ରାଜ୍ୟ ସ୍ପେଶାଲ ରିପୋର୍ଟ

ମହିଳାଙ୍କୁ ସାଥିରେ ନେବାକୁ ଚାହୁଁଥିଲେ ୬ ଯୁବକ; ବାଧା ଦେବାରୁ କାର୍‌ ଚଢ଼ାଇ ଭାଙ୍ଗିଦେଲେ ଦୁଇ ଗୋଡ଼

ପଞ୍ଚକୁଲା: ପଞ୍ଚକୁଲାର ସେକ୍ଟର୍‌-୯ରେ ଥିବା ଗୋଟାଏ ପ୍ରାଇଭେଟ୍‌ କ୍ଲବ୍‌ ବାହାରେ ୬ଜଣ‌ ଦୁର୍ବୃତ୍ତ ୨ଜଣ ମହିଳାଙ୍କୁ ଆକ୍ରମଣ କରି ଆହତ କରିଥିବା କଥା ପୁଲିସ କହିଛି।

ଜଣେ ମହିଳାଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗିଛି ଏବଂ ସମ୍ପ୍ରତି ସେ ପଞ୍ଚକୁଲାର ସେକ୍ଟର୍‌ ୬ ଅନ୍ତର୍ଗତ ସିଭିଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ବୃତ୍ତମାନେ କାର୍‌ ଚଢ଼ାଇ ଦେବାରୁ ଆଉ ଜଣେ ମହିଳାଙ୍କର ଗୋଡ଼ ଦୁଇଟି ଭାଙ୍ଗିଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ୬ଜଣ ଲୋକ ୨ଟି କାର୍‌ରେ ଆସି ଉକ୍ତ କ୍ଲବ୍‌ ଆଗରେ ଅଟକିଥିଲେ। ସେଠାରୁ ସେମାନେ ଦୁଇଜଣ ଯୁବତୀଙ୍କୁ ବଳପୂର୍ବକ ଉଠାଇ ନେବାକୁ ଉଦ୍ୟମ କରିବାରୁ ସେମାନେ (ଯୁବତୀ) ପ୍ରତିରୋଧ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ କୌଣସି ମୁନିଆ ଜିନିଷରେ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତା’ପରେ ସେମାନେ ଅନ୍ୟ ଯୁବତୀଙ୍କୁ ଠେଲି ତଳେ ପକାଇ ଦେଲେ ଓ ତାଙ୍କ ପାଦ ଉପରେ କାର୍‌ ଚଢ଼ାଇ ପଳାଇ ଗଲେ।

ଗୋଡ଼ ଭାଙ୍ଗିଯାଇଥିବା ମହିଳାଜଣକ ପୁଲିସକୁ କହିଛନ୍ତି, ସେ ଓ ତାଙ୍କ ବାନ୍ଧବୀ ଛୁଟିରେ ପଞ୍ଚକୁଲା ବୁଲି ଆସି ଆଉ ଜଣେ ବାନ୍ଧବୀଙ୍କ ଘରେ ରହୁଥିଲେ। ସୋମବାର ରାତିରେ ସେମାନେ ପାର୍ଟି କରିବା ଲାଗି ‘ପର୍ପଲ୍‌ ଫ୍ରଗ୍‌ କ୍ଲବ୍‌’କୁ ଯାଇଥିଲେ। ପାହାନ୍ତା ୪ଟା ବେଳେ କ୍ୟାବ୍‌ ଅପେକ୍ଷାରେ ଥିବା ବ‌େଳେ ଦୁର୍ବୃତ୍ତମାନେ ଆସି ସେମାନଙ୍କୁ ସାଥିରେ ଯିବାକୁ ବାଧ୍ୟ କରିଥିଲେ। ‌ବାଧା ଦେବାରୁ ସେମାନେ ଆକ୍ରମଣ କଲେ।

ସେକ୍ଟର୍‌ ୧୦ ପୋଲିସ୍‌ ପୋଷ୍ଟ୍‌ର ଭାରପ୍ରାପ୍ତ ଅଧିକାରୀ ଜଗଦୀଶ ଚାନ୍ଦ୍‌ କହିଛନ୍ତି, ଦୁଇ ଯୁବତୀଙ୍କ ବୟାନକୁ ଆଧାର କରି ଅଜ୍ଞାତ ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।