ଅପରାଧ ରାଜ୍ୟ

ମହିଳା ଏଏସ୍‌ଆଇଙ୍କୁ ବାନ୍ଧିଲା ଭିଜିଲାନ୍‌ସ

ଭୁବନେଶ୍ବର/ବାଲିପାଟଣା : ବର୍ଷକରେ ୯୦ରୁ ଅଧିକ ମାମଲାର ଚାର୍ଜସିଟ୍‌ କରି ଗତବର୍ଷ ଡିଜି ଡିସ୍କ ପୁରସ୍କାର ପାଇଥିଲେ ବାଲିପାଟଣା ଥାନାରେ କାର୍ଯ୍ୟରତ ମହିଳା ଏଏସ୍‌ଆଇ ପୁଷ୍ପଲତା ପାଇକରାୟ। କିନ୍ତୁ ତାଙ୍କ ଭିତରେ ଛପି ରହିଥିବା ଅସଲ ଲାଞ୍ଚୁଆ ଚେହେରାର ପର୍ଦ୍ଦାଫାସ୍ କରିଛି ଭିଜିଲାନ୍‌ସ। ଏକ ମାମଲାର ଫାଇନାଲ ଚାର୍ଜସିଟ୍‌ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଧରିଛି। ବାଲିପାଟଣା ଥାନାରୁ ଶ୍ରୀମତୀ ପାଇକରାୟଙ୍କୁ ଭିଜିଲାନ୍‌ସ ନିଜ ହେପାଜତକୁ ନେବା ପରେ ଜୟଦେବବିହାର ଆର୍‌ଓ ସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରାଯାଇଛି। ସେଠାରୁ ତାଙ୍କର କିଛି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରାଯାଇଛି।

ସୂଚନାନୁସାରେ ୨୦୨୦ ମସିହାରେ ବାଲିପାଟଣା ଥାନା କଣ୍ଟାପଡ଼ା ଗ୍ରାମର ନୃସିଂହ ସେନାପତି ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଏସ୍‌ଆଇ ଶ୍ରୀମତୀ ପାଇକରାୟ ଏହି ମାମଲାର ତଦନ୍ତ ଅଧିକାରୀ ଥିଲେ। ଏହି ମାମଲାରେ ନୃସିଂହ ଜାମିନ୍‌ରେ ଆସିଥିଲେ। ତେବେ ୫ ହଜାର ଟଙ୍କା ଦେଲେ ମାମଲାକୁ ସେ ପୂରା ବନ୍ଦ କରିଦେ‌ବେ ବୋଲି ନୃସିଂହଙ୍କୁ ଏଏସ୍‌ଆଇ ଶ୍ରୀମତୀ ପାଇକରାୟ କହିଥିଲେ। ନହେଲେ କଡ଼ା ଦଫା ଲଗାଇ କୋର୍ଟକୁ ଚାର୍ଜସିଟ୍‌ ପଠାଇବେ ବୋଲି ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ନୃସିଂହ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ପୂର୍ବାହ୍ନ ପାଖାପାଖି ୧୧ଟା ସମୟରେ ନୃସିଂହ ବାଲିପାଟଣା ଥାନା ପରିସରସ୍ଥ ସରକାରୀ କ୍ବାର୍ଟର୍ସକୁ ଯାଇ ଶ୍ରୀମତୀ ପାଇକରାୟଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ଠିକ୍‌ ସେତିକିବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍‌ସ ଟିମ୍‌ ତାଙ୍କୁ କାବୁ କରିନେଇଥିଲା।

ଏହି ଖବର ପ୍ରଚାରିତ ହେବା ପରେ ଥାନା ସମ୍ମୁଖରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ନୃସିଂହଙ୍କ ଭଳି ଅନେକ ଲୋକ ମଧ୍ୟ ଏହି ଏଏସ୍‌ଆଇଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ୨୦୧୮ ମସିହାରୁ ସେ ବାଲିପାଟଣା ଥାନାରେ ଯୋଗଦେବାଠାରୁ ତାଙ୍କ ପାଖରେ କୌଣସି ମାମଲା ପଡ଼ି ରହୁନଥିଲା। ମାମଲାର ରଫାଦଫା ପାଇଁ ସେ ଲାଞ୍ଚ ନେଇ କେସ୍ ବନ୍ଦ କରି ଦେଉଥିଲେ। ତେଣୁ ଗତବର୍ଷ ସେ ରେକର୍ଡ ସଂଖ୍ୟକ ୯୦ରୁ ଅଧିକ ମାମଲାର ରଫାଦଫା କରି କମିସନରେଟ ପୁଲିସ ତରଫରୁ ପୁରସ୍କାର ଓ ମାନପତ୍ର ପାଇଥିଲେ। ଭିଜିଲାନ୍ସ ଡିଏସ୍‌ପି ଅମିତା ତ୍ରିପାଠୀ, ଇନ୍ସପେକ୍ଟର ମଧୁସ୍ମିତା କର, ମଦନ ମୋହନ ପ୍ରଧାନଙ୍କ ସମେତ ଏକ ୮ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ୍‌ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।