତ ବିଶ୍ୱକପରେ ଲଗାତର ଚତୁର୍ଥ ପରାଜୟ । ଫଳରେ ଦଳ ପ୍ଲେ ଅଫରେ ପହଁଚିବା କଷ୍ଟକର ହୋଇ ପଡିଛି । ପଏଣ୍ଟ ଟେବୁଲରେ ଦଳ ସବୁଠୁ ତଳେ ରହିଛି । ତେବେ ବାଂଲାଦେଶ ମହିଳା ଟିମ୍ର ଏହା କୌଣସି ବିଶ୍ୱକପର ପ୍ରଥମ ବିଜୟ । ପାକିସ୍ତାନକୁ ହରାଇ ଦଳ ବିଜୟକୁ ଆହୁରି ସ୍ମରଣୀୟ କରିଛି ।