ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ରହ୍ମପୁର : ଆଉଟ୍ସୋର୍ସିଂରେ ନିଯୁକ୍ତ ଜଣେ ମହିଳା କର୍ମଚାରୀଙ୍କୁ ଟିପିଏସ୍ଓଡିଏଲ୍ର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଧମକ ଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସେ ହେଲେ, ଟିପିଏସ୍ଓଡିଏଲ୍ର ଏନ୍ଫୋର୍ସମେଣ୍ଟ ଓ ଭିଜିଲାନ୍ସ ସିଟି ସର୍କଲ ବ୍ରହ୍ମପୁର ଅଫିସ ମୁଖ୍ୟ ଶୈଳେନ୍ଦ୍ର ସିଂ। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଆଇପିସି ଧାରା ୩୫୪/ ୩୫୪-ଏ/୫୦୬/୫୦୯ରେ ଏକ ମାମଲା (କେସ୍ନଂ ୨୭/୨୦୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମହିଳା କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ସେ ପ୍ରାୟ ଦୁଇବର୍ଷ ହେବ ଏକ ଘରୋଇ ସିକ୍ୟୁରିଟି ଏଜେନ୍ସି ମାଧ୍ୟମରେ ଟିପିଏସ୍ଓଡିଏଲ୍ର ଏନ୍ଫୋର୍ସମେଣ୍ଟ ଓ ଭିଜିଲାନ୍ସ ସିଟି ସର୍କଲ ଅଫିସରେ ଫିମେଲ୍ ସିକ୍ୟୁରିଟି ଆସିଷ୍ଟାଣ୍ଟ୍ ଭାବେ କାର୍ଯ୍ୟ କରୁଛନ୍ତି। ତେବେ, ପ୍ରାୟ ମାସେ ହେବ ଉକ୍ତ ଅଫିସ ମୁଖ୍ୟ ଶୈଳେନ୍ଦ୍ର ସିଂ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ନିଜ କ୍ୟାବିନ୍କୁ ବାରମ୍ବାର ଡାକି ଅସଦାଚରଣ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ବଦଳି ଅବା ଚାକିରିରୁ ବାହାର କରିଦେବା ନେଇ ଧମକ ମଧ୍ୟ ଦେଉଥିଲେ। ଗତ ୧୧ତାରିଖ ମଧ୍ୟାହ୍ନ ଭୋଜନ ବିରତି ପରେ ପୁଣିଥରେ ନିଜ କ୍ୟାବିନ୍କୁ ଡାକି ଦୁର୍ବ୍ୟବହାର କରିଥିଲେ। ସେ ପ୍ରତିବାଦ କରିବାରୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏ ସମ୍ପର୍କରେ ମହିଳା କର୍ମଚାରୀ ଜଣକ ତାଙ୍କର ଜଣେ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ, ସେ କୌଣସି ପ୍ରକାର ସାହାଯ୍ୟ କରିବା ପରିବର୍ତ୍ତେ ‘ପ୍ରମୋସନ୍’ ପାଇବାକୁ ହେଲେ ଏଭଳି କମ୍ପ୍ରମାଇଜ୍ କରିବାକୁ ପଡ଼େ ବୋଲି କହିଥିଲେ। ତେଣୁ ସେ ନିରାଶ ହୋଇ ନ୍ୟାୟ ପାଇବାକୁ ଶେଷରେ ଆଇନର ଆଶ୍ରୟ ନେବାକୁ ସ୍ଥିର କରି ଥାନାର ଦ୍ବାରସ୍ଥ ହେଲେ ବୋଲି କହିଛନ୍ତି।
ଏ ସମ୍ପର୍କରେ ବ୍ରହ୍ମପୁର ଏସ୍ପି ଡ.ଶରବଣା ବିବେକ ଏମ୍. କହିଛନ୍ତି, ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ଆଇନ ଅନୁୟାୟୀ ପଦେକ୍ଷପ ନିଆଯାଇଛି। ଅଭିଯୁକ୍ତଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ କରାଯାଇଥିବା ବେଳେ ଉଭୟ ମହିଳା ଓ ଅଭିଯୁକ୍ତଙ୍କ ବୟାନ୍ ରେକର୍ଡ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l