ଖେଳ ଦେଶ ବିଦେଶ

ମହିଳା ଦିନିକିଆ ବିଶ୍ୱକପ : ସ୍ମୃତି ଓ ହରମନପ୍ରିତଙ୍କ ଦମଦାର ଶତକ, ଇଣ୍ଡିଜକୁ ୩୧୮ ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ ୧୨/୦୩: ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଇତିହାସ ରଚିଛି ଭାରତ । ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ଭାରତର ଦୁଇ ବ୍ୟାଟର ଶତକ ଲଗାଇଛନ୍ତି । ସ୍ମୃତି ମନ୍ଧାନା ଓ ହରମନପ୍ରିତ କୌର ସେଞ୍ଚୁରୀ ଲଗାଇଛନ୍ତି । ବିଶ୍ୱକପ ପୂର୍ବରୁ ଉଭୟ ଖେଳାଳି ନିଜ ଫର୍ମକୁ ନେଇ ଟାର୍ଗେଟରେ ଥିଲେ ।ଏବେ କିନ୍ତୁ ଉଭୟ ଶତକ ଲଗାଇ ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ।

ଶନିବାର ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଟସ୍ ଜିତିଥିଲା ଭାରତ । ମ୍ୟାଚରେ ଶେଫାଳି ବର୍ମା ଖେଳୁନଥିଲେ । କିନ୍ତୁ ସ୍ମୃତି ଓ ୟାସ୍ତିକା ଭାଟିଆଙ୍କ ଯୋଡି ଦମଦାର ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ୪୯ ରନର ପାର୍ଟନରସିପ୍ ହୋଇଥିଲା । ଏହାପରେ ସ୍ମୃତି ଏକାକି ପାଳି ସମ୍ଭାଳିଥିଲେ ।

ସେ ନିଜ ଅନ୍ଦାଜରେ ବ୍ୟାଟିଂ କରିଥିଲେ । ଇଣ୍ଡିଜ ବୋଲରଙ୍କୁ ପ୍ରହାର କରି ସେ ଶତକ ଲଗାଇଥିଲେ । ୧୧୯ ବଲରୁ ସେ ମ୍ୟାଚରେ ୧୨୩ ରନ୍ କରିଥିଲେ । ଏହି ପାଳିରେ ୧୩ ଚଉକା ଓ ୨ ଛକା ରହିଥିଲା । ଏହା ସ୍ମୃତିଙ୍କ କ୍ୟାରିଅରର ପଞ୍ଚମ ଦିନିକିଆ ଶତକ ଅଟେ ।

ସେହିପରି ହରମନପ୍ରିତ ସିଂ ମଧ୍ୟ ଶତକ ଲଗାଇଥିଲେ । ସେ ୧୦୯ ରନ୍ କରିଥିଲେ । ଏଥିରେ ୧୦ ଚଉକା ଓ ୨ ଛକା ରହିଥିଲା । ଏହା ତାଙ୍କ କ୍ୟାରିଅରର ଚତୁର୍ଥ ଶତକ ଅଟେ । ଏହାସହ ସେ ଚଳିତ ବିଶ୍ୱକପରେ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ସ୍ମୃତି ରହିଛନ୍ତି ।

ସୂଚନାଯୋଗ୍ୟ, ଏହି ମୁକାବିଲାରେ ଭାରତ ୫୦ ଓଭରରେ ୩୧୭ ରନ୍ କରିଛି । ଯାହା ଭାରତର ବିଶ୍ୱକପରେ ସର୍ବାଧିକ ସ୍କୋର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ