ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାଶିବରାତ୍ରୀ ପାଇଁ ବିଏମସିର ଗାଇଡଲାଇନ, ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା କରିପାରିବେନି ଭକ୍ତ

ଭୁବନେଶ୍ୱର ୨୬।୦୨ : ମହାଶିବରାତ୍ରୀ ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ ଜାରି । ଆସନ୍ତା ୧ ତାରିଖ ମହାଶିବରାତ୍ରୀ । ଲିଙ୍ଗରାଜ ମନ୍ଦିରରେ ଆଡ କାଠ ପାଖରୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା କରିପାରିବେନି ଭକ୍ତ । ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନ ପାଇଁ ଅନୁମତି ନାହିଁ ।

ଏହାସହିତ କୋଭିଡ କଟକଣାକୁ ସଠିକ ଭାବରେ ପାଳନ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତକୁ ସାନିଟାଇଜ କରିବାକୁ ବିଏମ୍‌ସିର ପରାମର୍ଶ । ସେବାୟତ ମାନଙ୍କୁ ମଧ୍ୟ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୟସ୍କ ବ୍ୟକ୍ତି , ଗର୍ଭବତୀ ଓ ୧୨ ବର୍ଷରୁ କମ ଶିଶୁଙ୍କୁ ଜାଗର ଯାତ୍ରାରେ ସାମିଲ ନ ହେବାପାଇଁ ବିଏମସିର ପରାମର୍ଶ । ମନ୍ଦିର ଭିତରେ ଛେପ ପକାଇବା, ଗୁଟୁଖା, ପାନ ଆଦିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସେହିପରି କୌଣସି ମେଳା ବା ଛୋଟ ଅସ୍ଥାୟୀ ବ୍ଯବସାୟୀଙ୍କୁ ବାରଣ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ