ଅପରାଧ ରାଜ୍ୟ

ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଦଗଡ଼ ଏକ ଆମ୍ବଗଛ ରୁ ଜଣେ ବିଭାହିତ ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି ।ମୃତ ମହିଳା ଜଣଙ୍କ ବନ୍ଦଗଡ଼ ଗାଁ ର ଦିନେଶ ଦେହୁରୀ ଙ୍କ ସ୍ତ୍ରୀ ସରିତା ଦଳବେହେରା ବୋଲି ଜଣା ପଡ଼ିଛି । ସରିତା ଙ୍କ ବାପଘର କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଯାର୍ଗୀଭଟା ଗାଁ ର ହୋଇଥିବା ବେଳେ ପାଞ୍ଚ ମାସ ତଳେ ଵାହାଘର ହୋଇଥିଲା । ସକାଳେ ସରିତା ଘରକାମ ସାରି ପାଣି ଆଣିବାକୁ ଆସି ଘରକୁ ଫେରି ନଥିଲେ । ଘର ଲୋକ ଖୋଜାଖୋଜି କରିବା ସମୟରେ ଗାଁ ନିକଟ ରେ ଥିବା ଏକ ଆମ୍ବଗଛ ରେ ଝୁଲୁ ଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ଘଟଣା ସ୍ଥଳରେ ପହଞ୍ଚି ଶବକୁ କରିବା ସହ ତଦନ୍ତ ଜାରି ରଖିଛନ୍ତି । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।