ଅପରାଧ ରାଜ୍ୟ

ମହିଳା ପୋଷ୍ଟମାଷ୍ଟରଙ୍କୁ ନିର୍ମମ ହତ୍ୟା ଘଟଣା: ଅନ୍ୟ ଯୁବକ ସହ ପ୍ରେମ ସନ୍ଦେହରୁ ହତ୍ୟା କରିଥିଲା ପ୍ରେମିକ ନୟନ

ସୁନ୍ଦରଗଡ଼/ଲେଫ୍ରିପଡ଼ା: ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ତେଲେନଡିହିର ମହିଳା ‌ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କ ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତ ପୁରୁଷ ବନ୍ଧୁ ନୟନ ସେଠଙ୍କୁ ଗିରଫ କରିଛି। ଗତକାଲି ଠାରୁ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ସେ ଦୋଷ ସ୍ବୀକାର କରିଥିବା ସୂଚନା ମିଳିଛି। ଅନ୍ୟ ଯୁବକଙ୍କ ସହ ସ୍ନିଗ୍ଧାଙ୍କ ପ୍ରେମ ସମ୍ପର୍କ ଥିବା ନୟନ ସନ୍ଦେହ କରି ଏହି ଜଘନ୍ୟ କାଣ୍ଡ ଘଟାଇଥିବା କହିଛି | ଅନ୍ୟପଟେ ସ୍ନିଗ୍ଧା ଚାକିରି କରିବା ପରେ ଅନ୍ୟତ୍ର ବିବାହ କରିଦେବାକୁ ପ୍ରସ୍ତୁତ ହେଉଥିବା ଓ ଏଥିରେ କିଛି ମାତ୍ରାରେ ସ୍ନିଗ୍ଧା ସମ୍ମତ ଥିବା ନୟନକୁ ବିଚଳିତ କରିଥିଲା। ଘଟଣାଦିନ ସ୍ନିଗ୍ଧା ଲେଫ୍ରିପଡା ପହଞ୍ଚିବା ପରେ ନୟନ ସହ ଏକ ମନ୍ଦିରକୁ ଯାଇଥିଲେ। ସେଠାରୁ ପାଖ ଜଙ୍ଗଲରେ ଦୁହେଁ ପଶିଥିଲେ। ସେଇଠି ନୟନ ଅନ୍ୟ ଯୁବକ ସହ ପ୍ରେମ ସମ୍ପର୍କ ଥିବା ନେଇ ସ୍ନିଗ୍ଧାଙ୍କୁ ପଚାରିଥିଲା। ଏହାକୁ ନେଇ ୨ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ସନ୍ଦେହୀ ନୟନ ପୂର୍ବରୁ ଲୁଚାଇ ରଖିଥିବା ଛୁରୀରେ ସ୍ନିଗ୍ଧାଙ୍କ ବେକ, ପେଟ ଓ ପିଠିକୁ ଭୁସି ହତ୍ୟା କରିଥିଲା। ଆଜି ଅପରାହ୍ନରେ ଗିରଫ ନୟନକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ଖବର ଅନୁସାରେ, ତେଲେନଡିହିରେ ପୋଷ୍ଟମାଷ୍ଟର ଥିବା ହେମଗିର ଟିକିଲିପଡାର ସ୍ନିଗ୍ଧା ଗତ ରବିବାର ଛୁଟିଥିବାରୁ ନିଜ ଘରକୁ ଯାଇଥିଲେ। ସୋମବାର ସକାଳୁ ନିଜ ସମ୍ପର୍କୀୟ ଭାଇ ସହ ତେଲେନଡିହି କାର୍ଯ୍ୟକ୍ଷେତ୍ରକୁ ଆସୁଥିଲେ। ତେବେ ବାଟରେ ଲେଫ୍ରିପଡ଼ାଠାରେ କିଛି କାମ ଅଛି କହି ସମ୍ପର୍କୀୟ ଭାଇକୁ ଫେରିଯିବାକୁ କହିଥିଲେ ସ୍ନିଗ୍ଧା। କିନ୍ତୁ ପରବର୍ତ୍ତୀ ସମୟରେ ତେଲେନଡିହିର ଭଡ଼ା ଘରକୁ କି ଅଫିସକୁ ସେ ଯାଇନଥିବା ଜଣାପଡ଼ିଥିଲା। ଘର ମାଲିକ ତାଙ୍କ ମା’ଙ୍କୁ ଫୋନ୍‌ କରି ସ୍ନିଗ୍ଧା ଆସି ନଥିବା ଜଣାଇବା ପରେ ପରିବାର ଲୋକେ ଲେଫ୍ରିପଡ଼ା, ତେଲେନଡିହି ଆସି ଖୋଜାଖୋଜି କରିଥିଲେ। ହେଲେ କୌଣସି ସନ୍ଧାନ ନମିଳିବାରୁ ସନ୍ଧ୍ୟାରେ ଲେଫ୍ରିପଡ଼ା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ମଙ୍ଗଳବାର ସକାଳେ ଲେଫ୍ରିପଡା ଥାନା କୁରୁମକେଲ ବେଲସରିଆପଡ଼ା ଗାଁ ନିକଟ ବୁଦୁବୁଦୁକିଆ ଜଙ୍ଗଲରେ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ତାଙ୍କୁ ଛୁରୀରେ ଭୁସି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଏପରିକି ସ୍ନିଗ୍ଧାଙ୍କ ଦେହରେ ଛୁରୀ ଲାଗି ରହିଥିବା ଦେଖାଯାଇଥିଲା। ସ୍ନିଗ୍ଧାଙ୍କୁ କିଏ କାହିଁକି ହତ୍ୟା କରିଥିଲା, ତାହା ସେତେବେଳେ ସ୍ପଷ୍ଟ ହୋଇ ନଥିଲା। ହେଲେ ସୋମବାର ସନ୍ଧ୍ୟାରେ ମୃତାଙ୍କ ମୋବାଇଲରୁ ତାଙ୍କ ମା’ ଶାନ୍ତି କାଲୋଙ୍କ ହ୍ବାଟସଆପକୁ ଆସିଥିବା ହତ୍ୟା ସମ୍ପର୍କିତ ବାର୍ତ୍ତା (ମେସେଜ) ହତ୍ୟାକାରୀଙ୍କ ସମ୍ପର୍କରେ ସୂଚନା ଦେଇଥିଲା। ହ୍ବାଟସଆପରେ ବାର୍ତ୍ତା ଆସିଥିଲା, ‘ସ୍ନିଗ୍ଧାକୁ ମାରି ବେଲସରିଆପଡ଼ା କୁଲାବିରା ଜଙ୍ଗଲରେ ଫିଙ୍ଗିଦେଇଛୁ ଓ ତାର ପ୍ରେମିକ ନୟନକୁ ହତ୍ୟା କରି ସରଫଗଡ଼ ଡ୍ୟାମରେ ପକାଇ ଦେଇଛୁ, ଖୋଜ। ଏହି ବାର୍ତ୍ତା ସହ ହତ୍ୟାସ୍ଥଳର ଚିତ୍ର ମଧ୍ୟ ସେୟାର କରିଥିଲା ହତ୍ୟାକାରୀ। ମଙ୍ଗଳବାର ସକାଳୁ ସ୍ନିଗ୍ଧାଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ନୟନଙ୍କୁ ମଧ୍ୟ କିଏ ହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ସକାଳେ ନୟନ ଲେଫ୍ରିପଡ଼ାରେ ବୁଲୁଥିବାରୁ ନୟନ ହିଁ ତାର ଅନ୍ୟ ସହଯୋଗୀଙ୍କ ସହ ମିଶି ହତ୍ୟା କରି ଭୁଆଁ ବୁଲାଇବାକୁ ସ୍ନିଗ୍ଧାଙ୍କ ମୋବାଇଲରୁ ବାର୍ତ୍ତା ପଠାଇ ଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଏ ସମ୍ପର୍କରେ ସୂଚନା ପାଇ ପୁଲିସ ସ୍ନିଗ୍ଧାଙ୍କ ପୁରୁଷ ବନ୍ଧୁ ନୟନ ସେଠଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ତେବେ ହତ୍ୟାକାଣ୍ଡରେ ସେ ଜଣେ ନା ଆଉ କିଏ କିଏ ଅଛନ୍ତି ସେ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।