ଦେଶ ବିଦେଶ ମନୋରଞ୍ଜନ

ମହିଳା କମିଶନଙ୍କ ଟେବୁଲ୍ ପାଖରେ ବସିଲେ ପତି-ପତ୍ନୀ: ଅନୁଭବ କହିଲେ, ‘ମୁଁ ମୋ ପକ୍ଷ ରଖିଛି’

ଭୁବନେଶ୍ବର୨୯/୧୨: ରାଜ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଉଭୟଙ୍କୁ ସାମ୍ନାସାମ୍ନି ବସାଇ ମହିଳା କମିଶନ ଆଲୋଚନା କରୁଥିବା ଜଣାପଡ଼ିଛି। ତେବେ ଅନୁଭବଙ୍କ ବାପା-ମାଆଙ୍କୁ ହାଜର ପାଇଁ ମହିଳା କମିଶନ ନୋଟିସ କରିଥିଲେ ବି ସେମାନେ ହାଜର ହୋଇନଥିବା ଜଣାପଡ଼ିଛି। ଅନୁଭବ କହିଛନ୍ତି ଯେ, ମୋତେ ମହିଳା କମିଶନ ଡାକିଥିଲେ, ମୁଁ ମୋ ପକ୍ଷ ରଖିଛି

ରାଜ୍ୟ ମହିଳା କମିଶନଙ୍କ ଟେବୁଲରେ ପତି ପତ୍ନୀ । ପାରିବାରିକ କଳହ ଏରୁଣ୍ଡି ଡେଇଁ ଥାନା, କୋର୍ଟ ପରେ ଏବେ ମହିଳା କମିଶନରେ ପହଞ୍ଚିଛି । ମଙ୍ଗଳବାର ମହିଳା କମିଶନରେ ହାଜର ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ପ୍ରଥମେ ବର୍ଷା ମହିଳା କମିଶନଙ୍କ ଅଫିସରେ ପହଞ୍ଚିଥିଲେ। ତାର କିଛି ସମୟର ପରେ ଅନୁଭବ ଆସିଥିଲେ । ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଆଲୋଚନା କରିଛନ୍ତି ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା ।

ଗତ ୧୫ ତାରିଖରେ ବର୍ଷା ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଭେଟି ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ବର୍ଷା, ଅନୁଭବ ଏବଂ ଅନୁଭବଙ୍କ ବାପା ମାଙ୍କୁ ହାଜର ପାଇଁ କମିଶନ ନୋଟିସ୍ କରିଥିଲେ । ତେବେ ଅନୁଭବଙ୍କ ବାପା ମା ହାଜର ହୋଇନଥିବା ଜଣାପଡିଛି। କମିଶନ ଉଭୟ ପତି ପତ୍ନୀଙ୍କଠାରୁ ସବିଶେଷ ବୁଝିଛନ୍ତି। ବର୍ଷା ଅନୁଭବଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ସେସବୁର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲେ। ଏଥିସହିତ ଉଭୟ ପକ୍ଷଙ୍କୁ କାଉନସେଲିଂ କରିବାକୁ ଚେଷ୍ଟା କରିଥିଲେ।

ପାରିବାରିକ ବିବାଦକୁ ନେଇ ବର୍ଷା ପ୍ରଥମେ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଅଭିଯୋଗ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଅନୁଭବ ତାଙ୍କୁ ଘରେ ରହିବାକୁ ଦେଉ ନଥିବା ବେଳେ ତାଙ୍କ ରୁମ୍‌ରେ ତାଲା ପକାଇ ଘଣ୍ଟାଏରୁ ଅଧିକ ସମୟ ବାହାରେ ଛିଡ଼ା କରାଇ ଦେଇଥିବା ଭଳି ଅଭିଯୋଗ ଆଣିଥିଲେ ବର୍ଷା। ବର୍ଷାଙ୍କ ଏହି ଅଭିଯୋଗ ପରେ ପୁଲିସ୍ ଅନୁଭବଙ୍କ ବାସଭବନକୁ ମଧ୍ୟ ଯାଇ ତଦନ୍ତ କରିଥିଲା। ସେପଟେ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ପିଟିସନ ଦାଖଲ କରିଛନ୍ତି ଅନୁଭବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ