କଳା ଓ ସଂସ୍କୃତି ଧର୍ମ

ମହାଶିବରାତ୍ରି ଦିନ ଶିବଲିଙ୍ଗରେ ଏହିଭଳି କରନ୍ତୁ ଜଳାଭିଷେକ, ଦୂର ହେବ ସବୁ ଦୋଷ

ଭୁବନେଶ୍ୱର ୦୭/୦୩ : ମହାଶିବରାତ୍ରି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମିଳନ ଉତ୍ସବକୁ ବହୁତ ଧୂମଧାମରେ ପାଳନ କରାଯାଏ। ବିଶ୍ୱାସ ଅନୁଯାୟୀ, ଶିବରାତ୍ରି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା। ଏହିଦିନ ବିଧି ବିଧାନ ଅନୁସାରେ ଶିବଙ୍କ ପୂଜାର୍ଚ୍ଚନା କରାଯାଏ। ଶିବରାତ୍ରି ଦିନ ବ୍ରତ ଉପବାସ କରିବାର ମଧ୍ୟ ବିଧାନ ରହିଛି। ଏଥର ମହାଶିବରାତ୍ରି ୧୧ ତାରିଖ, ଗୁରୁବାର ଦିନ ପଡୁଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବରାତ୍ରି ଦିନ ବ୍ରତ ପାଳନ କଲେ ବ୍ୟକ୍ତିଙ୍କ ସବୁ ମନୋସ୍କାମନା ପୂରଣ ହୋଇଥାଏ। ଶିବ କେବଳ ଜଳରେ ହିଁ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ। ସଚ୍ଚୋଟ ମନରେ ଶିବଙ୍କୁ ଆରାଧନା କଲେ ଜୀବନର ସବୁ କଷ୍ଟରୁ ମୁକ୍ତି ମିଳିଥାଏ। ଭୋଲେନାଥଙ୍କ ଶରଣରେ ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ ବୋଲି କୁହାଯାଏ।

ମହାଶିବରାତ୍ରି ବ୍ରତ ଦିନ ଭାରତରେ ସ୍ଥିତ ୧୨ ଜ୍ୟୋତିର୍ଲିଙ୍ଗ ପୂଜାର ବିଶେଷ ବିଧାନ ରହିଛି। ଶିବରାତ୍ରି ଦିନ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରି ଭକ୍ତ ଶିବଙ୍କୁ ଆରାଧନା କରନ୍ତି ଓ ରାତିରେ ଶିବଙ୍କ ମନ୍ତ୍ର ଜପ କରନ୍ତି। ଏହାଦ୍ୱାରା ଶିବ ପ୍ରସନ୍ନ ହୁଅନ୍ତି ଓ ମୋକ୍ଷ ପ୍ରଦାନ କରନ୍ତି। ଶାସ୍ତ୍ର ଅନୁସାରେ ମହାଶିବରାତ୍ରିର ବିଶେଷ ଅବସରରେ ଭଗବାନ ଶିବଙ୍କ ଜଳାଭିଷେକ କଲେ ସବୁ ପ୍ରକାର ଦୋଷରୁ ମୁକ୍ତି ମିଳିଥାଏ। ଏହାସହ ଶିବଙ୍କ ଆଶୀର୍ବାଦ ମଧ୍ୟ ସଦା ରହିଥାଏ। ଜାଣନ୍ତୁ ଶିବରାତ୍ରି ଦିନ ଜଳାଭିଷେକର ଶୁଭ ମୁହୂର୍ତ୍ତଓ ବିଧି…

ମହାନିଶିଥ କାଳ – ୧୧ ତାରିଖ (ଗୁରୁବାର) ରାତି ୧୧ଟା ୪୪ ମିନିଟରୁ ରାତି ୧୨ଟା ୩୩ ମିନିଟ

ଚତୁର୍ଦଶୀ ତିଥି ଆରମ୍ଭ – ୧୧ ତାରିଖ (ଗୁରୁବାର) ଅପରାହ୍ନ ୨ଟା ୪୧ ମିନିଟରୁ

ଚତୁର୍ଦଶୀ ତିଥି ଶେଷ – ୧୨ ତାରିଖ (ଶୁକ୍ରବାର) ଅପରାହ୍ନ ୩ଟା ୩ ମିନିଟ ଯାଏଁ

ଜଳାଭିଷେକ ପାଇଁ ଆବଶ୍ୟକ ସାମଗ୍ରୀ – କ୍ଷୀର, ଦହି, ମହୁ, ଘିଅ, ଚିନି, ଗଙ୍ଗାଜଳ, କନିଅର ଫୁଲ, ଶ୍ୱେତ ଅରଖ ଫୁଲ, ଧଳା ଅରଖ ଫୁଲ, ଦୁଦୁରା ଫୁଲ, ପଦ୍ମ ଫୁଲ, ପଞ୍ଚାମୃତ, ଗୋଲାପ, ନୀଳ ପଦ୍ମ, ଗୁଡା, ଦୀପ, ଧୂପ।

ଶିବଲିଙ୍ଗରେ ଜଳାଭିଷେକର ସଠିକ ତରିକା –

ସର୍ବ ପ୍ରଥମେ ଶିବଲିଙ୍ଗରେ ଗଙ୍ଗାଜଳ ଅର୍ପଣ କରନ୍ତୁ। ଏହାପରେ ପଞ୍ଚାମୃତ ଅର୍ପଣ କରିବେ। ତାପରେ କ୍ଷୀର, ଦହି, ମହୁ, ଘିଅ, ଚିନି ଅର୍ପଣ କରିବେ। ତାପରେ ଗଙ୍ଗାଜଳରେ ସ୍ନାନ କରାଇବେ। ତାପରେ ଶିବଲିଙ୍ଗରେ ଚନ୍ଦନ ଲେପ, ବେଲପତ୍ର, ଫୁଲ ଆଦି ଅର୍ପଣ କରିବେ। ଜଳାଭିଷେକ କରିବା ସମୟରେ ଭଗବାନ ଶିବଙ୍କ ମନ୍ତ୍ର କିମ୍ବା ଓଁ ନମଃ ଶିବାୟ ଜପ କରିବେ। ଏହାପରେ ଧୂପ, ଦୀପ ଲଗାଇ ଆଳତୀ କରିବେ। ଆଳତୀ ପରେ ଭଗବାନ ଶିବଙ୍କ ପାଖରେ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା ନିଶ୍ଚୟ କରିବେ।

ॐ त्र्यम्बकं यजामहे

सुगन्धिं पुष्टिवर्धनम् ।

उर्वारुकमिव बन्धनान्

मृत्योर्मुक्षीय मामृतात् ॥

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ