ଭୁବନେଶ୍ୱର ୧୧/୦୩ : ମହାଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ହିନ୍ଦୁ ଧର୍ମରେ ମହାଶିବରାତ୍ରିର ଅନେକ ମହତ୍ତ୍ୱ ରହିଛି। ଶିବରାତ୍ରି ଦିନ ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ମହାଶିବରାତ୍ରି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି ମଧ୍ୟ ବିଶ୍ୱାସ ରହିଛି। ଭଗବାନ ଶିବଙ୍କ ମହିଳା ଅପାର। ଶିବ ନିଜ ଭକ୍ତଙ୍କ ସେବାରୁ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରନ୍ତି। ଶିବ ନିଜ ଭକ୍ତଙ୍କ ସବୁ କଷ୍ଟ ଦୂର କରିଥାନ୍ତି।

ଭଗବାନ ଶିବଙ୍କ ଅନେକ ନାମ ରହିଛି। ପୌରାଣିକ କଥା ଅନୁସାରେ ଭଗବାନ ଶିବଙ୍କ ୧୦୮ ନାମ ରହିଛି। ନିୟମିତ ଭଗବାନ ଶିବଙ୍କ ୧୦୮ ନାମ ଜପ କଲେ ସବୁ ପ୍ରକାର ମନୋସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ ଶିବଙ୍କ ୧୦୮ ନାମ ସମ୍ପର୍କରେ…

୧. ଶିବ – କଲ୍ୟାଣ ସ୍ୱରୂପ
୨. ମହେଶ୍ୱର – ମାୟା ଅଧିଶ୍ୱର
୩. ଶମ୍ଭୁ – ଆନନ୍ଦର ସ୍ୱରୂପ
୪. ପିନାକୀ – ପିନାକ ଧନୁ ଧାରଣ କରୁଥିବା
୫. ଶଶୀଶେଖର – ଚନ୍ଦ୍ରମା ଧାରଣ କରୁଥିବା
୬. ବାମଦେବ – ଅତ୍ୟନ୍ତ ସୁନ୍ଦର ସ୍ୱରୂପ
୭. ବିରୁପାକ୍ଷ – ବିଚିତ୍ର ଅଥବା ତିନି ଆଖି
୮. କପର୍ଦି – ଜଟାଧାରୀ
୯. ନୀଳଲୋହିତ – ନୀଳ ଓ ଲାଲ ରଙ୍ଗ
୧୦. ଶଙ୍କର – ସମସ୍ତଙ୍କ କଲ୍ୟାଣକାରୀ
୧୧. ଶୂଳପାଣି – ହାତରେ ତ୍ରିଶୂଳ ଧାରଣକାରୀ
୧୨. ଖଟବାଙ୍ଗୀ – ଖଟର ଗୋଟିଏ ଗୋଡ ରଖୁଥିବା
୧୩. ବିଷ୍ଣୁବଲ୍ଲଭ – ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ
୧୪. ଶିପିବିଷ୍ଟ – ସିତୁହାରେ ପ୍ରବେଶ କରୁଥିବା
୧୫. ଅମ୍ବିକାନାଥ – ଦେବିରେ ଭଗବତୀଙ୍କ ସ୍ୱାମୀ
୧୬. ଶ୍ରୀକାନ୍ଥ – ସୁନ୍ଦର କଣ୍ଠ
୧୭. ଭକ୍ତବତ୍ସଳ – ଭକ୍ତଙ୍କୁ ସ୍ନେହ କରୁଥିବା
୧୮. ଭବ – ସଂସାର ରୂପରେ ପ୍ରକଟ ହେଉଥିବା
୧୯. ଶର୍ବ – କଷ୍ଟ ନଷ୍ଟ କରୁଥିବା

୨୦. ତ୍ରିଲୋକେଶ – ତିନି ଲୋକର ସ୍ୱାମୀ
୨୧. ଶିତିକଣ୍ଠ – ଧଳା କଣ୍ଠ
୨୨. ଶିବାପ୍ରିୟ – ପାର୍ବତୀଙ୍କ ପ୍ରିୟ
୨୩. ଉଗ୍ର – ଅତ୍ୟନ୍ତ ଉଗ୍ର ରୂପ ଧାରଣକାରୀ
୨୪. କପାଳୀ – କପାଳଧାରୀ
୨୫. କାମାରୀ – କାମଦେବଙ୍କ ଶତ୍ରୁ, ଅହଙ୍କାରୀ ହରଣକାରୀ
୨୬. ସୁରସୁଦନ – ଅନ୍ଧକ ଦୈତ୍ୟଙ୍କ ସଂହାରକାରୀ
୨୭. ଗଙ୍ଗାଧର – ଗଙ୍ଗାକୁ ଜଟରେ ଧାରଣକାରୀ
୨୮. ଲଲାଟକ୍ଷ – ମଥାରେ ଅଖିଆ ଧାରଣକାରୀ
୨୯. ମହାକାଳ – କାଳର ମଧ୍ୟ କାଳ
୩୦. କୃପାନିଧି – କରୁଣାକର
୩୧. ଭୀମ – ଭୟଙ୍କର ବା ରୌଦ୍ର ରୂପ
୩୨. ପର୍ଶୁ ହସ୍ତ – ହାତରେ ଫାର୍ସା ଧାରଣକାରୀ
୩୩. ମୃଗପାଣି – ହାତରେ ହରିଣ ଧାରଣକାରୀ
୩୪. ଜଟାଧର – ଜଟ ଧାରଣକାରୀ
୩୫. କୈଲାସବସି – କୈଳାସରେ ବାସ କରୁଥିବା
୩୬. କବାଚୀ – କବଚ ଧାରଣକାରୀ
୩୭. କଠୋର – ଅତ୍ୟନ୍ତ ମଜବୁତ ଶରୀର
୩୮. ତ୍ରିପୁରାନ୍ତକ – ତ୍ରିପୁରାସୁରର ବିନାଶକାରୀ
୩୯. ଵୃଷାଙ୍କ – ବୃଷ ଚିହ୍ନ ଧ୍ବଜା ଧାରଣକାରୀ
୪୦. ବୃଷଭାରୁଢ – ଷଣ୍ଢ ଉପରେ ସଵାରୀ କରୁଥିବା

୪୧. ଭସ୍ମୋଦ୍ଦୁଲିତବିଗ୍ରହ – ଭଷ୍ମ ଧାରଣକାରୀ
୪୨. ସାମପ୍ରିୟ – ସାମଗାନକୁ ପ୍ରେମ କରୁଥିବା
୪୩. ସ୍ବରମୟୀ – ୭ ସୁରରେ ବାସ କରୁଥିବା
୪୪. ତ୍ରୟୀମୁର୍ତ୍ତି – ବେଦ ରୁପି ବିଗ୍ରହ
୪୫. ଅନିଶ୍ୱର – ସ୍ୱୟଂ ସମସ୍ତଙ୍କ ସ୍ୱାମୀ
୪୬. ସର୍ବଜ୍ଞ – ସବୁକିଛି ଜାଣିଥିବା
୪୭. ପରମାତ୍ମା – ସବୁ ଆତ୍ମାରୁ ସର୍ବୋଚ୍ଚ
୪୮. ସୋମସୂର୍ଯ୍ୟାଗ୍ନିଲୋଚନ – ଚନ୍ଦ୍ର, ସୂର୍ଯ୍ୟ ଓ ଅଗ୍ନିରୂପୀ ଆଖି
୪୯. ହବି – ଆହୁତି ରୁପି ଦ୍ରବ୍ୟ
୫୦. ଯଜ୍ଞମୟ – ଯଜ୍ଞ ସ୍ୱରୂପ
୫୧. ସୋମ – ଉମା ରୂପ ସହ ସମାନ
୫୨. ପଞ୍ଚବକ୍ତ୍ର – ପାଞ୍ଚ ମୁଖ
୫୩. ସଦାଶିବ – ନିତ୍ୟ କଲ୍ୟାଣ ରୁପି
୫୪. ବିଶେଶ୍ୱର – ବିଶ୍ୱର ଈଶ୍ୱର
୫୫. ବୀରଭଦ୍ର – ବୀର ତଥା ଶାନ୍ତ ସ୍ୱରୂପ
୫୬. ଗଣନାଥ – ଗଣଙ୍କ ସ୍ୱାମୀ
୫୭. ପ୍ରଜାପତି – ପ୍ରଜାଙ୍କ ପାଳନ ପୋଷଣ କରୁଥିବା
୫୮. ହିରଣ୍ୟରେତା – ସ୍ଵର୍ଣ ଭଳି ତେଜ
୫୯. ଦୁର୍ଧୁର୍ଷୁ – କାହାଠାରୁ ପରାଜିତ ହେଉନଥିବା
୬୦. ଗିରିଶ – ପର୍ବତଙ୍କ ସ୍ୱାମୀ
୬୧. ଗିରୀଶ୍ୱର – କୈଳାସରେ ବାସ କରୁଥିବା
୬୨. ଅନଘ – ପୁଣ୍ୟ ଆତ୍ମା
୬୩. ଭୁଜଙ୍ଗଭୂଷଣ – ସାପ ବା ନାଗ ଆଭୂଷଣ ଧାରଣକାରୀ
୬୪. ଭର୍ଗ – ପାପ ନାଶକାରୀ
୬୫. ଗିରିଧନ୍ବା – ମେରୁ ପର୍ବତକୁ ଧନୁ କରିଥିବା
୬୬. ଗିରିପ୍ରିୟ – ପର୍ବତକୁ ପ୍ରେମ କରୁଥିବା
୬୭. କୃତିବାସ – ଗଜଚର୍ମ ପିନ୍ଧୁଥିବା
୬୮. ପୁରାରାତି – ପୁର ନାଶକାରୀ
୬୯. ଭଗବାନ – ସର୍ବସମର୍ଥ ଐଶ୍ୱର୍ଯ୍ୟ ସମ୍ପନ୍ନ
୭୦. ପ୍ରମଥାଧିପ – ପ୍ରଥମ ଗଣଙ୍କ ଅଧିପତି
୭୧. ମୃତ୍ୟୁଞ୍ଜୟ – ମୃତ୍ୟୁକୁ ବିଜୟ କରୁଥିବା
୭୨. ସୁକ୍ଷ୍ମତନୁ – ସୁକ୍ଷ୍ମ ଶ୍ରୀରାଧାରୀ
୭୩. ଜଗତବ୍ୟାପୀ – ଜଗତରେ ବ୍ୟାପ୍ତ ହୋଇ ରହୁଥିବା
୭୪. ଜଗତ୍ଗୁରୁ – ଜଗତର ଗୁରୁ
୭୫. ବ୍ୟୋମକେଶ – ଆକାଶ ରୁପି କେଶ
୭୬. ମହାସେନଜନକ – କାର୍ତ୍ତିକେୟଙ୍କ ପିତା
୭୭. ଚାରୁବିକ୍ରମ – ସୁନ୍ଦର ପରାକ୍ରମୀ
୭୮. ରୁଦ୍ର – ଉଗ୍ର ରୂପ
୭୯. ଭୁତପତି – ଭୁତପ୍ରେତଙ୍କ ସ୍ୱାମୀ
୮୦. ସ୍ଥାଣୁ – ସ୍ପନ୍ଦନ ରହିତ କୁଟସ୍ଥ ରୂପ

୮୧. ଅହିର୍ବୁଧନ୍ୟ – କୁଣ୍ଡଳିନୀ ଧାରଣକାରୀ
୮୨. ଦିଗମ୍ବର – ନଗ୍ନ, ଆକାଶରୂପୀ ବସ୍ତ୍ର
୮୩. ଅଷ୍ଟମୂର୍ତ୍ତି – ୮ ରୂପ
୮୪. ଅନେକାତ୍ମା – ଅନେକ ଆତ୍ମା
୮୫. ସାତ୍ତ୍ଵିକ – ସତ୍ଵ ଗୁଣ
୮୬. ଶୁଦ୍ଧ ବିଗ୍ରହ – ଦିବ୍ୟ ମୂର୍ତ୍ତି
୮୭. ଶାଶ୍ୱତ – ନିତ୍ୟ
୮୮. ଖଣ୍ଡପରଷୁ – ଭଙ୍ଗା ଫାର୍ସା ଧାରଣକାରୀ
୮୯. ଅଯ – ଜନ୍ମ ରହିତ
୯୦. ପାଶବିମୋଚନ – ବନ୍ଧନରୁ ମୁକ୍ତି ଦେଉଥିବା
୯୧. ମୁଡ- ସୁଖସ୍ୱରୂପ
୯୨. ପଶୁପତି – ପଶୁଙ୍କ ସ୍ୱାମୀ
୯୩. ଦେବ – ସ୍ୱୟଂ ପ୍ରକାଶରୂପ
୯୪. ମହାଦେବ – ଦେବତାମାନଙ୍କ ଦେବ
୯୫. ଅବ୍ୟୟ – ଖର୍ଚ୍ଚ ହେଲେ କମ ହେଉନଥିବା
୯୬. ହରି – ବିଷ୍ଣୁ ସମରୂପୀ
୯୭. ପୁଷଦନ୍ତଭିତ – ପୁଷାର ଦାନ୍ତ ଭାଙ୍ଗିଥିବା
୯୮. ଅଵ୍ୟଗ୍ର – ବ୍ୟଥିତ ହେଉନଥିବା
୯୯. ଦକ୍ଷାଧ୍ୱରହର – ଦକ୍ଷଙ୍କ ଯଜ୍ଞ ନାଶ କରିଥିବା
୧୦୦. ହର – ପାପ ହରଣକାରୀ
୧୦୧. ଭଗନେତ୍ତାଭିଦ୍ – ଭଗ ଦେବତାଙ୍କ ଆଖି ତାଡ଼ିଥିବା
୧୦୨. ଅବ୍ୟକ୍ତ – ଇନ୍ଦ୍ରିୟ ସମ୍ମୁଖରେ ପ୍ରକଟ ହେଉନଥିବା
୧୦୩. ମହାସ୍ରାକ୍ଷା – ଅନନ୍ତ ଆଖି
୧୦୪. ସହସ୍ରପାଦ – ଅନନ୍ତ ପାଦ
୧୦୫. ଉପଵର୍ଗପ୍ରଦ – ମୋକ୍ଷ ପ୍ରଦାନକାରୀ
୧୦୬. ଅନନ୍ତ – ଦେଶକାଳ ବସ୍ତୁରୁପି
୧୦୭. ତାରକ – ତାରଣ କରୁଥିବା
୧୦୮. ପରମେଶ୍ୱର – ପ୍ରଥମ ଈଶ୍ୱର

