ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହିଳାଙ୍କ ମରଶରୀରକୁ ଦୁଷ୍କର୍ମ ଅପରାଧ ନୁହେଁ: କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ : ମହିଳାଙ୍କ ମର ଶରୀରକୁ ଦୁଷ୍କର୍ମ କରିବା ଆଇପିସିର ୩୭୬ ଧାରାରେ ଅପରାଧ ନୁହେଁ। କର୍ଣ୍ଣାଟକ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଜଣେ ୨୧ ବର୍ଷର ଝିଅକୁ ହତ୍ୟା କରିବା ପରେ ଯୌନ ନିର୍ଯାତନା ଦେଇଥିବା ଜଣେ ବ୍ୟକ୍ତିକୁ ହାଇକୋର୍ଟ ଏହି ଅଭିଯୋଗରୁ ମୁକ୍ତ କରିଛନ୍ତି। କିନ୍ତୁ ସଂପୃକ୍ତ ଝିଅକୁ ହତ୍ୟା କରିବା ଅଭିଯୋଗରେ ଉକ୍ତ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ହତ୍ୟା ମାମଲାରେ ତଳ କୋର୍ଟ ଦେଇଥିବା ଆଜୀବନ ଜେଲଦଣ୍ଡକୁ ହାଇକୋର୍ଟ କାଏମ ରଖିଛନ୍ତି।

ତୁମକୁର ଜିଲ୍ଲାରେ ୨୦୧୫ ମସିହାରେ ହୋଇଥିବା ଏହି ଅପରାଧ ମାମଲାରେ ତଳ କୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରି ଏହି ରାୟ ଦେଇଛନ୍ତି।

ବିଚାରପତି ବି ବୀରାପ୍ପା ଏବଂ ଭେଙ୍କଟେଶ ନାଏକଙ୍କୁ ‌ଗଠିତ ଖଣ୍ଡପୀଠ କହିଛନ୍ତି ଜଣେ ମହିଳାଙ୍କର ମର ଶରୀରରେ ଦୁଷ୍କର୍ମ ଆଇପିସି ଅଧୀନରେ ଦୁଷ୍କର୍ମ କିମ୍ବା ଅପ୍ରାକୃତିକ ଅପରାଧ ବୋଲି ବିଚାର କରାଯିବ ନାହିଁ। ମରଶରୀରରେ ଦୁଷ୍କର୍ମକୁ ଅପରାଧ ଭାବେ ବିବେଚନା କରିବା ପାଇଁ ଆଇପିସିର ଧାରା ୩୭୭ରେ ସଂଶୋଧନ କରିବା କିମ୍ବା ଏକ ପୃଥକ ଦଣ୍ଡବ୍ୟବସ୍ଥା କରିବା ପାଇଁ ସରକାରଙ୍କ ନିକଟରେ ଖଣ୍ଡପୀଠ ଆଗ୍ରହ ପ୍ରକାଶ କରିଛନ୍ତି। ଆଇପିସିର ଧାରା ୩୭୫ ଏବଂ ୩୭୭କୁ ଅନୁଶୀଳନ ପରେ ଏକ ସ୍ପଷ୍ଟ ହେଲା ଯେ ମରଶରୀରକୁ ମଣିଷ କିମ୍ବା ବ୍ୟକ୍ତି କୁହାଯାଇ ପାରିବ ନାହିଁ। ତେଣୁ ଆଇପିସିର ଧାରା ୩୭୫ କିମ୍ବା ୩୭୭ ଲାଗି ପାରିବ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ