ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହିଳାଙ୍କ ନଗ୍ନ ଊର୍ଦ୍ଧ୍ବାଂଶ ସର୍ବଦା ଯୌନ-ଉଦ୍ଦୀପକ ନୁହେଁ: କେରଳ ହାଇକୋର୍ଟ

ତିରୁଅନନ୍ତପୁରମ୍ : ଜଣେ ମହିଳାଙ୍କ ନଗ୍ନ ଊର୍ଦ୍ଧ୍ବାଂଶ ପ୍ରଦର୍ଶନକୁ ସର୍ବଦା ଯୌନ-ଉଦ୍ଦୀପକ ବା ଅଶ୍ଳୀଳ କୁହାଯାଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଜଣେ ମହିଳା ତାଙ୍କ ଅର୍ଦ୍ଧନଗ୍ନ ଶରୀର ଉପରେ ପେଣ୍ଟିଂ କରିବା ଓ ତା’ର ଭିଡ଼ିଓ କରିବାକୁ ତାଙ୍କ ପିଲାମାନଙ୍କୁ ଅନୁମତି ଦେଇଥିବାରୁ ତାଙ୍କ ବିରୋଧରେ ଥିବା ଆପରାଧିକ ମାମଲାକୁ କୋର୍ଟ ଖାରଜ କରିଦେଇଥିଲେ।

ଜଷ୍ଟିସ୍ କୌସର ଏଡାପାଗାଥ କହିଲେ ଯେ, ପୁରୁଷ ଫୁଙ୍ଗୁଳା ରହିଲେ ତାକୁ କେହି ପ୍ରଶ୍ନ ଉଠାନ୍ତି ନାହିଁ। କିନ୍ତୁ ପୁରୁଷପ୍ରଧାନ ସମାଜରେ ମହିଳାଙ୍କୁ ସେପରି କରିବାକୁ ଅନୁମତି ଦିଆଯାଏ ନାହିଁ। ଏହା ହେଉଛି ଲିଙ୍ଗଭେଦ ବା ଲିଙ୍ଗଗତ ପକ୍ଷପାତର ନମୁନା। ସମାଜରେ ପୁରୁଷ ଓ ମହିଳାଙ୍କୁ ନେଇ ଦୋମୁହାଁ ନୀତି ପ୍ରଚଳିତ। ଜଣେ ମହିଳା ଯଦି ତାଙ୍କ ପିଲାମାନଙ୍କୁ ତାଙ୍କ ଶରୀରକୁ ଏକ କାନଭାସ ଭାବେ ବ୍ୟବହାର କରିବାକୁ ଅନୁମତି ଦିଅନ୍ତି, ସେଥିରେ କିଛି ଭୁଲ୍ ନାହିଁ। ଏହା ଏକ ଚିତ୍ରକଳା ଯାହାକୁ ଅଶ୍ଳୀଳ ବୋଲି କୁହାଯାଇପାରିବ ନାହିଁ। କାରଣ ଏଥିରେ କୌଣସି ଯୌନ ଭାବନା ନାହିଁ। ଭିଡ଼ିଓରେ ଯୌନତାର କୌଣସି ସୂଚନା ନାହିଁ। ପ୍ରାଚୀନ ମନ୍ଦିରଗୁଡ଼ିକରେ ବି ଅର୍ଦ୍ଧନଗ୍ନ ମୂର୍ତ୍ତି ଦେଖିବାକୁ ମିଳେ। ଏଗୁଡ଼ିକୁ କଳା ଏପରି କି ପବିତ୍ର ଭାବରେ ଦେଖାଯାଏ। ଅନାବୃତ ଛାତି ବିଶିଷ୍ଟ ଦେବୀ ମୂର୍ତ୍ତି ବି ଦେଖିବାକୁ ମିଳେ। ଯେତେବେଳେ ଏପରି ଦେବୀ ମନ୍ଦିରରେ ଜଣେ ପ୍ରାର୍ଥନା କରେ ସେତେବେଳେ ତା’ ମନରେ ଯୌନଭାବ ବଦଳରେ ଭକ୍ତିଭାବ ଥାଏ। କେରଳର ଥ୍ରିସୁରରେ ପୁଲିକାଲି ଉତ୍ସବ ସମୟରେ ଲୋକଙ୍କ ବଡି ପେଣ୍ଟିଂ ହେଉଛି ଏକ ଗ୍ରହଣୀୟ ପରମ୍ପରା। ଥେୟାମ ଓ ଅନ୍ୟ ଅନୁଷ୍ଠାନ ସମୟରେ ମନ୍ଦିରରେ ପୁରୁଷ କଳାକାରଙ୍କ ଶରୀରକୁ ଚିତ୍ରିତ କରାଯାଏ। ପୁରୁଷଙ୍କ କ୍ଷେତ୍ରରେ ଏହାକୁ ଅଶ୍ଳୀଳ ବୋଲି କେହି ଭାବନ୍ତି ନାହିଁ। ମହିଳାଙ୍କ କ୍ଷେତ୍ରରେ ପକ୍ଷପାତ କାହିଁକି?

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ