ଦେଶ ବିଦେଶ ମନୋରଞ୍ଜନ

ମହିଳା ଦିବସ ଅବସରରେ ଦ୍ବିତୀୟ ସନ୍ତାନର ପ୍ରଥମ ଫଟୋ ପୋଷ୍ଟ୍‌ କଲେ କରୀନା କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର୍‌ ଖାନ୍‌ ତାଙ୍କର ଦ୍ବିତୀୟ ସନ୍ତାନର ପ୍ରଥମ ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ସେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କର ଦ୍ବିତୀୟ ଶିଶୁ ସହ ନିଜର ଏକ ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଫଟୋଟିକୁ ସେୟାର କରି ସେ ଲେଖିଛନ୍ତି, ‘ସେପରି କିଛି ନାହିଁ, ଯାହା ଜଣେ ମହିଳା କରିପାରିବ ନାହିଁ। ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା’।

ଫଟୋରେ କରୀନା ଏକ କଳା ରଂଗର ଟପ୍‌ ପିନ୍ଧିଛନ୍ତି। ସେ ତାଙ୍କ ପୁଅକୁ ନିଜ କାନ୍ଧ ଉପରେ ଶୁଆଇ ଦେଇ ଫଟୋ ଉଠାଇ ଥିବାର ନଜର ଆସିଛନ୍ତି। ଶିଶୁଟିକୁ ଏକ କପଡ଼ାରେ ଗୁଡ଼ାଇ ମୁହଁକୁ ତଳକୁ କରି ଶୁଆଇଛନ୍ତି। ଫଟୋରେ କରୀନାଙ୍କ ନବଜାତକର ମୁହଁ ସ୍ପଷ୍ଟ ଦେଖି ହେଉନାହିଁ।

ଏଥର କରୀନା ଓ ସୈଫ୍‌ ତାଙ୍କ ନବଜାତକକୁ ନେଇ ଟିକେ ବେଶି ସମ୍ବେଦନଶୀଳ। ସେ ପୂର୍ବରୁ କହିଛନ୍ତି କି ଉଚିତ ସମୟ ଆସିଲେ ସେ ନିଜ ପିଲାର ଫଟୋ ଓ ତାହାର ନାମ ସର୍ବସମ୍ମୁଖରେ ପ୍ରକାଶ କରିବେ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଦ୍ବିତୀୟ ଥର ପାଇଁ ମାଆ ବନିଛନ୍ତି ଅଭିନେତ୍ରୀ କରୀନା କପୁର ଖାନ୍‌। ପ୍ରଥମ ଥର ପରି ଏଥର ବି ସେ ଏକ ପୁତ୍ର ସନ୍ତାନର ମାଆ ବନିଛନ୍ତି। ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା କପୁରଙ୍କର ତୈମୁର ନାମରେ ଜଣେ ପୁତ୍ର ଅଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ