ରାଜ୍ୟ

ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ମାମଲା: କିଏ ସେ ଓସିଏ କର୍ତ୍ତୃପକ୍ଷ? ପ୍ରଶ୍ନ କଲା ବିଜେପି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ଭୁବନେଶ୍ବର : ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ମାମଲାରେ ବିଜେପି ରବିବାର ଦିନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ ଖେଳକୁ ପ୍ରୋତ୍ସହନ ଦେଉଥିବା ମୁଖ୍ୟମନ୍ତ୍ରୀ ମହିଳା ଖେଳାଳିଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି।

ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ ଗତ ୧୦ତାରିଖରେ ରାଜଶ୍ରୀ ନିଖୋଜ ହୋଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଦ୍ୱାରସ୍ଥ ହୋଇଥିଲେ ବି ପୁଲିସ କି ଓସିଏ କୌଣସି ପ୍ରକାର ପଦକ୍ଷେପ ନେଇନଥିଲେ। ରାଜଶ୍ରୀଙ୍କ ନିଖୋଜର ୨ ଦିନ ପରେ ବି ପରିବାର ଲୋକଙ୍କୁ ପୁଲିସ କି ଓସିଏ କର୍ତ୍ତୃପକ୍ଷ ଜଣାଇଲେ ନାହିଁ। ଶେଷରେ ୧୩ ତାରିଖରେ କଟକ ଜିଲ୍ଲା ଆଠଗଡ ଅଞ୍ଚଳର ଗୁରୁଡ଼ିଝାଟିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରାଗଲା। ନିଖୋଜ ହେବା ପରେ ତତ୍ପରାତର ସହ ତଦନ୍ତ ହୋଇଥିଲେ ରାଜଶ୍ରୀର ବୋଧେ ମୃତ୍ୟୁ ହୋଇନଥାନ୍ତା। ଗତକାଲି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୃତ ରାଜଶ୍ରୀଙ୍କ ଗାଁ କୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ରାଜଶ୍ରୀ ସଂପର୍କରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କୁ ଫୋନ କରି ହସ୍ତକ୍ଷେପ କରିବା ପାଇଁ ପରିବାରଲୋକ ନିବେଦନ କରିଥିଲେ ହେଁ ସେ ହକି ଖେଳ ପାଇଁ ବ୍ୟସ୍ତ ଅଛନ୍ତି ବୋଲି କହି ଫୋନ କାଟି ଦେଇଥିଲେ। ଏଥିରୁ ଜଣାପଡ଼ୁଛି ରାଜ୍ୟର କ୍ରୀଡାମନ୍ତ୍ରୀଙ୍କ ପାଖରେ ନିଜ ଅଞ୍ଚଳର ଜଣେ ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ପାଇଁ ସମୟ ନଥିଲା। ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ରାଜ୍ୟ ସରକାରଙ୍କ ମା’ ଓ ଭଉଣୀଙ୍କ ସମ୍ମାନର ନାରା ପ୍ରତି ଶକ୍ତ ଧକ୍କା। ଯେଉଁ ରାଜ୍ୟରେ ଜଣେ ମହିଳା ଖେଳାଳି ସୁରକ୍ଷିତ ନୁହେଁ ସେଠି ସାଧାରଣ ମହିଳା କିପରି ସୁରକ୍ଷିତ ରହିପାରିବେ?

ରାଜଶ୍ରୀର ନିଖୋଜ ହେବା ପରେ ପୁଲିସ ତଥା ପରିବାରବର୍ଗଙ୍କୁ ଅବଗତ କରାଗଲା ନାହିଁ କାହିଁକି, ଏଥି ପାଇଁ ଦାୟୀ କିଏ ? ଗୋଟିଏ ପଟେ ଖେଳକୁ ପ୍ରୋତ୍ସାହନ ଦେବା କଥା କହୁଥିବାବେଳେ ମହିଳା ଖେଳାଳିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର କାହିଁକି ଏତେ ଅସମ୍ବେଦନଶୀଳ? ରାଜଶ୍ରୀଙ୍କ ପରିବାରବର୍ଗର ଅଭିଯୋଗ ଭିତ୍ତିରେ ତାଙ୍କ ମୃତ୍ୟୁ ପାଇଁ କେଉଁ ଓସିଏ କର୍ତ୍ତୃପକ୍ଷ ଦାୟୀ? ସେମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ ? ରାଜଶ୍ରୀ ରହୁଥିବା ହୋଟେଲର କଥା କିଏ ବୁଝିଥିଲେ? ଏ ସମସ୍ତ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ଦରକାର ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ମହିଳାମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ଓ ମହିଳା କାର୍ଯ୍ୟକାରିଣୀ ସଦସ୍ୟା ଶୁଭାଶିନୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।