ଖେଳ ଦେଶ ବିଦେଶ

ମହିଳା ଟି-୨୦ ଚ୍ୟାଲେଞ୍ଜ ପୁଣେକୁ ସ୍ଥାନାନ୍ତର, ଆଇପିଏଲ୍‌ ଫାଇନାଲ୍‌ ଅହମଦାବାଦରେ

ମୁମ୍ବ‌ାଇ: ମହିଳା ଟି-୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ପୁଣେକୁ ସ୍ଥାନାନ୍ତର ହେବ। ଏହି ପ୍ରତିଯୋଗିତା ଲକ୍ଷ୍ନୌରେ ହେବ ବୋଲି ଗତମାସରେ ବିସିସିଆଇ ଆପେକ୍ସ କାଉନସିଲ ବୈଠକ ପରେ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ। ହେଲେ ଏହି ପ୍ରତିଯୋଗିତା ପୁଣେରେ ଚଳିତ ମାସ ୨୩ରୁ ଆରମ୍ଭ ହେବ ଏବଂ ସମସ୍ତ ମ୍ୟାଚ୍‌ ପୁଣେରେ ଖେଳାଯିବ ବୋଲି ବିସିସିଆଇ ମଙ୍ଗଳବାର ସ୍ପଷ୍ଟ କରିଛି। ଏହି ୩ ଦଳୀୟ ପ୍ରତିଯୋଗିତାରେ ଟ୍ରେଲବ୍ଲେଜର୍ସ, ସୁପରନୋଭାସ ଓ ଭେଲୋସିଟି ଭାଗନେବେ। ତିନି ଦିନ (୨୩, ୨୪ ଓ ୨୬) ରାଉଣ୍ଡ ରବିନ୍‌ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଓ ତୃତୀୟ ମ୍ୟାଚ୍‌ ରାତି ୭.୩୦ ଏବଂ ଦ୍ବିତୀୟ ମ୍ୟାଚ୍‌ ଅପରାହ୍ଣ ୩.୩୦ରେ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ୨୮ ତାରିଖ ରାତି ୭.୩୦ରେ ଖେଳାଯିବ। ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। ଶୀର୍ଷ ଦୁଇ ଦଳ ଟ୍ରଫି ମୁକାବିଲାକୁ ଓହ୍ଲାଇବେ। ସୂଚନାଯୋଗ୍ୟ ଯେ ଟ୍ରେଲବ୍ଲେଜର୍ସ ଥ‌ରେ ଏବଂ ସୁପରନୋଭାସ ଦୁଇ ଥର ଏହି ଟ୍ରଫି ଜିତିଛି।

ଅନ୍ୟପକ୍ଷରେ ଆଇପିଏଲ୍‌ ଫାଇନାଲ୍‌ ମେ’ ୨୯ ତାରିଖରେ ଅହମ୍ମଦାବାଦରେ ଖେଳାଯିବା ନିଶ୍ଚିତ ବୋଲି ବିସିସିଆଇ ସ୍ପଷ୍ଟ କରିଛି। କ୍ବାଲିଫାୟର ୧ ଓ ଏଲିମିନେଟର୍‌ କୋଲ୍‌କାତାରେ (ମେ’ ୨୪ ଓ ୨୫) ଏବଂ କ୍ବାଲିଫାୟର-୨ ଓ ଫାଇନାଲ୍‌ ଅହମ୍ମଦାବାଦ (ମେ’ ୨୭ ଓ ୨୯)‌େର ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ