ଅପରାଧ ରାଜ୍ୟ

ମହିମାଗାଦୀରେ ବକଳ ଧାରୀ ଓ କୌପନୀଧାରୀ ମହିମା ସାଧୁ ମୁହାଁମୁହିଁ, ବ୍ୟାପକ ପୋଲିସ ଫୋର୍ସ ମୁତୟନ

ଢେଙ୍କାନାଳ ୧୧।୭: ବିଶ୍ବପ୍ରସିଦ୍ଧ ମହିମା ଗାଦିରେ ମହାବିବାଦ । ଜାଗା ଦଖଲକୁ ନେଇ ଦୀର୍ଘ ବର୍ଷ ବର୍ଷ ଧରି ଚାଲିଥିବା ବିବାଦର ଆଉ ଏକ ପ୍ରତିକ୍ରିୟା ପ୍ରକାଶ ପାଇବାକୁ ଯାଉଛି । ଏପରିକି ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମାଗାଦିରେ ମାହାଳ ମୂଳଠାରେ ଥିବା କୌପନୀଧାରୀ ମହିମା ସମାଜ ପକ୍ଷରୁ ସାଧନା ପୀଠ କୁହାଯାଉଥିବା ଜାଗାକୁ ଉଚ୍ଛେଦ କରାଯିବ ବୋଲି ଜଣାପଡିଛି । ତେବେ ଏହି ଜାଗାରେ କୌପନୀଧାରୀ ମହିମା ସାଧୁ ତାଙ୍କର ସାଧନା ପୀଠ ଭାବେ ଦାବି କରୁଥିବା ବେଳେ ସେପଟେ ଏହି ଜାଗା ବକଳଧାରୀ ମହିମା ସମାଜର ବୋଲି ସେମାନେ ଦାବି କରିଆସୁଛନ୍ତି ।

ଏହାକୁ ନେଇ ଦୀର୍ଘ ବର୍ଷ ବର୍ଷ ଧରି ଉଭୟ ବକଳଧାରୀ ଓ କୌପନୀଧାରୀ ମହିମା ସାଧୁଙ୍କ ମଧ୍ୟରେ ବିବାଦ ଲାଗିରହିଛି । ତେବେ ଗତ କିଛି ମାସ ହେଲେ ଏହି ଜାଗାକୁ ସ୍ଥାନୀୟ ଗଁନ୍ଦିଆ ତହସିଲ ପକ୍ଷରୁ ବକଳଧାରୀ ମହିମା ସମାଜ ନାମରେ ପଟ୍ଟା ପ୍ରଦାନ କରିଦେଇଥିବା ଜଣାପଡିଛି । ଫଳରେ ବକଳଧାରୀ ମହିମା ସମାଜର ଦାବି ମୁତାବକ ପ୍ରଶାସନ ସହଯୋଗରେ ବକଳଧାରୀ ମହିମା ସାଧୁମାନେ ଉକ୍ତ ଜାଗାକୁ ଦଖଲରେ ନେବା ପାଇଁ ପ୍ରସ୍ତୁତ ଚାଲିଛି । ଏହାକୁ ବିରୋଧ କରି କୌପନୀଧାରୀ ମହିମା ସମାଜର ଶତାଧିକ ସାଧୁ ସନ୍ୟାସୀ ମାହାଳ ମୂଳ ସାଧନା ପୀଠରେ ଏକତ୍ରିତ ହୋଇଛନ୍ତି ।

ସେପଟେ ବକଳଧାରୀ ମହିମା ସାଧୁଙ୍କ ମେଣ୍ଟଓ ଦଖଲର ଜିଦ ଆଜି ମହିମା ଗାଦୀରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟିର ଯଥେଷ୍ଟ ଆଶଙ୍କା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ସହ ପୋଲିସ ପଦାଧିକାରୀମାନେ ଡେରା ପକାଇଥିବା ଦେଖିବାକୁ ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।