ଧର୍ମ ମନୋରଞ୍ଜନ

ମହାଷ୍ଟମୀରେ ଶିଳ୍ପା କଲେ ନିଜ ଝିଅର ପୂଜା, ହଲୱା ପୁରୀର ମଜା ନେଲେ କଙ୍ଗନା

ମୁମ୍ବାଇ ୨୧/୦୪: ଗତକାଲି ନବରାତ୍ରୀର ଅଷ୍ଟମ ଦିନରେ କୁମାରୀ ପୂଜାର ବିଶେଷ ମହତ୍ତ୍ୱ ରହିଛି । ତେଣୁ ଏହି ଦିନ କୁମାରୀଙ୍କୁ ପୂଜା କରାଯାଏ । ସାଧାରଣ ଜନତାଙ୍କ ସହ ବି-ଟାଉନ୍ ସେଲିବ୍ରେଟିମାନେ ମଧ୍ୟ ଅଷ୍ଟମୀ ପର୍ବ ପାଳନ କରିଛନ୍ତି । ଏହି ସମୟ ମଧ୍ୟରେ ଶିଳ୍ପା ଶେଟ୍ଟୀ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଦୁର୍ଗା ଅଷ୍ଟମୀ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ କିଛି ଭିଡିଓ ସେୟାର କରିଛନ୍ତି । ଏହି ବିଶେଷ ଅବସରରେ ଅଭିନେତ୍ରୀ ତାଙ୍କ ଝିଅ ସମିଶାକୁ ପୂଜା କରିଛନ୍ତି । ସେୟାର କରାଯାଇଥିବା ଭିଡିଓରେ ସମିଶାକୁ ଦେଖିବାକୁ ମିଳିଛି । ଯଦିଓ ଅଭିନେତ୍ରୀଙ୍କ ଝିଅର ଚେହେରା ଦୃଶ୍ୟମାନ ହେଉନାହିଁ, କିନ୍ତୁ ତାଙ୍କ ଗୋଡ ନିଶ୍ଚିତ ଭାବରେ ଦୃଶ୍ୟମାନ ହେଉଛି । ଏହି ଅବସରରେ ସମିଶା ଏକ ପାରମ୍ପାରିକ ଡ୍ରେସ୍ ପିନ୍ଧିଛନ୍ତି । ଏହି ଭିଡିଓ ସହିତ ଅଭିନେତ୍ରୀ ଅଷ୍ଟମୀର ଅଭିନନ୍ଦନ ଜଣାଇଛନ୍ତି ।

ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଫ୍ୟାନ୍ସମାନଙ୍କୁ ଅଷ୍ଟମୀ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ କନ୍ୟା ପୂଜନର ପ୍ରସାଦ ଅର୍ଥାତ୍ ହାଲୱା-ପୁରୀର ଫଟୋ ସେୟାର କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ