ଖେଳ ଦେଶ ବିଦେଶ

ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ: ଫାଇନାଲରେ ନିଖତ

‌ଇସ୍ତାନବୁଲ: ଭାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ନିଖତ ଜରୀନ (୫୨ କେଜି) ଚଳିତ ଆଇବିଏ ମହିଳା ବିଶ୍ବ ମୁଷ୍ଟିପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ବୁଧବାର ସେମିଫାଇନାଲ୍‌ରେ ନିଖତ ୫-୦ରେ ବ୍ରାଜିଲର କାରୋଲିନ ଡି’ ଅଲମିଦାଙ୍କୁ ଏକତରଫା ଭାବେ ପରାସ୍ତ କରିଥିଲେ। ଚଳିତ ପ୍ରତିଯୋଗିତାରେ ଫାଇନାଲ୍‌ରେ ପହଞ୍ଚିବା‌ରେ ଏହି ପୂର୍ବତନ କନିଷ୍ଠ ବିଶ୍ବ ବିଜେତା ପ୍ରଥମ ଭାରତୀୟ ମୁ‌ଷ୍ଟିଯୋଦ୍ଧା ହୋଇଛନ୍ତି। ଏହି ହାଇଦ୍ରାବାଦ ଲଳନା ବିଜେତା ହେଲେ ୬ ଥରର ବିଜୟିନୀ ଏମ୍‌ସି ମେରିକମ୍‌, ସରିତା ଦେବୀ, ଜେନି ଆର୍‌ଏଲ୍‌ ଓ ଲେଖା ସିଙ୍କ ଏଲିଟ ଗ୍ରୁପ୍‌ରେ ସାମିଲ ହେବେ। ତେବେ ଅନ୍ୟ ଦୁଇ ସେମିଫାଇନାଲ୍‌ରେ ମନୀଷା ମାଉଁ (୫୭ କେଜି) ଏବଂ ପ୍ରବୀଣ ହୁଦା(୬୩) କେଜି ‌ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ମନୀଷା ୦-୫ରେ ଟୋକିଓ ଅଲିମ୍ପିକ୍‌ କାଂସ୍ୟ ବିଜେତା ଇରମା ଟେଷ୍ଟାଙ୍କଠୁ ଏବଂ ପ୍ରବୀଣ ୧-୪ରେ ୟୁରୋପୀୟ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜେତା ଆମି ‌ବ୍ରଡହୁର୍ଷ୍ଟଙ୍କଠୁ ହାରି ଯାଇଥିଲେ। ସୂଚନାଯୋଗ୍ୟ ଯେ ୨୦୦୬ ବିଶ୍ବ ପ୍ରତିଯୋଗିତାରେ ଭାରତର ସବୁଠୁ ଭଲ ପ୍ରଦର୍ଶନ ରହିଥିଲା। ଏହି ସଂସ୍କରଣରେ ଭାରତ ୮ ପଦକ (୪ ସ୍ବର୍ଣ୍ଣ, ୧ ରୌପ୍ୟ, ୩ କାଂସ୍ୟ) ଜିତିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ