ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ମହିଳା ଆଇପିଏସଙ୍କ ମାଗଣା କୋଚିଂ କ୍ଲାସ୍ : ପାହାଡ଼ି ମୁଲକର ଆଲୋକ ପ୍ରିତପାଲ କୌର

କୋହିମା ୨/୧୧: ଆମ ଦେଶରେ ଏପରି ବହୁତ ଆଇପିଏସ୍ ଅଧିକାରୀ ଅଛନ୍ତି ଯେଉଁମାନଙ୍କର ସଫଳତା ପଛରେ ଥିବା ସଂଘର୍ଷ ବିଷୟରେ ବୋଧହୁଏ ଆମେ ଜାଣି ନାହୁଁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିନ ରାତି ଏକ କରି ଏହି ପଦକୁ ହାସିଲ କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଏପରି ଜଣେ ଆଇପିଏସ୍ ଅଧିକାରୀଙ୍କ ବିଷୟରେ ଯିଏ ଆଜି ଲୋକଙ୍କ ପାଇଁ ପ୍ରେରଣା ହୋଇଛନ୍ତି।

ଏହି କାହାଣୀ ହେଉଛି ନାଗାଲାଣ୍ଡର ଆଇପିଏସ୍ ଅଧିକାରୀ ପ୍ରିତପାଲ କୌର ବତ୍ରାଙ୍କର। ସେ ବହୁତ କଷ୍ଟରେ ଏହି ପଦକୁ ହାସଲ କରିଥିଲେ। ଏବେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଡ.କୌର ନିଜ ଡ୍ୟୁଟି ସହ ଛାତ୍ରଙ୍କ ପାଇଁ ମାଗଣାରେ କୋଚିଂ ସେଣ୍ଟର ମଧ୍ୟ ଚଲାଉଛନ୍ତି। କେବଳ ଏତିକି ନୁହେଁ ସେ ଏହା ସହ ଲୋକଙ୍କୁ ଜୈବିକ ଚାଷ ବିଷୟରେ ମଧ୍ୟ କହୁଛନ୍ତି।

ଡ.କୌରଙ୍କ ପ୍ରଥମ ପୋଷ୍ଟିଂ ସବ୍ ଡିଭିଜନାଲ୍ ପୋଲିସ୍ ଅଫିସର ପଦରେ ନାଗାଲାଣ୍ଡରେ ହୋଇଥିଲା। ସେଠାକାର ଲୋକେ ଡା.କୌରଙ୍କୁ ବହୁତ ଭଲଭାବେ ସ୍ବାଗତ କରିଥିଲେ। ଡା.କୌରଙ୍କ ମତରେ ଏଠାକାର ଲୋକେ ଅତ୍ୟନ୍ତ ସଚ୍ଚୋଟ ଏବଂ ଦୟାଳୁ। ସେ​‌ ଯେତେବେଳେ ଏଠାକୁ ଆସିଥିଲେ ଲୋକେ ତାଙ୍କୁ ବହୁତ ଭଲରେ ସ୍ବାଗତ କରିଥିଲେ। ଏହି କାରଣରୁ ତାଙ୍କୁ କାମ କରିବାକୁ ଉର୍ଜା ମିଳିଥିଲା।

ଡା.କୌରଙ୍କ ମତରେ ତାଙ୍କୁ ଆରମ୍ଭରୁ ହିଁ ଶିକ୍ଷଣ ଏବଂ ଚାଷକାମରେ ରୁଚି ଥିଲା। ଏହି କାରଣରୁ ସେ ସିଭିଲ୍ ପରୀକ୍ଷା ପ୍ରସ୍ତୁତି କରୁଥିବା ଛାତ୍ରୀଙ୍କୁ ମାଗଣାରେ କୋଚିଂ ଦେବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ସେ ସେମାନଙ୍କ ପାଇଁ ମାଗଣାରେ ବହି ମଧ୍ୟ ଦେଇଥାନ୍ତି ଯାହା ଦ୍ବାରା ପିଲାଙ୍କ ପାଠପଢ଼ାରେ କୌଣସି ବାଧା ସୃଷ୍ଟି ନହେଉ।

ଡା.କୌରଙ୍କ ପ୍ରେରଣାଦାୟକ କେବଳ ଏତିକିରେ ସରି ଯାଇନଥିଲା ବରଂ ନିଶା ଔଷଧର ଶିକାର ହୋଇଥିବା ଲୋକଙ୍କୁ ଚିକିତ୍ସା କରି ତାଙ୍କୁ ଜୈବିକ ଚାଷ ଶିଖାଇଥିଲେ। ଡା.କୌରଙ୍କ ମତରେ ସେ ପିଲାଙ୍କୁ ୫୦ଜଣ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବାକୁ ଆରମ୍ଭ କରିଥିଲେ।

ଡା.କୌର ପିଲାଙ୍କୁ ପଢ଼ାଇବା ସହ ତୁଏନସାଙ୍ଗ କୃଷି ବିଜ୍ଞାନ କେନ୍ଦ୍ର ସହ ମଧ୍ୟ କାମ କରୁଛନ୍ତି। ସେ ସେଠାରେ ଚାଷୀଙ୍କୁ ଆଧୁନିକ ଜୈବିକ ଚାଷର ସମସ୍ତ ନୂଆ ପଦ୍ଧତି ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି।

ଡା.କୌର ଯୁବବର୍ଗଙ୍କ ପାଇଁ ଆଉ ଏକ ପ୍ରଶଂସାଯୋଗ୍ୟ ନିଷ୍ପତ୍ତି ନେଇଥିଲେ। ସେ କୋଚିଂ ସେଣ୍ଟର ସହ ସ୍କୁଲ୍ ଏବଂ କଲେଜରେ ନିଶା ଔଷଧ ରୋକିବା ପାଇଁ ଏବଂ ଏହା ବିରୁଦ୍ଧରେ ମଧ୍ୟ ଏକ ଅଭିଯାନ ଚଳାଇଥିଲେ ଯାହା ଅନୁସାରେ ସେ ନିଜ ଡାକ୍ତରଙ୍କ ଟ୍ରେନିଂର ବ୍ୟବହାର କରି ଅନେକ ଯୁବକଙ୍କୁ ଏହା କବଳରୁ ରକ୍ଷା କରିଥିଲେ।

ଆଇପିଏସ୍ ପ୍ରିତପାଲ କୌର ବତ୍ରା ମୂଳ ରୂପରେ ହରିୟାଣାର ଯମୁନା ନଗରର ବାସିନ୍ଦା। ୨୦୧୬ମସିହାରେ ଆଇପିଏସ୍ ପରୀକ୍ଷା ପାସ୍ କରି ତାଙ୍କୁ ନାଗାଲାଣ୍ଡରେ ସବ୍ ଡିଭିଜନାଲ୍ ପୋଲିସ୍ ଅଫିସର ଭାବେ ପଠାଯାଇଥିଲା। ଡା.କୌରଙ୍କୁ ତାଙ୍କ କାମ ପାଇଁ ନାଗା ପାହାଡ଼ରେ ରହୁଥିବା ଲୋକେ ଖୁବ୍ ସମ୍ମାନ ଦିଅନ୍ତି ଏବଂ ତାଙ୍କ ଉଦ୍ୟମ ପାଇଁ ସେଠାରେ ନିଶା ଔଷଧ,ଏଚଆଇଭି ଏଡସ୍ ବିଷୟରେ ଲୋକେ ଆଜି ଖୁବ୍ ଜାଗରୂକ ଅଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି